LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଓକିଲ ବିକାଶ ସିଂହଙ୍କ ଦାବି- ସୁଶାନ୍ତଙ୍କ ଗଳା ଚିପି କରାଯାଇଛି ହତ୍ୟା, ଏମ୍ସ କହିଲା- ଏବେ ତଦନ୍ତ ପୂରା ହୋଇ ନାହିଁ

25/09/2020 at 12:31 PM

ନୂଆଦିଲ୍ଲୀ ୨୫/୦୯: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ତିନିମାସରୁ ଅଧିକ ସମୟ ହୋଇଗଲାଣି। ମାତ୍ର ଦେଶର ତିନିଟି ସବୁଠୁ ବଡ଼ ତଦନ୍ତ ଏଜେନ୍ସି ଏବେ ସୁଦ୍ଧା ଏହାର ଖିଅ ଖୋଜି ପାଇପାରିଲା ନାହିଁ ଯେ ସୁଶାନ୍ତ ଆତ୍ମହତ୍ୟା​‌ କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି। ତଦନ୍ତ ଓ ନ୍ୟାୟ ମିଳିବାରେ ବିଳମ୍ବ ହେଉଥିବାରୁ ସୁଶାନ୍ତଙ୍କ ପରିବାର ଓକିଲ ବିକାଶ ସିଂହ ଏବେ ନିଜ କ୍ରୋଧ ବ୍ୟକ୍ତ କରିଛନ୍ତି।

ଓକିଲ ବିକାଶ ସିଂହ ଟ୍ବିଟ୍ କରିଛନ୍ତି ଯେ ‘‘ସିବିଆଇ ଦ୍ବାରା ସୁଶାନ୍ତ ମାମଲାକୁ ଆତ୍ମହତ୍ୟା ପାଇଁ ଉସକାଉଥିବାରୁ ବଦଳାଇ ହତ୍ୟା ମାମଲାରେ ପରିବର୍ତନ କରିବାକୁ ଯେଉଁ ବିଳମ୍ବ ହେଉଛି ଏଥିରେ ଏବେ ଫଷ୍ଟେ୍ରସନ ବଢ଼ିଗଲଣି। ସେହି ଡାକ୍ତର ଯିଏ ଏମ୍ସ ଟିମରେ ସାମିଲ ଅଛନ୍ତି ସେ ମୋତେ କହିଛନ୍ତି ଯେଉଁ ଫଟୋ ମୁଁ ତାଙ୍କୁ ପଠାଇଥିଲି ତାକୁ ଦେଖି ଲାଗୁଛି ଯେ ୨୦୦ ପ୍ରତିଶତ ତାଙ୍କର ଗଳା ଚାପି ହତ୍ୟା କରାଯାଇଛି। ଆତ୍ମହତ୍ୟା ନୁହେଁ।’’

ଅନ୍ୟପଟେ ଏମ୍ସର ଫରନେସିକ ଚିଫ୍ ସୁଧୀର ଗୁପ୍ତା ବିକାଶ ସିଂହଙ୍କ ବୟାନରେ ପ୍ରତିକ୍ରିୟା ରଖି କହିଛନ୍ତି ତଦନ୍ତ ଏବେ ବି ଚାଲିଛି। ସେ ଯାହା କହୁଛନ୍ତି ତାହା ଆଦୌ ଠିକ୍ ନୁହେଁ। ଗଳାରେ ଥିବା ଚିହ୍ନ ଓ କ୍ରାଇମ ସିନକୁ ଦେଖି ଏହି ନିଷ୍କର୍ଷରେ ପହଞ୍ଚିପାରିବା ନାହିଁ ଯେ ଏହା ହତ୍ୟା କି ଆତ୍ମହତ୍ୟା। ଏବେ ଏଥିରେ ଆହୁରି ତଦନ୍ତ କରିବା ବାକି ଅଛି।

ତେବେ ଜୁନ୍ ୧୪ରେ ସୁଶାନ୍ତଙ୍କ ମୃତ ଦେହ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏ​ବେ ସୁଦ୍ଧା ତାଙ୍କର ମୃତ୍ୟୁର କାରଣ ଜଣାପଡ଼ି ନ ଥିବା ବେଳେ ମାମଲା ଏବେ ଡ୍ରଗ୍ସ ମୋଡ ନେଇଛି। ଡ୍ରଗ୍ଦ ମାମଲାରେ ଏନସିବି ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତୀଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରିଛି।

   Related Posts