ଭାଇରାଲ୍‌ ହେଲା ଅମିତ୍‌ ଶାହଙ୍କ ସହ ଧୋନିଙ୍କ ହାତ ମିଶାଇବା ଫଟୋ, ଲୋକେ କହିଲେ ବିଜେପିରେ ମିଶିବ କି ?

Published By : Prameya-News7 Bureau | November 12, 2022 IST

 ନୂଆଦିଲ୍ଲୀ, ୧୨/୧୧: ଦେଶରେ ନେତା ଏବଂ ଖେଳାଳୀଙ୍କ ଅନେକ ଫ୍ୟାନ୍‌-ଫଲୋୟର୍ସ ରହିଛନ୍ତି । କିଛି ଖେଳାଳୀ ରାଜନୀତିରେ ସକ୍ରିୟ ରହିଥିବା ବେଳେ ସଫଳତା ମଧ୍ୟ ହାସଲ କରିଛନ୍ତି । ଲୋକେ ସେମାନଙ୍କ ପସନ୍ଦର ଖେଳାଳୀଙ୍କୁ ରାଜନୀତି ମଇଦାନ୍‌ରେ ଦେଖିବାକୁ ମଧ୍ୟ ଚାହାଁନ୍ତି । ତେବେ ଏହାରି ମଧ୍ୟରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ କ୍ୟାପ୍ଟେନ୍‌ ତଥା କ୍ୟାପ୍ଟେନ୍‌ କୁଲ୍‌ ମହେନ୍ଦ୍ର ସିଂହ ଧୋନି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନେଇ ଚର୍ଚ୍ଚା ହେଉଛି । ଦୁହେଁ କୌଣସି ଏକ କାର୍ଯ୍ୟକ୍ରମରେ ହାତ ମିଳାଉଥିବାର ଏକ ଫଟୋ ଭାଇରାଲ୍‌ ହେବାରେ ଲାଗିଛି । ଏହାକୁ ଦେଖି ଲୋକେ ଧୋନି ବିଜେପିରେ ସାମିଲ୍‌ ହେବା ନେଇ ଆଲୋଚନା କରୁଛନ୍ତି ।

ସୋସିଆଲ୍‌ ମିଡିଆରେ ଶନିବାର ଭାଇରାଲ୍‌ ଏହି ଫଟୋ ଇଣ୍ଡିଆ ସିମେଣ୍ଟ୍ସର ୭୫ ବର୍ଷ ପୂରଣ ପାଇଁ ଆୟୋଜିତ ଏକ ଇଭେଣ୍ଟର ବୋଲି କୁହାଯାଉଛି । ଏଥିରେ ତାମିଲ୍‌ନାଡ଼ୁର ରାଜ୍ୟପାଳ ଆର୍‌ଏନ୍‌ ରବି ମଧ୍ୟ ସାମିଲ୍‌ ହୋଇଥିଲେ । ସୂଚନା ଥାଉକି, ଇଣ୍ଡିଆ ସିମେଣ୍ଟର ମାଲିକ ଏନ୍‌ ଶ୍ରୀନିବାସ । ଆଇପିଏଲ୍‌ରେ ଖେଳୁଥିବା ଚେନ୍ନାଇ କିଙ୍ଗ୍ସ ମଧ୍ୟ ଶ୍ରୀନିବାସଙ୍କର ଟିମ୍ ।

ଧୋନି ଏବଂ ଅମିତ ଶାହଙ୍କୁ ଏକାଠି ଦେଖି ଲୋକେ ସୋସିଆଲ୍‌ ମିଡିଆରେ ବିଭିନ୍ନ ପ୍ରକାରର ମନ୍ତବ୍ୟ ପ୍ରଦାନ କରିଛନ୍ତି । ଜଣେ ବ୍ୟବହାରକାରୀ ମହେନ୍ଦ୍ର ସିଂହ ବିଜେପିରେ ସାମିଲ୍‌ ହେବାକୁ ଯାଉଛନ୍ତି କି ? ବେଲି ପ୍ରଶ୍ନ କରିଛନ୍ତି । କିନ୍ତୁ ଏହି ପ୍ରଶ୍ନ ମଜାକ୍‌ ଅନ୍ଦାଜ୍‌ରେ ପଚରାଯାଇଛି । ଜଣେ ବ୍ୟବହାରକାରୀ ଧୋନି ଏବଂ ଶାହଙ୍କ ସାକ୍ଷାତ ବୋଲି ଲେଖିଥିବା ବେଳେ ଆଉ ଜଣେ ବ୍ୟବହାରକାରୀ ଦେଶର ଦୁଇ ବଡ଼ ଫିନିସର୍‌ ବୋଲି ଏଥିରେ କମେଣ୍ଟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.