ମୁନମୁନଙ୍କ ପରେ ଏବେ ବିବାଦରେ ଅଭିନେତ୍ରୀ ୟୁଭିକା ଚୌଧୁରୀ, ଗିରଫ ପାଇଁ ହେଉଛି ଦାବି

Published By : Prameya-News7 Bureau | May 25, 2021 IST

ନୂଆଦିଲ୍ଲୀ ୨୫/୦୫: କିଛି ଦିନ ପୂର୍ବରୁ ଟିଭି ଅଭିନେତ୍ରୀ ମୁନମୁନ୍ ଦତ୍ତାଙ୍କୁ ଗିରଫ କରିବାକୁ ଦାବି ହୋଇଥିଲା। ତାଙ୍କ ଉପରେ ଜାତିଭିତ୍ତିକ ଶବ୍ଦ ଉଚ୍ଚାରଣ କରିଥିବା ଅଭିଯୋଗ ହୋଇଥିଲା। ବର୍ତ୍ତମାନ ଏହି ଘଟଣା ଶାନ୍ତ ହୋଇନାହିଁ ଅଭିନେତ୍ରୀ ୟୁଭିକା ଚୌଧୁରୀ ଏହିପରି ଏକ ମାମଲାରେ ଫସି ଯାଇଛନ୍ତି । ୟୁଭିକାଙ୍କ ଉପରେ ମଧ୍ୟ ମୁନମୁନଙ୍କ ଭଳି ଜାତିଭିତ୍ତିକ ଶବ୍ଦ ଉଚ୍ଚାରଣ କରାଯାଇଥିବା ଅଭିଯୋଗ ହୋଇଛି। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

wp:html /wp:html

ବାସ୍ତବରେ ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ୟୁଭିକା ଏବଂ ପ୍ରିନ୍ସ ନଜର ଆସିଛନ୍ତି । ଭିଡିଓରେ, ୟୁଭିକା ଜାତିଭିତ୍ତିକ ଶବ୍ଦ ପ୍ରୟୋଗ କରି କହିଛନ୍ତି, 'ଯେତେବେଳେ ବି ମୁଁ ଏକ ବ୍ଲଗ୍ ତିଆରି କରେ, ମୁଁ କାହିଁକି ସର୍ବଦା ସେହିମାନଙ୍କ ପରି ଛିଡା ହୁଏ? ମୋତେ ସେତିକି ସମୟ ମିଳେ ନାହିଁ, ନିଜକୁ ଏକ ଢଙ୍ଗରେ ଦେଖାଇବାକୁ । ତାଙ୍କର ଏହି ଶବ୍ଦ କହିବା ଲୋକମାନେ ପସନ୍ଦ କରୁନାହାଁନ୍ତି । ଯେତେବେଳେ ସେମାନେ ଦଳିତ ସମ୍ପ୍ରଦାୟ ପାଇଁ ଜାତି ଶବ୍ଦ ବ୍ୟବହାର କରିବାରୁ ଲୋକମାନେ ତାଙ୍କୁ ଟ୍ରୋଲ୍ କରୁଛନ୍ତି ।

wp:html /wp:html

ଏହାପୂର୍ବରୁ ଅଭିନେତ୍ରୀ ମୁନମୁନ୍ ଦତ୍ତା ମଧ୍ୟ ତାଙ୍କର ଏକ ଭିଡିଓରେ ଏହି ଶବ୍ଦ ବ୍ୟବହାର କରିଥିଲେ। ସୋସିଆଲ ମିଡିଆରେ ତାଙ୍କୁ ଗିରଫ ପାଇଁ ଦାବି କରାଯାଇଥିଲା। ତେବେ ବିବାଦ ବଢୁଥିବାର ଦେଖି ସେ କ୍ଷମା ମାଗିଥିଲେ ମଧ୍ୟ ଦେଶର ଅନେକ ସ୍ଥାନରେ ତାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.