ନୂଆଦିଲ୍ଲୀ ୩୦।୧୧: ଟେଲିକମ୍ କମ୍ପାନୀର ବଢିବ ଟେନସନ । ଆଉ ଆସିବନି ଓ୍ବାନ ଟାଇମ୍ ପାସଓ୍ବର୍ଡ । ନଭେମ୍ବର ୩୦ ରହିଛି ଶେଷ ତାରିଖ । ଡିସେମ୍ବରରୁ ୧ରୁ OTPକୁ ନେଇ ଲାଗୁ ହେବ ନୂଆ ନିୟମ । ଟ୍ରାଇ ଆଣିଛି ନୂଆ ନିୟମ । ମୋବାଇଲ୍ ବ୍ୟବହାରକାରୀ ହେବେ ଅସୁବିଧାର ସମ୍ମୁଖୀନ । ଡିସେମ୍ବର ୧ରୁ ଆସିବନି OTP । ଜିଓ, ଏୟାରଟେଲ ଓ Vi ଟେଲିକମ ଅପରେଟରଙ୍କ ପାଖରେ ରହିଛି ଡିସେମ୍ବର ୧ ଯାଏଁ ସମୟ ।
ଏହି ନୂଆ ନିୟମର ଉଦ୍ଦେଶ୍ୟ ହେଉଛି ନକଲି OTP ଏବଂ ଅନ୍ୟାନ୍ୟ ସ୍ପାମ୍ ମେସେଜ୍କୁ ବନ୍ଦ କରିବା । ଟେଲିକମ୍ ଅପରେଟରମାନଙ୍କୁ ମେସେଜ୍ର ସୋର୍ସ ଖୋଜିବାକୁ ପଡିବ । ଯେଉଁକାରଣରୁ ନକଲି ମେସେଜ୍ ଗୁଡ଼ିକୁ ବ୍ଲକ୍ ଏବଂ ୟୁଜର୍ସଙ୍କୁ ସୁରକ୍ଷା କରାଯାଇ ପାରିବ । ଯଦି ଟେଲିକମ୍ ଅପରେଟରମାନେ ଏହି ନିୟମକୁ ଠିକ୍ ସମୟରେ ଲାଗୁ କରିନପାରନ୍ତି ତେବେ OTP ପାଇବାରେ ହୋଇପାରେ ଅସୁବିଧା । ବ୍ୟାଙ୍କିଙ୍ଗ୍, ଇ-କମର୍ସ ଏବଂ ସୋସିଆଲ୍ ମିଡିଆ ପରି ସେବା ଗୁଡିକରୁ OTP ମିଳିବାରେ ବିଳମ୍ବ ହୋଇପାରେ କିମ୍ବା ସଂପୂର୍ଣ୍ଣ ଭାବେ ବନ୍ଦ ହୋଇପାରେ ।
ସ୍ପାମ୍ ମେସେଜ୍ ବନ୍ଦ କରିବା ପାଇଁ TRAI ନିୟମକୁ ଧୀରେ ଧୀରେ କାର୍ଯ୍ୟକାରୀ କରିବାକୁ ଯୋଜନା କରିଛି । ନଭେମ୍ବର ୩୦ ସୁଦ୍ଧା ଅପରେଟରମାନେ ସେହି କମ୍ପାନୀଗୁଡିକୁ ଚେତାବନୀ ଦେବେ ଯିଏ ଏହି ନିୟମ ମାନୁନାହାନ୍ତି । ଏହାପରେ ଡିସେମ୍ବର ୧ରୁ ଏପରି ମେସେଜ୍କୁ ବ୍ଲକ୍ କରିଦିଆଯିବ । ତେବେ ୟୁଜର୍ସ 2-ଫ୍ୟାକ୍ଟର୍ ଅଥେଣ୍ଟିକେସନ୍ ବା (2FA) ସକ୍ଷମ କରିପାରିବେ ।
ଏପରି କରିବା ଦ୍ବାରା ଆପଣଙ୍କ ଅନଲାଇନ୍ ଆକାଉଣ୍ଟର ସୁରକ୍ଷା ବଢିଯାଇଥାଏ । ଫିସିଂ ଆକ୍ରମଣରୁ ସାବଧାନ ରୁହନ୍ତୁ । ସନ୍ଦେହଜନକ ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ ଏବଂ ଅଜ୍ଞାତ ଆପ୍ ଡାଉନଲୋଡ୍ କରନ୍ତୁନି । ଆପଣଙ୍କର ଡିଭାଇସରେ ଏକ ଶକ୍ତିଶାଳୀ ପାସୱାର୍ଡ ଲଗାନ୍ତୁ । ନିୟମିତ ଭାବରେ ଆପଣଙ୍କର ଡିଭାଇସ୍ରେ ସଫ୍ଟଓୟାରକୁ ଅପଡେଟ୍ କରନ୍ତୁ ।