ହ୍ବାଟ୍ସଆପ୍ରୁ ଉଠୁଛି ଲୋକଙ୍କ ବିଶ୍ବାସ, ପ୍ରାଇଭେସୀ ମାମଲାରେ ବଢୁଛି ଅନ୍ୟ ଆପ୍ର ଲୋକପ୍ରିୟତା
30/09/2020 at 4:36 PM

ନୂଆଦିଲ୍ଲୀ ୩୦/୦୯: ଏବେ ଫିଲ୍କ ସେଲିବ୍ରିଟିଙ୍କ ହ୍ବାଟସଆପ୍ ଚାଟ୍ ଲିକ୍ ହେଉଛି। ଏଭଳି ସ୍ଥିତିରେ ଚାଟିଙ୍ଗ୍ ଆପ୍ ହ୍ବାଟ୍ସଆପରୁ ଲୋକଙ୍କ ଭରସା ଉଠିଲାଣି। ପ୍ରାଇଭେସୀ ସହ ହେଉଥିବା ଏଭଳି ଖେଳକୁ କୋଟି କୋଟି ୟୁଜର୍ସ ଚାଟ୍ ପାଇଁ ହ୍ବାଟ୍ସଆପ୍ ବଦଳରେ ଅନ୍ୟ ଆପ୍ ବ୍ୟବହାର ପ୍ରତି ମନ ବଳାଉଛନ୍ତି। ତେବେ ଲୋଙ୍କ ଏ ଭୟର ଫାଇଦା ଉଠାଉଛି ଟେଲିଗ୍ରାମ ଓ ସିଗନାଲ୍ ଭଳି ଚାଟିଙ୍ଗ୍ ଫ୍ଲାଟଫର୍ମ।
ମୋବାଇଲ ଇଣ୍ଟେଲିଜେନ୍ସ ଫାର୍ମ ସେନସର୍ ଟାଓ୍ବର୍ ରିପୋର୍ଟ ଅନୁସାରେ ଦୀପିକାଙ୍କ ଚାଟ୍ ଲିକ୍ ହେବା ପରେ ସେପ୍ଟେମ୍ବର ୧୯ରୁ ୨୪ ମଧ୍ୟରେ ପ୍ରାୟ ୧୪ କୋଟି ଲୋକ ଟେଲିଗ୍ରାମ ଡାଉନଲୋଡ୍ କରିଛନ୍ତି। ଏହା ସହ ଅନେକେ ସିଗନାଲ୍ ପ୍ରାଇଭେଟ୍ ମେସେଞ୍ଜର ଆପ୍ ମଧ୍ୟ ବ୍ୟବହାର କରୁଛନ୍ତି। ଅଭିନେତ୍ରୀଙ୍କ ଚାଟ୍ ଲିକ୍ ପରେ ସିଗନାଲ ଆପର ୪୪ ହଜାର ୟୁଜର୍ସ ବୃଦ୍ଧି ପାଇଛି।
ଟେଲିଗ୍ରମାର ସିକ୍ୟୁରିଟି ଫିଚର ପାଇଁ ଏହାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। କାରଣ ଏଥିରେ ପ୍ରତିଟି ମେସେଜର ଟାଇମର ସେଟ୍ କରାଯାଇପାରିବ। ଟାଇମ୍ ପୂରା ହୋଇଗଲେ ମେସେଜ ଆପେ ଆଗେ ଅଦୃଶ୍ୟ ହୋଇଯିବ। ଯଦି କେହି ଚାଟର ସ୍କ୍ରିନସର୍ଟ ନିଏ ତେବେ ୟୁଜରଙ୍କୁ ନୋଟିଫାଏ କରାଯାଏ। ଆପରେ ସିକ୍ରେଟ୍ ଚାଟ୍ ଫରଓ୍ବାର୍ଡ କରାଯାଇପାରିବ ନାହିଁ। ଏହା ସହ ଅନ୍ୟ କୌଣସି ଡିଭାଇସରେ ମଧ୍ୟ ଆସେସ କରି ହେବ ନାହିଁ। ଟେଲିଗ୍ରାମରେ ୧.୫ଜିବିର କୌଣସି ଫାଇଲ ପଠାଇବାରୁ ସୁବିଧା ଥିବା ବେଳେ ହ୍ବାଟସଆପରେ ଭିଡିଓ, ଇମେଜ ବା ଡକ୍ୟୁମେଣ୍ଟ ଛୋଟ ଫାଇଲରେ ପଠାଇବାର ସୁବିଧା ରହିଛି।
ଯଦିଓ ଟେଲିଗ୍ରାମରେ ସିକ୍ୟୁରିଟି ଫିଚର ଅଛି ମାତ୍ର କେବଳ ସିକ୍ରେଟ ଚାଟ୍ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପଟେଡ ହୋଇଥାଏ। ଏହା ବାଦ୍ ଅନ୍ୟ ସବୁ ଚାଟ୍ ଆସେସ କରାଯାଇପାରିବ। ତେବେ ସିକ୍ୟୁରିଟି ଫିଚର ପରେ ମଧ୍ୟ ଟେଲିଗ୍ରାମଠାରୁ ଅଧିକ ଲୋକପ୍ରିୟ ରହିଛି ହ୍ବାଟ୍ସଆପ।