ଏଫଆଇଏଚ ମେନ୍ସ ହକି ସିରିଜ୍ ଫାଇନାଲ୍ସ : ଦକ୍ଷିଣ ଆଫ୍ରିକାକୁ ୨-୦ ଗୋଲ୍ରେ ପରାସ୍ତ କଲା ଆମେରିକା
6/06/2019 at 1:08 PM

ଭୁବନେଶ୍ବର ୬|୬: ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ହକି ଫିଭର । ଏଫଆଇଏଚ ମେନ୍ସ ହକି ସିରିଜ୍ ଫାଇନାଲ୍ସର ଉଦଘାଟନୀ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨-୦ ଗୋଲରେ ପରାସ୍ତ କରିଛି ଆମେରିକା ।
ସେହିପରି ସନ୍ଧ୍ୟାରେ ଋଷିଆକୁ ଭେଟିବ ଆୟୋଜକ ଭାରତ । ସବୁ ଦଳ ନୂଆ ଷ୍ଟ୍ରେଟେଜି ସହ ପଡିଆକୁ ଓହ୍ଲାଇବେ ନିଶ୍ଚିତ । ଜାପାନ ଆୟୋଜକ ଦେଶ ଭାବେ ଅଲିମ୍ପିକ ଖେଳିବାକୁ ଥିବାବେଳେ ଅନ୍ୟ ୭ଟି ଦେଶ ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ ଲକ୍ଷ୍ୟରେ ରହିଛନ୍ତି । ଜାପାନ ସହ ଟୁର୍ଣ୍ଣାମେଣ୍ଟର ଦୁଇଟି ବେଷ୍ଟ ଟିମ୍ ଅଲିମ୍ପିକ୍ସ ପାଇଁ କ୍ବାଲିଫାଏ କରିବେ ।
ମ୍ୟାଚ ଦେଖିବା ପାଇଁ ଇଷ୍ଟ ଓ ୱେଷ୍ଟ ଷ୍ଟାଣ୍ଡ ପାଇଁ ଟିକେଟ୍ ମୂଲ୍ୟ ୧୫୦ ଟଙ୍କା ଥିବା ବେଳେ ନର୍ଥ ଓ ସାଉଥ ଷ୍ଟାଣ୍ଡ ପାଇଁ ଟିକେଟ୍ ମୂଲ୍ୟ ରହିଛି ୧୦୦ ଟଙ୍କା ।
Related Posts
ଏସିଆନ୍ ଗେମ୍ସରେ ଭାରତକୁ ପଦକ ବର୍ଷା; ଏପର୍ଯ୍ୟନ୍ତ ମିଳିଛି ୫ ମେଡାଲ
24 September 2023
ଭାରତ-ଅଷ୍ଟ୍ରେଲିଆ ୨ୟ ଦିନିକିଆ, ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
24 September 2023