ପ୍ରତିବନ୍ଧକ ସତ୍ତ୍ୱେ ରୁଷ ସହ ମିଶି କାମ କରିବାକୁ ବାଧ୍ୟ ହେଲା ଆମେରିକା, ISSକୁ ପଠାଇବ ମହାକାଶ ଯାନ

Published By : Prameya-News7 Bureau | July 15, 2022 IST

ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧ ଆମେରିକା ଏବଂ ରୁଷର ସମ୍ପର୍କକୁ ଅଧିକ ଖରାପ କରିଛି । ଏହାପରେ ବି ରୁଷ ସହ କାମ କରିବାକୁ ବାଧ୍ୟ ହୋଇଛି ଆମେରିକା। ଅନ୍ତରାଷ୍ଟ୍ରୀୟ ସ୍ପେସ ଷ୍ଟେସନ ସହ ଜଡିତ ରହିଛି ଏହି ମାମଲା । ଖବର ଅନୁସାରେ ଆମେରିକାର ପ୍ରତିବନ୍ଧ ପରେ ବି ରୁଷ ସହ ମିଶି ଆଇଏସଏସକୁ ମହାକାଶ ଯାନ ପଠାଇବ । ସମାଚାର ଏଜେନ୍ସି ଏଏଫପିର ରିପୋର୍ଟ ଅନୁସାରେ, ଆମେରିକା କହିଛି ସେ ରୁଷକୁ ବିଶ୍ୱରେ ଏକ ଘରିକିଆ କରିବା ପାଇଁ ନିଜର ପ୍ରସାୟ ସତ୍ତ୍ୱେ ତା ସହ ମିଶି ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ ପାଇଁ ଉଡାଣକୁ ପୁଣି ଥରେ ଆରମ୍ଭ କରିବ।

ଉଲ୍ଲେଖଯୋଗ୍ୟ ଯେ, ୟୁକ୍ରେନ ଉପରେ ସୈନ୍ୟ ଆକ୍ରମଣ ପରେ ଆମେରିକା ରୁଷ ଉପରେ ବହୁ ପ୍ରତିବନ୍ଧକ ଲାଗୁ କରିଥିଲା। ୟୁକ୍ରେନ ଯୁଦ୍ଧ ସମୟରେ ଆଇଏସଏସରେ ଚାରି ଆମେରିକୀୟ, ଦୁଇ ରୁଷ ନାଗରିକ ଏବଂ ଜଣେ ମହାକାଶଚାରୀ ମିଳିତ ଭାବେ କାମ କରୁଥିଲେ।

ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସା ଅନୁସାରେ, ଆଇଏସଏସର ନିରନ୍ତର ସୁରକ୍ଷିତ ପରିଚାଳନାକୁ ସୁନିଶ୍ଚିତ କରିବା, ମହାକାଶଚାରୀଙ୍କ ଜୀବନ ସୁରକ୍ଷିତ କରିବା ଏବଂ ମହାକାଶରେ ନିରନ୍ତର ଆମେରିକାର ଉପସ୍ଥିତିକୁ ସୁନିଶ୍ଚିତ କରିବା ପାଇଁ ନାସା ଆମେରିକୀୟ ଦଳର ମହାକାଶ ଯାନ ଏବଂ ରୁଷ ସୋୟୁଜର ସାତ ସଦସ୍ୟଙ୍କୁ ପୁଣି ଥରେ ISS ପଠାଇବ।

ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ୱାରା ରୁଷ ମହାକାଶ ସଂସ୍ଥାର ମୁଖ୍ୟ ଦିମିତ୍ରୀ ରୋଗୋଜିନଙ୍କୁ ବାହାର କରିବାର କିଛି ଘଣ୍ଟା ପରେ ଏହି ଘୋଷଣା ହୋଇଛି। ରୋଗୋଜିନ ଜଣେ କଟ୍ଟର ରାଷ୍ଟ୍ରବାଦୀ ଏବଂ ୟୁକ୍ରେନ ଆକ୍ରମଣର ଜଣେ ଦୃଢ ସମର୍ଥକ । ନିଜ ବୟାନରେ ସେ ଆମେରିକା ଏବଂ ନାସାକୁ ଟାର୍ଗେଟ କରିଥିଲେ। କଟାକ୍ଷ କରି ସେ କହିଥିଲେ, ଆମେରିକାର ମହାକାଶଚାରୀ ରୁଷ ରକେଟ୍ ପରିବର୍ତ୍ତେ ଟ୍ରେମ୍ପୋଲିନରେ ବସି ସ୍ପେସ ଷ୍ଟେସନ ଯିବା ଦରକାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.