LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଯକ୍ଷ ଓ ଅପସରା ସମେତ ଭାରତକୁ ୧୫ ଅମୂଲ୍ୟ ଐତିହ୍ୟ କଳାକୃତି ଫେରାଇବ ଆମେରିକା

1/04/2023 at 5:26 PM

ନୂଆଦିଲ୍ଲୀ ୧।୪: ନ୍ୟୁୟର୍କର ପ୍ରତିଷ୍ଠିତ ମେଟ୍ରୋପଲିଟନ ମ୍ୟୁଜିୟମ ଅଫ ଆର୍ଟ ଭାରତକୁ ୧୫ ଆଣ୍ଟିକ୍ ମୂର୍ତ୍ତି ଓ କଳାଶିଳ୍ପ ଫେରାଇବାକୁ ନିଷ୍ପତ୍ତି ନେଇଛି। ବାସ୍ତବରେ ଏହି ସବୁ ପ୍ରାଚୀନ ବସ୍ତୁ, ଶିଳ୍ପ ଓ ମୂର୍ତ୍ତିଗୁଡିକୁ ଭାରତରୁ ଅବୈଦ୍ଧ ଭାବେ ନିଆଯାଇଥିଲା। ସ୍ମଗଲର ତଥା ଡିଲର ସୁଭାଷ କପୁର ଏ ଗୁଡିକୁ ଆମେରିକାକୁ ବିକ୍ରି କରିଥିଲା। ସୁଭାଷ ଏବେ ତାମିଲନାଡୁ ଜେଲରେ ବନ୍ଦୀ। ତେବେ ମେଟ୍ରୋପଲିଟନ ମ୍ୟୁଜିୟମ ଅଫ ଆର୍ଟ ଏକ ବୟାନରେ ଏହି ସବୁ କଳାକୃତି ଭାରତକୁ ଫେରାଯିବ ବୋଲି କହିଛି।

ଭାରତକୁ ଫେରସ୍ତ ଆସିବାକୁ ଥିବା ଏହି ସବୁ କଳାକୃତି ଖ୍ରୀଷ୍ଟପୂର୍ବ ୧ ଶତାବ୍ଦୀରୁ ଆରମ୍ଭ କରି ଏକାଦଶ ଶତାବ୍ଦୀର। ଯେଉଁଥିରେ ଟେରାକୋଟା, ତମ୍ବା ଓ ପଥରର ଦୁର୍ଲଭ କଳାକୃତି ସବୁ ରହିଛି। ସଂଗ୍ରହାଳୟ ତାଙ୍କ ବୟାନରେ ଏହି ସବୁ ପ୍ରତ୍ନତାତ୍ୱିକ କଳାକୃତିକୁ ଦାୟିତ୍ୱର ସହ ଅଧିଗ୍ରହଣ ନିମନ୍ତେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛି। ଏଥିରେ ସଂଗ୍ରହାଳୟ ଭାରତ ସରକାରଙ୍କ ସହ ଦୀର୍ଘ ସମୟ ଧରି ରହି ଆସିଥିବା ସମ୍ପର୍କକୁ ଗୁରୁତ୍ୱ ଦେଉଥିବା କହିଛି। ଏଣୁ ଏହି ମୂର୍ତ୍ତି ଓ କଳାକୃତି ଗୁଡିକୁ ନେଇ ଉପୁଜିଥିବା ବିବାଦ ସମାଧାନ ହୋଇଥିବାରୁ ସନ୍ତୋଷ ପ୍ରକାଶ କରିଛି।

ସଂଗ୍ରହାଳୟ ୨୦୧୫ ମସିହାରେ ହୋମଲ୍ୟାଣ୍ଡ ସୁରକ୍ଷା ମାଧ୍ୟମରେ ସୁଭାଷ କପୁର ସହ ସମ୍ପର୍କ ସ୍ଥାପନା କରିଥିଲା। ମେନହଟ୍ଟନ ଜିଲ୍ଲା ଆଟର୍ଣ୍ଣି କାର୍ଯ୍ୟାଳୟଙ୍କ ଦ୍ୱାରା ସୁଭାଷ କପୁରର ଅପରାଧିକ ଯାଞ୍ଚର ପରିଣାମ ଭାବେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ କରାଯାଇଛି। ସଂଗ୍ରହାଳୟ ମେନହଟ୍ଟନ ଡିଏଙ୍କ କାର୍ଯ୍ୟାଳୟରୁ କଳାର ୧୫ଟି ଶିଲ୍ପ ସମ୍ପର୍କରେ ସୂଚନା ସଂଗ୍ରହ କରିଛି। ଏଥିରୁ ଏହି ସବୁ କାରୁକାର୍ଯ୍ୟ ଫେରାଯିବା ଦରକାର ବୋଲି ସଂଗ୍ରହାଳୟ ଅନୁଭବ କରିଛି।

   Related Posts