oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ୟୁକ୍ରେନକୁ ବଡ ସାହାଯ୍ୟ ଯୋଗାଇଲା ଆମେରିକା : ୨୦୦ ମିଲିୟନ ଡଲାରର ସହାୟତା ଘୋଷଣା କଲେ ବାଇଡେନ୍

13/03/2022 at 7:30 AM

ନୂଆଦିଲ୍ଲୀ, ୧୩|୦୩: ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଏହାମଧ୍ୟରେ ଆମେରିକା ଏକ ବଡ ଘୋଷଣା କରିଛି । ଆମେରିକା ୟୁକ୍ରେନକୁ ଆର୍ଥିକ ସହାୟତା ପ୍ରଦାନ କରିବ ବୋଲି ଘୋଷଣା କରିଛି । ଶନିବାର ଜୋ ବାଇଡେନ୍ କହିଛନ୍ତି ଯେ, ସେ ୟୁକ୍ରେନକୁ ୨୦୦ ମିଲିୟନ ଡଲାର ପ୍ରଦାନ କରିବେ ।

ବାଇଡେନ୍ କହିଛନ୍ତି ଯେ, ଆମେରିକା ୟୁକ୍ରେନକୁ ଅତିରିକ୍ତ ସହାୟତା ପ୍ରଦାନ କରିବ । ତେବେ ଏହି ସାହାଯ୍ୟ ନେଇ ଆମେରିକା ପୂର୍ବରୁ ଘୋଷଣା କରିଥିଲା । ଯୁଦ୍ଧ ଆରମ୍ଭ ହେଲା ପରେ ବାଇଡେନ୍ ସରକାର ୟୁକ୍ରେନକୁ ମୋଟ ୧ ବିଲିୟନ ଡଲାର ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ସୂଚନାଯୋଗ୍ୟ, ୟୁକ୍ରେନ ଓ ଋଷ ମଧ୍ୟରେ ୧୮ ଦିନ ଧରି ଯୁଦ୍ଧ ଜାରି ରହିଛି । ଏହାମଧ୍ୟରେ ୟୁଏସ ୟୁକ୍ରେନକୁ ୧୩.୬ ବିଲିୟନ ଆମେରିକୀୟ ଡଲାରର ମଞ୍ଜୁରୀ ପ୍ରଦାନ କରିଥିଲା । ଏଥିରେ ଶରଣାର୍ଥୀଙ୍କ ପାଇଁ ଅତିରିକ୍ତ ୬.୮ ବିଲିୟନର ଆର୍ଥିକ ରାଶି ମଧ୍ୟ ସାମିଲ ଅଛି ।

ଅନ୍ୟ ଦିଗରେ ଜେଲେନସ୍କି କହିଛନ୍ତି ଯେ, ରାଜଧାନୀ କିଭ୍ ଉପରେ ଋଷ କବଜା କରିପାରେ । ସମସ୍ତ ସାଥି ପ୍ରାଣ ହରାଇଲା ପରେ ଋଷ ଏଥିରେ ସଫଳ ହୋଇଯିବ । ବୋମାମାଡ କରି ପୁଟିନଙ୍କ ସେନା ଅନେକ ଐତିହାସିକ ସ୍ମାରକିକୁ ନଷ୍ଟ କରିଦେଇଛି ବୋଲି ସେ କହିଛନ୍ତି ।

   Related Posts