ଆମେରିକା ଥିଙ୍କଟ୍ୟାଙ୍କ ‘ପ୍ୟୁ ରିସର୍ଚ୍ଚ’ଙ୍କ ରିପୋର୍ଟ, ଭାରତରେ ବଢୁଛି ମୁସଲମାନଙ୍କ ଜନସଂଖ୍ୟା, ଦ୍ୱିତୀୟ ସ୍ଥାନରେ ହିନ୍ଦୁ

Published By : Prameya-News7 Bureau | September 22, 2021 IST

ନୂଆଦିଲ୍ଲୀ ୨୨।୯:  ଭାରତର ଜନସଂଖ୍ୟା ନେଇ ଆମେରିକୀୟ ଥିଙ୍କ ଟ୍ୟାଙ୍କ ତାଙ୍କ ଅଧ୍ୟୟନ ରିପୋର୍ଟ ଜାରି କରିଛନ୍ତି। ଏଥିରେ ଭାରତରେ ବସବାସ କରୁଥିବା ଅନ୍ୟ ଧର୍ମର ଲୋକଙ୍କ ତୁଳନାରେ ମୁସଲମାନ ଲୋକେ ଅଧିକ ପିଲା ଜନ୍ମ ଦେଉଛନ୍ତି। ପଛକୁ ଦ୍ୱିତୀୟ ସ୍ଥାନରେ ହିନ୍ଦୁ ଧର୍ମ ଥିବା ବେଳେ ଜୈନ ଧର୍ମର ଲୋକେ ସବୁଠୁ କମ୍‌ ବଂଶ ବିସ୍ତାର କରୁଥିବା କୁହାଯାଇଛି। ଆମେରିକୀୟ ଥିଙ୍କ ଟ୍ୟାଙ୍କ ‘ପ୍ୟୁ ରିସର୍ଚ୍ଚ’ ତାଜା ଗବେଷଣା ରିପୋର୍ଟରେ ଏହି ସୂଚନା ଦେଇଛନ୍ତି।

ଭାରତରେ ଶିଶୁଙ୍କ ଜନ୍ମହାର ଗତ କିଛି ବର୍ଷ ହେଲା ହ୍ରାସ ହୋଇଛି। ଏଥିରେ ମୁସ୍ଲିମମାନେ ମଧ୍ୟ ଜନ୍ମ ନିୟନ୍ତ୍ରଣ କରିଛନ୍ତି। ଫଳରେ ୧୯୯୨ ମସିହା ବେଳକୁ ପ୍ରତି ମହିଳା ଜନ୍ମ ହାର ୪.୪ ଥିବା ବେଳେ ୨୦୧୫ ବେଳକୁ ଏହା ୨.୬କୁ ହ୍ରାସ ହୋଇଥିବା ସୂଚିତ କରାଯାଇଛି। ଏହା ସତ୍ତ୍ୱେ ଦେଶରେ ମୁସଲମାନ ଲୋକେ ସର୍ବାଧିକ ପିଲାଙ୍କୁ ଜନ୍ମ ଦେଉଥିବା କୁହାଯାଇଛି। ପ୍ୟୁ ରିସର୍ଚ୍ଚଙ୍କ ଏହି ରିପୋର୍ଟ ଅନୁସାରେ ଭାରତରେ ଅନ୍ୟ ଧର୍ମ ତୁଳନାରେ ମୁସଲମାନ ଜନସଂଖ୍ୟାରେ ଦ୍ରୁତ ଅଭିବୃଦ୍ଧି ହେଉଛି।

ଭାରତରେ ୧୯୫୧ ମସିହାରେ ପ୍ରଥମ ଜନଗଣନା ହୋଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ଜନ୍ମ ହାର ହ୍ରାସ ଯୋଗୁ ସବୁ ଧର୍ମ ବର୍ଗରେ ଜନସଂଖ୍ୟା ହ୍ରାସ ହୋଇଛି। ତେବେ ମୁସଲମାନ ଜନସଂଖ୍ୟାରେ ମୋଟାମୋଟି ସେପରି କୌଣସି ପରିବର୍ତ୍ତନ ହୋଇ ନାହିଁ। ରିପୋର୍ଟ ଅନୁସାରେ ଦେଶରେ ମୁସଲମାନ ଜନସଂଖ୍ୟା ୨୦୦୧ରୁ ୨୦୧୧ରେ ୧୩.୪ ପ୍ରତିଶତ ବଢିଥିଲା। ସେହି ଅନୁସାରେ ଶିଖ, ଇଶାଈ,ବୌଦ୍ଧ ଓ ଜୌନ ଦେଶର ମୋଟ ଜନସଂଖ୍ୟାର ୬ ପ୍ରତିଶତରେ ରହିଛନ୍ତି। ଏହି ସବୁ ଧର୍ମରେ ଜନସଂଖ୍ୟା ୧୯୫୧ରୁ ନେଇ ଏପର୍ଯ୍ୟନ୍ତ ସ୍ଥିର ରହିଛି। ସ୍ୱାଧୀନତା ପରବର୍ତ୍ତି ଭାରତରେ ଧାର୍ମିକ ଜନସଂଖ୍ୟାରେ ପରିବର୍ତ୍ତନର ସବୁଠୁ ବଡ କାରଣ ହେଉଛି ଶିଶୁଙ୍କ ଜନ୍ମ ହାର ବୋଲି ରିପୋର୍ଟରେ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.