ଭାରତରେ କରୋନା ଭାଇରସ୍‌କୁ ଅଟକାଇବା ମୁସ୍କିଲ୍‌, ଚିନ୍ତାପ୍ରକଟ କଲା ଆମେରିକୀୟ ଗୁଇନ୍ଦା ଏଜେନ୍ସି

Published By : Prameya-News7 Bureau | February 28, 2020 IST

ନୂଆଦିଲ୍ଲୀ ୨୮।୦୨: ଚୀନ୍‌ରେ କରୋନା ଭୂତାଣୁ ନିଜର କାୟା ବିସ୍ତାର କରିସାରିଛି । ଏହି ମାରାତ୍ମକ ଭୂତାଣୁରେ ଚୀନ୍‌ରେ କେବଳ ୨୬ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୭୦ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଚୀନ୍‌ ବ୍ୟତୀତ ଏହା ବିଶ୍ବର ୩୧ରୁ ଅଧିକ ଦେଶକୁ ବ୍ୟାପିସାରିଲାଣି । କରୋନା ଭୂତାଣୁ ପ୍ରତିଷେଧକ ବାହାର କରିବା ପାଇଁ ବିଶ୍ବର ସମସ୍ତ ଦେଶ ନିଜ ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି । ତେବେ ଏଭଳି ସମୟରେ ସମସ୍ତ ଦେଶ କିପରି ଭାଇରସକୁ ରୋକାଯାଇପାରିବ , ସେଦିଗରେ କାମ କରୁଥିବା ବେଳେ । ଆମେରିକାର ଗୁଇନ୍ଦା ସଂସ୍ଥା କରୋନାଭାଇରସର ବିଶ୍ବସ୍ତରରେ ପ୍ରସାତ ଓ ବିଭିନ୍ନ ଦେଶ ଏହି ରୋଗକୁ ନେଇ କିପରି ସାମ୍ମା କରୁଛନ୍ତି । ସେଦିଗରେ ନଜର ରଖିଛି ।

ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ କରୋନା ଭାଇରସ ନେଇ ଏହି ତଥ୍ୟ ସାମ୍ନାକୁ ଆସିଛି । ବିଶେଷକରି ଭାରତ କିପରି ଭାବେରେ ଏହି ମାରାତ୍ମକ ଭୂତାଣୁ ପ୍ରସାର କରିବା ଦିଗରେ କାର୍ଯ୍ୟ କରୁଛି । ଏବଂ ଭାଇରସ ବ୍ୟାପିବା ପରେ ଭାରତର ପ୍ରତିକ୍ରିୟା କଣ ରହିଛି ତା ଉପରେ ମଧ୍ୟ ନଜର ରଖିବାର ସୂଚନା ମିଳିଛି । କିନ୍ତୁ ଭାରତରେ କରୋନ ଭାଇରସର ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ୍‌ ରହିଛି । କେରଳରୁ ଆସିଥିବା ୩ଜଣ ଆକ୍ରାନ୍ତ ଚିକିତ୍ସା ହୋଇ ଘରକୁ ଫେରିଛନ୍ତି । ଭାରତରେ ଏତେ ଜନସଂଖ୍ୟାର ଲୋକ ରହିଥିବାରେ ମହାମାରୀ ବ୍ୟାପିବାର ଭୟ ମଧ୍ୟ ରହିଛି ।

ଆମେରିକାର ଗୁଇନ୍ଦା ସଂସ୍ଥା ଏବେ ଇରାନ ଉପରେ ନିଜର ଧ୍ୟାନ କେନ୍ଦ୍ରୀତ କରି ରଖିଛି । ଇରାନରେ କରୋନା ବ୍ୟାପିବାର ଖବର ଆସିବା ପରେ କଡ ନଜର ରଖାଯାଇଛି । ତେବେ ଆମେରିକାର ଜଣେ ଅଧିକାରୀଙ୍କ ଅନୁଯାୟୀ, ଭାଇରସ ରୋକିବାରେ ଇରାନୀ ସରକାର ଅପ୍ରଭାବୀ ବୋଲି ମନେ କରାଯାଉଛି ।

ସାରାବିଶ୍ବରୁ ଆମେରିକା କରୋନା  ଭାଇରସ ନେଇ  ତଥ୍ୟ ଯୋଗାଡ କରାଯାଉଛି । ସମସ୍ତ ତଥ୍ୟ ନେଇ ଯାଞ୍ଚ କରାଯିବ । ଏବଂ ଏହାପରେ ପରବର୍ତ୍ତୀ ପଦକ୍ଷେପ କଣ ରହିବ , ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.