Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଦେଶରେ ଉପରତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୫୮୧୫ କରୋନା ପଜିଟିଭ୍
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୩ କୋଭିଡ୍ ପଜିଟିଭ୍
  • ||
  • କନ୍ନଡ ଗାୟକ ଶିବମୋଗା ସୁବାନାଙ୍କ ଦେହାନ୍ତ, ୮୩ ବର୍ଷ ବୟସରେ ହୃଦଘାତରେ ପରଲୋକ
  • ||
  • ଲଘୁଚାପ ସକ୍ରିୟ : ଦୁଇ ଦିନ ଯାଏଁ ପ୍ରବଳ ବର୍ଷା, ଫୁଲୁଛି ବିଭିନ୍ନ ନଦୀ
  • ||

ଟ୍ରମ୍ପଙ୍କ ବିରୋଧରେ ହୋଇପାରେ ମହାଭିଯୋଗ ଯାଞ୍ଚ, ଜାଣନ୍ତୁ କାହିଁକି

25/09/2019 at 6:08 PM

ୱାସିଂଟନ: ଆମେରିକା ହାଉସ୍ ଅଫରିପ୍ରେଜେଣ୍ଟେଟିଭର ସ୍ପିକର ନେନସୀ ପେଲୋସୀ ରାଷ୍ଟ୍ରପତିଙ୍କ ବିରୋଧରେ ଦେଶକୁ ଧୋକା ଦେଇଥିବା  ଅଭିଯୋଗ ଆଣିଛନ୍ତି। ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିବା ଲାଗି ଟ୍ରମ୍ଫ ବିଦେଶୀ ଶକ୍ତିଙ୍କ ସହାୟତା ନେଇଥିବା ନେନସୀ ଅଭିଯୋଗ କରିଛନ୍ତି । ଏଥିଲାଗି ତାଙ୍କ ବିରୋଧରେ ଏବେ ମହାଭିଯୋଗ ଯାଞ୍ଚ ହୋଇପାରେ।

ୟୁକ୍ରେନ ନେତା ବୋଲୋଡାଇମର ଜେଲେଂସ୍କିଙ୍କୁ ଡେମୋକ୍ରାଟ ନେତା ଜୋ ବିଡେନ ଓ ତାଙ୍କ ପୁତ୍ର ହଣ୍ଟରଙ୍କ ବିରୋଧରେ ଭ୍ରଷ୍ଟାଚାରର ତଦନ୍ତ ଲାଗି ଚାପ ପକାଇବାକୁ ଟ୍ରମ୍ଫ କହିଥିଲେ । ଜନୈକ ହ୍ୱିସଲ ବ୍ଲୋଅର ଏ ନେଇ ଅଭିଯୋଗ କରିଥିବାର ନେନସୀ ସୂଚନା ଦେଇଛନ୍ତି। ତେବେ ମାମଲାରେ ରାଷ୍ଟ୍ରପତି ଟ୍ରମ୍ଫ ଜେଲେଂସ୍କିଙ୍କ ସହ ହୋଇଥିବା ତାଙ୍କ ଟେଲିଫୋନ ବାର୍ତ୍ତାଳାପର ବିବରଣୀ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ହେଲେ ନିକଟରେ ସେ ଜେଲେଂସ୍କିଙ୍କ ସହ ହୋଇଥିବା ଆଲୋଚନାରେ ବିଡେନଙ୍କ ସମ୍ପର୍କରେ ମଧ୍ୟ କଥା ହୋଇଥିଲେ ବୋଲି କହିଛନ୍ତି।

ତେବେ ଜେଲେଂସ୍କିଙ୍କ ସହ ଟ୍ରମ୍ପ କଣ କଥା ହୋଇଥିଲେ ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ। ତେବେ ପୂର୍ବତନ ଉପରାଷ୍ଟ୍ରପତି ଜୋବିଡେନଙ୍କ ବିରୋଧରେ ଦୁର୍ନୀତି ମାମଲାର ତଦନ୍ତ ଲାଗି ୟୁକ୍ରେନକୁ ଆର୍ଥିକ ସହାୟତା ବନ୍ଦ କରିବାକୁ ଟ୍ରମ୍ଫ ଧମକ ଦେଇଥିଲେ ବୋଲି ବିରୋଧୀ ଡେମୋକ୍ରାଟ ସାଂସଦମାନେ ଅଭିଯୋଗ କରୁଛନ୍ତି। ତେବେ ନେନସୀ ଟ୍ରମ୍ଫଙ୍କ ବିରୋଧରେ ସାମ୍ବିଧାନିକ ଦାୟିତ୍ୱ ଉଲ୍ଲଂଘନର ଅଭିଯୋଗ ଆଣିଛନ୍ତି। ନିଜର ରାଜନୈତିକ ଲାଭ ଲାଗି ଟ୍ରମ୍ଫ ୟୁକ୍ରେନକୁ ଏଭଳି କାର୍ଯ୍ୟାନୁଷ୍ଠାନ ଲାଗି ବାଧ୍ୟ କରିଥିଲେ ବୋଲି ନିକଟରେ କହିଥିଲେ। ସେପଟେ ଟ୍ରମ୍ଫଙ୍କ ବିରୋଧରେ ମହାଭିଯୋଗ ଯାଞ୍ଚକୁ ବିଡେନ ମଧ୍ୟ ସମର୍ଥନ କରିଥିବା ଜଣାପଡିଛି।

   Related Posts