'ଖଲିସ୍ତାନୀ ନେତା ଅମୃତପାଲ ସିଂଙ୍କୁ ମୁକ୍ତ କର': ଆମେରିକାର ହସ୍ତକ୍ଷେପ ପାଇଁ କମଲା ହାରିସଙ୍କୁ ନିବେଦନ

Published By : Prameya-News7 Bureau | June 10, 2024 IST

India Today

ନୂଆଦିଲ୍ଲୀ: ଖଲିସ୍ତାନୀ ନେତା ଅମୃତପାଲ ସିଂଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଅନୁରୋଧ କଲେ ଆମେରିକୀୟ-ଶିଖ ଆଟର୍ଣ୍ଣି ତଥା ଆଇନଜୀବୀ ଜସପ୍ରୀତ ସିଂ। ଏଥିରେ ହସ୍ତକ୍ଷେପ କରିବା ସହ ଖାଲିସ୍ତାନୀ ସହୃଦୟ ବ୍ୟକ୍ତି ଅମୃତପାଲଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ନିବେଦନ କରିଛନ୍ତି।

ସ୍ୱାଧୀନ ପ୍ରାର୍ଥୀ ଭାବେ ୨୦୨୪ ଲୋକସଭା ନିର୍ବାଚନରେ ଖଦୁର-ସାହେବ ଆସନରୁ ଜିତିଥିବା ଅମୃତପାଲ ସିଂ ଆତଙ୍କବାଦୀ ଅଭିଯୋଗରେ ଆସାମର ଦିବ୍ରୁଗଡ ଜେଲରେ ଅଛନ୍ତି। ଜସପ୍ରୀତ ସିଂ କହିଛନ୍ତି ଯେ ସେ ଏହି ମାମଲାର ପୁଙ୍ଖାନୁପୁଙ୍ଖ ଅଧ୍ୟୟନ କରିଛନ୍ତି ଏବଂ ଅମୃତପାଲ ସିଂଙ୍କ ବିରୋଧରେ ଅନ୍ୟାୟ ହୋଇଥିବା ସେ କହିଛନ୍ତି।

ଏପ୍ରିଲ 2023 ରେ ପଞ୍ଜାବର ମୋଗା ଜିଲ୍ଲାରେ ଆତ୍ମସମର୍ପଣ କରିବା ପରେ ୱାରିସ୍ ପଞ୍ଜାବ ଦେ ମୁଖ୍ୟ ଅମୃତପାଲ ସିଂଙ୍କୁ ଗିରଫ କରାଯାଇଥିଲା। ସେ ଏକ ମାସରୁ ଅଧିକ ସମୟ ଧରି ଫେରାରଥିଲେ । ତାଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଲଗାଯାଇଥିଲା।

ଲୋକସଭା ସାଂସଦ ଭାବରେ ନିର୍ବାଚିତ ହେବା ପରେ ଅଭିଯୁକ୍ତଙ୍କ ପିତାମାତା ଅମୃତପାଲ ସିଂଙ୍କୁ ଜେଲରୁ ବାହାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ ଅମୃତପାଲ ସିଂଙ୍କ ମୁକ୍ତି କିମ୍ବା ପାରୋଲ ପାଇଁ ତାଙ୍କ ପରିବାର ସଦସ୍ୟ ଆବେଦନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.