ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ଆଲାସ୍କା ଉପରେ ଉଡୁଥିବା ଅଜ୍ଞାତ ବସ୍ତୁକୁ ଖସାଇଦେଲା ଆମେରିକା, ଜାଣନ୍ତୁ କ’ଣ ଥିଲା ବିପଦ?

11/02/2023 at 7:25 PM

ୱାସିଂଟନ ୧୧।୨: ଆଲାସ୍କା ଆକାଶରେ ପ୍ରାୟ ୪୦ ହଜାର ଫୁଟ ଉପରେ ଉଡୁଥିବା ଅଜ୍ଞାତ ବସ୍ତୁକୁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆଦେଶରେ ଆମେରିକୀୟ ବାୟୁସେନା ଶୁକ୍ରବାର ମିସାଇଲ ମାଡ଼ କରି ଖସାଇ ଦେଇଛି। ହ୍ୱାଇଟ୍‌ ହାଉସ୍ ନ୍ୟାସନାଲ ସିକ୍ୟୁରିଟି କାଉନସିଲ ମୁଖପାତ୍ର ଜନ କିର୍ବି ଏହି ସୂଚନା ଦେଇଛନ୍ତି। ଆଲାସ୍କା ଆକାଶରେ ଉଡୁଥିବା ବସ୍ତୁଟି ଏକ ଛୋଟ କାର ଆକାରର ଥିଲା ଯାହା ବେସାମରିକ ବିମାନ ଚଳାଚଳ ଲାଗି ବିପଦଜନକ ଥିଲା ବୋଲି କୁହାଯାଇଛି।

ଆମେରିକା ବାୟୁସେନାର ନର୍ଦ୍ଦନ କମାଣ୍ଡ ଏହି କାର୍ଯ୍ୟକୁ ସଫଳତାର ସହ ଶେଷ କରିଥିବା ବେଳେ ଏହାର ଧ୍ୱଂସାବଶେଷକୁ ଏବେ ଖୋଜା ଯାଉଛି। କିର୍ବି କହିଛନ୍ତି ଯେ ପ୍ରତିରକ୍ଷା ବିଭାଗ ଗତ ୨୪ ଘଣ୍ଟା ହେଲା ଆଲାସ୍କା ବିମାନ କ୍ଷେତ୍ରର ଏକ ଉଚ୍ଚ ଉଚ୍ଚତାରେ ଉଡୁଥିବା ବସ୍ତୁ ଉପରେ ନଜର ରଖିଥିଲା। ଏହି ବସ୍ତୁକୁ ନଷ୍ଟ କରିବା ଲାଗି ପେଣ୍ଟାଗନର ସୁପାରିଶ ଆଧାରରେ ରାଷ୍ଟ୍ରପତି ଜୋ ବାଇଡେନ ଖସାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ବାୟୁ ସେନା ଏହି କାର୍ଯ୍ୟ କରିଥିବା ବେଳେ ବାଇଡେନ ଏହାକୁ ଏକ ସଫଳତା ବୋଲି କହିଛନ୍ତି।

କିର୍ବି କହିଛନ୍ତି ଯେ ବାଇଡେନ ପ୍ରଶାସନ ଏହା ଜାଣେନା ଯେ ଏହି ବସ୍ତୁର ମାଲିକ କିଏ। ତେବେ ଏହି ବସ୍ତୁଟି ଉତ୍ତର ଆଲାସ୍କାର ଆର୍କଟିକ୍‌ ସାଗରରେ ଖସିଛି। ଯାହା ନିକଟରେ ଖସାଇ ଦିଆଯାଇଥିବା ଚୀନ୍‌ ବେଲୁନ ତୁଳନାରେ ବହୁତ ଛୋଟ। ତେବେ ଏବି ବସ୍ତୁଟିକୁ ଖସାଇ ଦେବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଆଦେଶକୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସମର୍ଥନ କରିଛନ୍ତି। ଏ ନେଇ ସେ ଏକ ଟ୍ୱିଟ୍‌ ମଧ୍ୟ କରିଛନ୍ତି। ଯେଉଁଥିରେ ଏହା ଏକ ଉତ୍ତମ ପଦକ୍ଷେପ ବୋଲି ଉଲ୍ଲେଖ କରିଛନ୍ତି।

   Related Posts