କିଏ ଏହି ରୋବର୍ଟ କ୍ରିମୋ ? ଫ୍ରିଡମ ଡେ’ ପରେଡରେ କାହିଁକି ଚଳାଇଥିଲା ଗୁଳି, ୬ ଜଣଙ୍କ ନେଇଥିଲା ଜୀବନ
5/07/2022 at 11:17 PM

ନୂଆଦିଲ୍ଲୀ: ଆମେରିକର ସ୍ୱାଧୀନତା ଦିବସରେ ସିକାଗୋରେ ଫ୍ରିଡମ ପରେଡ ବେଳେ ଗୁଳିମାଡ ଘଟଣାରେ ୨୨ ବର୍ଷିୟ ଯୁବକ ରୋବର୍ଟ ଇ କ୍ରିମୋ ଓରଫ ବବିକୁ ପୋଲିସ ଗିରଫ କରିଛି।
ଅଭିଯୁକ୍ତ କ୍ରିମୋ ଜଣେ ରାପର, ଗୁଳି ମାରିବା ପରେ ସେ ଘଟଣା ସ୍ଥଳରୁ ଫେରାର ହେବା ପାଇଁ ପ୍ରୟାସ କରିଥିଲା। ରିପୋର୍ଟ ଅନୁସାରେ କ୍ରିମୋ ୨୦୧୯ ନିର୍ବାଚନରେ ପରାଜିତ ମେୟର ପ୍ରାର୍ଥୀଙ୍କ ପୁଅ ହୋଇଥିବା ଜଣାପଡିଛି । ଏହି ଗୁଳିକାଣ୍ଡ ପରେ କ୍ରିମୋର ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବନ୍ଦ କରାଯାଇଛି। କ୍ରିମୋର ୟୁଟ୍ୟୁବ, ଇଷ୍ଟାଗ୍ରାମ ଏବଂ ଟ୍ୱିଟରରୁ ବନ୍ଦ କରାଯାଇଛି। ଏହି ଗୁଳିକାଣ୍ଡ ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୭ ଜଣ ଆହତ ହୋଇଥିଲେ।
ସୋମବାର ବବି ହାଇଲାଣ୍ଡ ପାର୍କ ନିକଟରେ ଏକ ବିଲ୍ଡିଂ ଉପରୁ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲା। ହଠାତ ହୋଇଥିବା ଫାଏରିଂରେ ଲୋକେ ଭୟଭିତ ହୋଇ ଦୌଡାଦୌଡି ଆରମ୍ଭ କରିଥିଲେ । ଆମେରିକାର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥଆ ଏଫବିଆଇ ହାଇଲାଣ୍ଡ ଗୁଳିକାଣ୍ଡର ଅଭିଯୁକ୍ତ ରୋବର୍ଟ ଇ କ୍ରିମୋକୁ ଗିରଫ କରି ଜେରା କରୁଛି । କିନ୍ତୁ ଏବେ ସୁଦ୍ଧା ଗୁଳିକାଣ୍ଡ ପଛର କାରଣ ସ୍ପଷ୍ଟ ହୋଇପାରି ନାହିଁ ।