ବିଦେଶରେ ଭାରତୀୟ ପୋଲିସ ଅଧିକାରୀଙ୍କ ନାଁରେ ନାମିତ ହେବ ପୋଷ୍ଟ ଅଫିସ୍: ମଞ୍ଜୁରୀ ଦେଲା ଆମେରିକୀୟ ସିନେଟ୍
5/12/2020 at 5:48 PM

ୱାସିଂଟନ ୦୫/୧୨ : ହ୍ୟୁସ୍ଟନରେ ଜଣେ ଶିଖ ପୋଲିସ ଅଧିକାରୀଙ୍କ ନାଁରେ ନାମିତ ହେବା ପୋଷ୍ଟ ଅଫିସ। ଆମେରିକା ସଂସଦର ଉଚ୍ଚ ସଦନରେ ସର୍ବ ସମ୍ମତିରେ ନାମକରଣ ବିଧେୟକକୁ ମଞ୍ଜୁରୀ ମିଳିଛି। ପୋଲିସ ଅଧିକାରୀ ସନ୍ଦୀପ ସିଂହ ଧଲିୱାଲଙ୍କ ନାଁରେ ନାମକରଣ ହେବ ପୋଷ୍ଟ ଅଫିସ। ଏହା ପୂର୍ବରୁ କଂଗ୍ରେସର ନୀଚ ସଦନ ପ୍ରତିନିଧି ସଭାରେ ହ୍ୟୁସ୍ଟନର ୩୧୫ ଏଡିକ୍ସ ହାବେଲ ରୋଡ଼ ସ୍ଥିତ ପୋଷ୍ଟ ଅଫିସକୁ ‘ଡେପୁଟି ସନ୍ଦୀପ ସିଂହ ଧଲିୱାଲ ପୋଷ୍ଟ ଅଫିସ ବିଲଡିଂ’ ଭାବେ ନାମକରଣ କରିବାକୁ ମଞ୍ଜୁରୀ ମିଳିଥିଲା।

କଂଗ୍ରେସରୁ ପାସ ହୋଇଥିବା ବିଧେୟକକୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦସ୍ତଖତ ପାଇଁ ହ୍ୱାଇଟ ହାଉସ ପଠାଯିବ। ସୂଚନାଯୋଗ୍ୟ ଯେ ଗତବର୍ଷ ନିୟମିତ ଯାଞ୍ଚ ସମୟରେ ବାହନ ରୋକିବା ନେଇ ୩୧୫ ଏଡିକ୍ସ ହାବେଲ ନିକଟରେ ଶିଖ ପୋଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସେଥିପାଇଁ ଏହି ପୋଷ୍ଟ ଅଫିସକୁ ତାଙ୍କ ନାଁରେ ନାମିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ନାମକରଣ ପରେ ବିଦେଶର ଏହି ପୋଷ୍ଟ ଅଫିସ ଜଣେ ଭାରତୀୟଙ୍କ ନାଁରେ ପରିଚିତ ହେବ। ପୁଅ ନାଁରେ ପୋଷ୍ଟ ଅଫିସ ନାମକରଣକୁ ନେଇ ସନ୍ଦୀପ ସିଂହ ଧଲିୱାଲଙ୍କ ପିତା ବହୁତ ଖୁସି ଅଛନ୍ତି। ପୁଅର କାର୍ଯ୍ୟ ପାଇଁ ମିଳିଥିବା ସମ୍ମାନ ଓ ସମର୍ଥନ ପାଇଁ ସେ ଆଭାର ବ୍ୟକ୍ତ କରିଛନ୍ତି। ସାଂସଦ ଜନ୍ହ କ୍ରୋନି ମଧ୍ୟ ତାଙ୍କର ସାହାସିକତାକୁ ପ୍ରଶଂସା କରିଛନ୍ତି।

ଏହା ପୂର୍ବରୁ ଦେଖିବା କାଲିଫର୍ନିଆରେ କଂଗ୍ରେସ ସଦସ୍ୟ ଥିବା ଡାଲିପ ସିଂହ ସୌନ୍ଧଙ୍କୁ ୨୦୦୬ ମସିହାରେ ହେଇ ସମ୍ମାନ ମିଳିଥିଲା। ଧଲିୱାଲଙ୍କୁ ୨୦୧୫ରେ ହେରିସ କାଉଣ୍ଟି ଶେରିଫ କାର୍ଯ୍ୟାଳୟରେ କାର୍ଯ୍ୟରତ ସୁଖ ଆମେରିକୀୟ ଅଧିକାରୀ ଭାବେ ପ୍ରଥମଥର ପାଇଁ ପଗଡି ସହ କାର୍ଯ୍ୟ କରିବାକୁ ନିଯୁକ୍ତି ମିଳିଥିଲା।ଗତ ବର୍ଷ ସେପ୍ଟେମ୍ବର ୨୭ ତାରିଖରେ ତାଙ୍କୁ ଡ୍ୟୁଟି ସମୟରେ ଗୁଳି କରି ହତ୍ୟା କରାଯାଇଥିଲା।