ଭାରତର ଏୟାର ଷ୍ଟ୍ରାଇକ୍ ପରେ ପରମାଣୁ ହମଲା ଯୋଜନା କରିଥିଲା ପାକିସ୍ତାନ, ନିଜ ବହିରେ ଦାବି କଲେ ମାଇକ୍ ପମ୍ପିଓ

Published By : Prameya-News7 Bureau | January 25, 2023 IST

ନୂଆଦିଲ୍ଲୀ: ଭାରତର ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ପରେ ପରମାଣୁ ହମଲା କରିଥାନ୍ତା ପାକିସ୍ତାନ । ଏଭଳି ଦାବି କରିଛନ୍ତି ଆମେରିକାର ପୂର୍ବତନ ବିଦେଶ ମନ୍ତ୍ରୀ ମାଇକ୍ ପମ୍ପିଓ । ଭାରତର ତତ୍କାଳୀନ ବିଦେଶ ମନ୍ତ୍ରୀ ସ୍ବଗର୍ତ ସୁଷମା ସ୍ବରାଜ ଏନେଇ ତାଙ୍କୁ ଫୋନ୍ କରି ଜଣାଇଥିଲେ । ଭାରତ ମଧ୍ୟ ଆକ୍ରମଣ କରିବା ନେଇ ପ୍ରସ୍ତୁତ ରହିଥିଲା ବୋଲି ପମ୍ପିଓ ଦାବି କରିଛନ୍ତି ।

ପମ୍ପିଓଙ୍କ ଦାବି ଅନୁଯାୟୀ, ପୁଲଓ୍ବାମା ଆଟାକ୍ ପରେ ଭାରତ ପ୍ରତିଶଧ ପରାୟଣ ହୋଇ ବଦଲା ନେଇଥିଲା । ବାଲାକୋଟ୍‌ରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରି ଜୈଶ-ଏ-ମହମ୍ମଦର ଆତଙ୍କୀ ଆଡ୍ଡାକୁ ଧ୍ବସ୍ତବିଧ୍ବସ୍ତ କରି ଦେଇଥିଲା । ଏଖବର ମିଳିବା ପରେ ଭାରତ ଉପରେ ପାକିସ୍ତାନ ପରମାଣୁ ଆକ୍ରମଣ କରିବା ନେଇ ଯୋଜନା ପ୍ରସ୍ତୁତ କରୁଥିଲା ବୋଲି ଆମେରିକାର ପୂର୍ବତନ ବିଦେଶ ମନ୍ତ୍ରୀ  ।

ମଙ୍ଗଳବାର ମାଇକ୍ ପମ୍ପିଓଙ୍କ ନିଜ ବହି ‘Never Give an Inch: Fighting for the America I Love’ ଲଞ୍ଚ ବେଳେ ଏଭଳି କିଛି ଦାବି କରିଛନ୍ତି । ୨୦୧୯ ଫେବ୍ରୁଆରୀ ୨୭ ଓ ୨୮ ତାରିଖରେ ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ସମ୍ମିଳନୀ ହୋଇଥିଲା ।  ଏହି ସମୟରେ ତାଙ୍କୁ ସୁଷମା ସ୍ବାରଜ ଫୋନ୍ କରି ଏବାବଦରେ ଅବଗତ କରାଇଥିଲେ ବୋଲି କହିଛନ୍ତି ପାମ୍ପଓ । ତେବେ ଏହି ସଂକଟକୁ ଟାଳିବାକୁ ତାଙ୍କ ଟିମ୍ ଭାରତ ଓ ପାକିସ୍ତାନ ପ୍ରତିନିଧିଙ୍କ ସହିତ ପୂରା ରାତି ଆଲୋଚନା କରିଥିଲେ । ଏହା ସହିତ ସେ ତାଙ୍କ ବହିରେ ଲେଖିଛନ୍ତି, ସମଗ୍ର ବିଶ୍ବ ଜାଣିଛି ୨୦୧୯ ଫେବ୍ରୁଆରୀରେ ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧର କେତେ ନିକଟତର ହୋଇଥିଲେ ।

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଭାରତ ପ୍ରାୟ ୪୦ଜଣ ଯବାନ ସହିଦ ହୋଇଥିଲେ । ଏହା ପରେ ଆକ୍ରମଣ ନୀତି ଆପଣାଇଥିଲା ଭାରତ । ପାକିସ୍ତାନ ସୀମା ଭିତରେ ପଶି ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରି ଆତଙ୍କବାଦୀଙ୍କୁ ନିପାତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.