ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ହ୍ୱାଇଟ୍ ହାଉସରେ ହନୁମାନଙ୍କ ନାଁ ଧରିଲେ ଆଣ୍ଟନୀ ବ୍ଲିଙ୍କନ, କହିଲେ-ଭାରତକୁ ହସ୍ତାନ୍ତର କରିଛୁ ୫୦୦ ବର୍ଷ ପୁରୁଣା ମୂର୍ତ୍ତି

27/10/2022 at 5:11 PM

ନୂଆଦିଲ୍ଲୀ: ଆମେକାରର ବିଦେଶ ମନ୍ତ୍ରୀ ଆଣ୍ଟନୀ ବ୍ଲିଙ୍କନ ୟୁଏସରେ ଧାର୍ମିକ ସ୍ୱଧୀନତାର ମହତ୍ୱ ଉପରେ ଜୋର ଦେଇଛନ୍ତି । ସେ କହିଛନ୍ତି, ୫୦୦ ବର୍ଷ ପୁରୁଣା ହନୁମାନଙ୍କ ଚୋରି ହୋଇଥିବା ମୂର୍ତ୍ତିକୁ ଚଳିତ ବର୍ଷ ଭାରତ ସରକାରଙ୍କୁ ହସ୍ତାନ୍ତର କରାଯାଇଛି ।

ଆଣ୍ଟନୀ ବ୍ଲିଙ୍କନ କହିଛନ୍ତି, ଫେବ୍ରୁଆରୀରେ ଅଷ୍ଟେଲିଆ ମିଶନରେ ଆମ ସହଯୋଗୀମାନେ ମିଳିତ ରୂପେ ୟୁଏନ ଡିପାର୍ଟମେଣ୍ଟ ଅଫ୍ ହୋମଲ୍ୟାଣ୍ଡ ସିକ୍ୟୁରିଟି ଏବଂ ଭାରତୀୟ ଆଇନ ପ୍ରବର୍ତ୍ତନ ଏଜେଣ୍ଟୋ ସାହାଯ୍ୟରେ ହିନ୍ଦୁ ଦେବତା ହନୁମାନ ଜୀଙ୍କ ୫୦୦ ବର୍ଷ ପୁରୁଣା ମୂର୍ତ୍ତି ଉଦ୍ଧାର କରାଯାଇଥିଲା । ଏହାକୁ ଭାରତ ସରକାରଙ୍କୁ ହସ୍ତାନ୍ତର କରାଯାଇଛି ।

ଏହି ସମୟରେ ବ୍ଲିଙ୍କନ କହିଛନ୍ତି, ଆମେରିକାର ସାରା ଦୁନିଆରେ ସାଂସ୍କୃତିକ ଐତିହକୁ ସଂରକ୍ଷିତ ରଖିବାରେ ନିଜର ସମର୍ଥନ ଦେଉଛି । ଦୀପାବଳି ଉପଲକ୍ଷେ ଆୟୋଜିକ ଏକ କାର୍ଯ୍ୟକ୍ରମ ସମୟରେ ସେ ଏହି ଟିପ୍ପଣୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ କୂଟନୀତିଜ୍ଞଙ୍କ ସହ ଧାର୍ମିକ ସମୁଦାୟର ଲୋକେ ସାମିଲ ହୋଇଥିଲେ ।

   Related Posts