ଉଚ୍ଚ ଶିକ୍ଷା ପାଇଁ ଆମେରିକା ଆଜି ବି ଭାରତୀୟ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ, ODR ରିପୋର୍ଟରେ ଦାବି

Published By : Prameya-News7 Bureau | November 13, 2023 IST

ନୂଆଦିଲ୍ଲୀ: ଭାରତୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଦେଶରେ ଉଚ୍ଚ ଶିକ୍ଷା ଲାଭ ପାଇଁ ପ୍ରଥମ ପସନ୍ଦରେ ଆମେରିକା ରହିଛି । ଓପନ ଡୋର୍ସ ରିପୋର୍ଟକୁ ଆଧାର କରି ଆମେରିକୀୟ ଦୂତାବାସ ବିଜ୍ଞପ୍ତିରେ ଏହା ଦାବି କରାଯାଇଛି । ରିପୋର୍ଟରେ କୁହାଯାଇଛି ଯେ ଓପନ ଡୋର୍ସ (ଓଡିଆର) ଅନୁସାରେ ଶିକ୍ଷା ବର୍ଷ ୨୦୨୨-୨୩ରେ ଭାରତରୁ ଆମେରିକା ଗସ୍ତ କରିଥିବା ବିଦେଶୀ ଛାତ୍ରଙ୍କ ସଂଖ୍ୟା ୩୫ ପ୍ରତିଶତ ବଢି ସର୍ବକାଳୀନ ଉଚ୍ଚ ସ୍ତର ୨,୬୮,୯୨୩ରେ ପହଞ୍ଚିଛି ।

ଆମେରିକା ବିଦେଶ ବିଭାଗ ଓପନ ଡୋର୍ସକୁ ଫଣ୍ଡ ଯୋଗାଇଥାଏ । ଏହା ଆମେରିକାରେ ବିଦେଶୀ ଛାତ୍ରଛାତ୍ରୀ ଓ ବିଦ୍ୱାନ ଏବଂ ବିଦେଶରେ ପଢୁଥିବା ଆମେରିକୀୟ ଛାତ୍ରଙ୍କ ଅନ୍ତରାଷ୍ଟ୍ରୀୟ ଶିକ୍ଷା ସଂସ୍ଥାନ(ଆଇଆଇଇ) ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଏକ ନିଶ୍ଚିତ ବାର୍ଷିକ ସର୍ଭେ ପ୍ରସ୍ତୁତ କରିଥାଏ । ଆମେରିକାରେ ବିଦେଶୀ ଛାତ୍ରଛାତ୍ରୀଙ୍କ ବୃଦ୍ଧି ହାର ଉପରେ ରିପୋର୍ଟ ଦେବା ସହ ମୂଳ ସ୍ଥାନ, ଆର୍ଥିକ ସହାୟତାର ସ୍ରୋତ, ଅଧ୍ୟୟନର କ୍ଷେତ୍ର, ଶିକ୍ଷାନୁଷ୍ଠାନ ଓ ଶିକ୍ଷାର ମାନ ଉପରେ ଡାଟା ଜାରି କରିଥାଏ ।

ପଢନ୍ତୁ: ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ବାଧ୍ୟତାମୁଳକ ନୁହେଁ: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓପନ ଡୋର୍ସ ରିପୋର୍ଟ ଦ୍ୱାରା ଉପଲବ୍ଧ କରାଯାଉଥିବା ଡାଟା ଅନୁସାରେ ଭାରତ ୨୦୦୯-୧୦ ପରେ ପ୍ରଥମ ଥର ପାଇଁ ଆମେରିକାରେ ଅନ୍ତରାଷ୍ଟ୍ରୀୟ ସ୍ନାତକ ଛାତ୍ରଙ୍କ ସବୁଠୁ ବଡ଼ ସ୍ଥାନ ନେଇ ଚୀନକୁ ପଛରେ ପକାଇଥିଲା । ଏହାସହ ଉଚ୍ଚ ଶିକ୍ଷା ଲାଭ ପାଇଁ ଆମେରିକା ଯାଉଥିବା ଭାରତୀୟ ଛାତ୍ରଛତ୍ରୀଙ୍କ ସଂଖ୍ୟା ୬୩ ପ୍ରତିଶତ ବଢି ୧,୬୫,୯୩୬ ହୋଇଛି । ଗତ ବର୍ଷ ତୁଳନାରେ ପ୍ରାୟ ୬୪,୦୦୦ ଛାତ୍ରଛାତ୍ରୀ ଅଧିକ । ରିପୋର୍ଟ ଅନୁସାରେ ଭାରତୀୟ ସ୍ନାତକ ଛାତ୍ରଙ୍କ ସଂଖ୍ୟାରେ ମଧ୍ୟ ୧୬ ପ୍ରତିଶତ ବୃଦ୍ଧି ହୋଇଛି । ଆମେରିକାରେ ପଢୁଥିବା ଦଶ ଲକ୍ଷରୁ ଅଧିକ ଅନ୍ତରାଷ୍ଟ୍ରୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏକ ଚତୁର୍ଥାଂଶରୁ ଅଧିକ ଭାରତୀୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.