ଆମେରିକାର ଡ୍ରୋନ ଉପରେ ଆକ୍ରମଣ କରିଥିଲା ରୁଷର ବିମାନ, ଭିଡିଓ ଜାରି କଲା ପେଣ୍ଟାଗନ
16/03/2023 at 5:53 PM

ନୂଆଦିଲ୍ଲୀ: ୟୁକ୍ରେନ ନିକଟ କୃଷ୍ଣ ସାଗର ଉପରେ ଅନ୍ତରାଷ୍ଟ୍ରୀୟ ଆକାଶ ମାର୍ଗରେ ଆମେରିକା ଡ୍ରୋନ କ୍ରାସ ହେବା ଘଟଣାରେ ପେଣ୍ଟାଗନ ଏକ ଭିଡିଓ ଜାରି କରିଛି । ଏଥିରେ ଆମେରିକା ବାୟୁ ସେନାର ଡ୍ରୋନକୁ ରୁଷର ବିମାନ ଅବରୋଧ କରୁଥିବା ଦେଖିବାକୁ ମିଳୁଛି । ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ କହିଛି, ୪୨ ସେକେଣ୍ଡର ଏକ ଭିଡିଓରେ ରୁଷର ଏସୟୁ-୨୭ ଜେଟ୍ ଆମେରିକାର ଏମକ୍ୟୁ-୯ ଡ୍ରୋନ ଉପରେ ଇନ୍ଧନ ଛାଡୁଛି ।
ଦୁଇ ଦିନ ପୂର୍ବେ ରୁଷ-ୟୁକ୍ରେନ ସୀମା ନିକଟରେ ରୁଷର ସୁଖୋଇ ଫାଇଟର ଜେଟ୍ ଆମେରିକାର ଆଡଭାନ୍ସଡ ରିପର ଡ୍ରୋନକୁ ଟାର୍ଗେଟ କରିଥିଲା । ରୁଷର ଏସୟୁ-୨୭ ଏହି ରିପର ଉପରେ ଇନ୍ଧନ ପକାଉଥିଲା । ଏହି ଫୁଏଲ ରିପରର ପ୍ରୋପେଲରରେ ପହଞ୍ଚିବା ପରେ ଡ୍ରୋନ କିଛି ଦୂର ଯାଇ କୃଷ୍ଣ ସାଗରରେ କ୍ରାସ ହୋଇଯାଇଥିଲା । ଘଟଣା ପରେ ଆମେରିକା ଏବଂ ରୁଷ ମଧ୍ୟରେ ଚିକ୍ତତା ବଢିଛି । ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଅଷ୍ଟିନ ଏବଂ ଜଏଣ୍ଟ ଅଫ୍ ଷ୍ଟାଫର ମୁଖ୍ୟ ଜେନେରାଲ ମାର୍କ ମିଲେ ଏହି ଘଟଣା ପରେ ନିଜର ରୁଷ ସମକକ୍ଷଙ୍କ ସହ କଥା ହୋଇଛନ୍ତି ।
VIDEO: Two #Russian Su-27s conducted an unsafe & unprofessional intercept w/a @usairforce intelligence, surveillance & reconnaissance unmanned MQ-9 operating w/i international airspace over the #BlackSea March 14. https://t.co/gMbKYNtIeQ @HQUSAFEAFAF @DeptofDefense @NATO pic.twitter.com/LB3BzqkBpY
— U.S. European Command (@US_EUCOM) March 16, 2023
ମଙ୍ଗଳବାର କୃଷ୍ଣ ସାଗର ଉପରେ ଆମେରିକୀୟ ଡ୍ରୋନ ଏମକ୍ୟୁ-୯ ରିପର ସର୍ଭିଲାନ୍ସ କରୁଥିଲା । ଏହାର ଇଣ୍ଟରନ୍ୟାସନାଲ ଏୟାରସ୍ପେସ୍ ଅଟେ । ଆମେରିକା କହିଥିଲା ରୁଷର ଦୁଇ ଏସୟୁ-୨୭ ଫାଇଟର ଜେଟ୍ସ ଆମେରିକୀୟ ଡ୍ରୋନକୁ ୪୦ ମିନିଟ ଯାଏ ଘେରିଥିଲେ ଏବଂ ଡ୍ରୋନ ଉପରେ ଫୁଏଲ ପକାଇଥିଲେ । ଫଳରେ ଡ୍ରୋନର ପ୍ରୋପେଲରକୁ କ୍ଷତି ପହଞ୍ଚିଥିଲା । ଇନ୍ଧନ ପଡ଼ିବା ପରେ ଏହାର ଇଞ୍ଜିନ କାମ କରିବା ବନ୍ଦ କରି ଦେଇଥିଲା ଏବଂ ଡ୍ରୋନଟି କୃଷ୍ଣ ସାଗରରେ ପଡି ଯାଇଥିଲା ।
U.S. military releases video showing a Russian Su-27 fighter jet colliding with an American MQ-9 Reaper drone above the Black Sea earlier this week. pic.twitter.com/4wrHauzObC
— Lucas Tomlinson (@LucasFoxNews) March 16, 2023
ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଅଧିକ ବଢିଥିଲା । ଆମେରିକା ବାୟୁ ସେନାର ଜେନେରାଲ ଜେମ୍ସ ହ୍ୟାକର ରୁଷର ଏହି ପଦକ୍ଷେପକୁ ଦାୟିତ୍ୱହୀନ ଏବଂ ଉତ୍ତେଜନା ସୃଷ୍ଟିକାରୀ କହିଥିଲେ । ଅନ୍ୟପଟେ, ଆମେରିକାର ଅଭିଯୋଗକୁ ରୁଷ ଖଣ୍ଡନ କରିଥିଲା । ଏହା କେବଳ ଏକ ଦୁର୍ଘଟଣା ଏବଂ ଡ୍ରୋନର ଭଗ୍ନାବଶେଷ ଖୋଜିବାରେ ଆମେରିକାକୁ ସହଯୋଗ କରିବ ବୋଲି ରୁଷ କହିଥିଲା ।