Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ବ୍ୟାଙ୍କିଂ ସଙ୍କଟ ଉପରେ ସାମ୍ୱାଦିକ କରୁଥିଲେ ପ୍ରଶ୍ନ, ଉତ୍ତର ନ ଦେଇ ଅଧାରୁ ଚାଲିଗଲେ ବାଇଡେନ୍, ଭିଡିଓ ଭାଇରାଲ

14/03/2023 at 4:25 PM

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଅନେକ ଥର ନିଜ ଅଜବ ବ୍ୟବହାର ଏବଂ ଜବାବକୁ ନେଇ ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଥାନ୍ତି । ଆମେରିକାର ବିରୋଧୀ ରିପବ୍ଲିକାନ ପାର୍ଟି ବିଭିନ୍ନ ଆଲୋଚନା ସମୟରେ ବାଇଡେନ୍ ଶୋଇ ପଡ଼ୁଥିବା ଅଭିଯୋଗ ମଧ୍ୟ କରିଛନ୍ତି । ଏହାରି ଭିତରେ ସୋମବାର ବାଇଡେନ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ହ୍ୱାଇଟ୍ ହାଉସରେ ସାମ୍ୱାଦିକ ସମ୍ମିଳନୀ ସମୟରେ ଆମେରିକୀୟ ବ୍ୟାଙ୍କ ସ୍ଥିତି ଉପରେ ପ୍ରଶ୍ନ କରାଯିବା ବେଳେ ବାଇଡେନ ହଠାତ୍ ମଞ୍ଚ ଛାଡ଼ି ଚାଲି ଗଲେ ଏବଂ କବାଟ ବନ୍ଦ କରିଦେଲେ ।

ଉଲ୍ଲେଖଯୋଗ୍ୟ ଯେ ସିଲିକନ ଭ୍ୟାଲି ବ୍ୟାଙ୍କ ଏବଂ ସିଗ୍ନେଚର ବ୍ୟାଙ୍କ ସଂକଟ ଉପରେ ସରକାରଙ୍କ ପକ୍ଷ ରଖିବା ବାଇଁ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରିଥିଲେ । ଏହି ସମୟରେ କିଛି ସାମ୍ୱାଦିକ ପ୍ରଶ୍ନ କରିଥିଲେ ଯେ ଆପଣ ଦେଶବାସୀଙ୍କୁ ଭରଷା ଦେଇ କହିପାରିବେ କି ବ୍ୟାଙ୍କ ବୁଡ଼ିବା ଘଟଣାର କୌଣସି ବିପରୀତ ପ୍ରଭାବ ପଡ଼ିବ ନାହିଁ ? ଆମେରିକାରେ ଅନ୍ୟ କୌଣସି ବ୍ୟାଙ୍କ ମଧ୍ୟ ବୁଡ଼ି ଯିବ କି ? ତେବେ ଏହି ସମୟରେ ବାଇଡେନ୍ ପୋଡିୟମ ଛାଡିଥିଲେ ଏବଂ ସାମ୍ୱାଦିକଙ୍କ ପ୍ରଶ୍ନକୁ ଅଣଦେଖା କରି କୌଣସି ଜବାବ ନ ଦେଇ ନିଜ ରୁମକୁ ଚାଲି ଗଲେ ।

ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହ୍ୱାଇଟ୍ ହାଉସର ୟୁଟ୍ୟୁବ ଚ୍ୟାନେଲରେ ବାଇଡେନଙ୍କ ୱାକ୍ ଆଉଟ୍ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓକୁ ୫୦ ଲକ୍ଷରୁ ଅଧିକ ଲୋକେ ଦେଖା ସାରିଛନ୍ତି । ଅନେକ ଲୋକ ଏହାକୁ ନେଇ ବାଇଡେନଙ୍କ ମଜା ମଧ୍ୟ ଉଡ଼ାଉଛନ୍ତି ।    

ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଜୋ ବାଇଡେନ୍ ସାମ୍ୱାଦିକଙ୍କ ପ୍ରଶ୍ନର ଉତ୍ତର ନ ଦେଇ ଅଧାରୁ ମଞ୍ଚ ଛାଡି ଚାଲି ଯାଇଛନ୍ତି । ଏହା ପୂର୍ବରୁ ଚୀନର ଗୁଇନ୍ଦା ବେଲୁନ ଉପରେ ପ୍ରଶ୍ନ ସମୟରେ ମଧ୍ୟ ବାଇଡେନ ଅଧାରୁ ଚାଲି ଯାଇଥିଲେ ।

   Related Posts