Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗିରଫ ହେଲେ କନ୍ନଡ଼ ଅଭିନେତା ଚେତନ କୁମାର, ହିନ୍ଦୁ ଧର୍ମକୁ ନେଇ କରିଥିଲେ ବିବାଦୀୟ ପୋଷ୍ଟ୍‌
  • ||
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ରାତିର ଅନ୍ଧାରରେ ଭରିଲେ ଉଡାଣ…୧୦ ଘଣ୍ଟାର ଟ୍ରେନ ଯାତ୍ରା, ବାଇଡେନଙ୍କ ୟୁକ୍ରେନ ଗସ୍ତର ଭିତିରି କଥା

20/02/2023 at 8:51 PM

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ ଆକ୍ରମଣକୁ ଫେବ୍ରୁଆରୀ ୨୪ରେ ଏକ ବର୍ଷ ପୂରିବ । ଏହାର ଚାରି ଦିନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ହଠାତ୍ ୟୁକ୍ରେନର ରାଜଧାନୀ କିଭରେ ପହଞ୍ଚିଛନ୍ତି । ବାଇଡେନଙ୍କ କିଭ୍ ପହଞ୍ଚିବା ସଭିଙ୍କୁ ଚକିତ କରାଇଥିଲା । ଆମେରିକା ମିଡିଆର ଦାବି ଅନୁସାରେ କେହି ମଧ୍ୟ ବାଇଡେନଙ୍କ ଗସ୍ତ ବିଷୟରେ ଟେର୍ ପାଇ ନଥିଲେ । ବାଇଡେନଙ୍କ କିଭ୍ ପହଞ୍ଚିବା ନିଶ୍ଚିତ ରୂପେ ରୁଷ ରାଷ୍ଟ୍ରପତି ପୁଟିନଙ୍କ କ୍ରୋଧକୁ ବଢାଇବା ପଦକ୍ଷେପ । ଅନେକ ଏହି ପଦକ୍ଷେପକୁ ଜଟିଳ ଏବଂ ବଡ଼ ବିପଦଜ୍ଜନକ ଘଟଣା ରୂପେ ଦେଖୁଛନ୍ତି ।

ଆମେରିକା ରାଷ୍ଟ୍ରପତି ବାଇଡେନ ଆଜିର ସମୟରେ ଦୁନିଆର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି । ବାଇଡେନଙ୍କ ବିଦେଶ ଯାତ୍ରା ସମୟରେ ତାଙ୍କ ସୁରକ୍ଷାରେ ଏୟାରଫୋର୍ସ ୱାନ ସୁରକ୍ଷାର ପ୍ରଚେରୀ ହୋଇ ରହିଥାଏ । କିନ୍ତୁ ଏଥର ସେ ୧୦ ଘଣ୍ଟା ଟ୍ରେନରେ ଯାତ୍ରା କରି କିଭରେ ପହଞ୍ଚିଥିଲେ । ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ ବାଇଡେନ ଟ୍ରାନ୍ସ ଆଟଲାଣ୍ଟିକ୍ ଫ୍ଲାଇଟରୁ ପ୍ରଥମେ ସେ ପୋଲାଣ୍ଡରେ ପହଞ୍ଚିଥିଲେ ଏବଂ ପରେ ଟ୍ରେନରେ ସୀମା ପାର କରି ୟୁକ୍ରେନରେ ପହଞ୍ଚିଥିଲେ ।

ନ୍ୟୁୟର୍କ ଟାଇମ୍ସ ଅନୁସାରେ ବାଇଡେନ ବିନା କୌଣସି ନୋଟିସରେ ରବିବାର ବିଳମ୍ୱିତ ରାତିରେ ଅନ୍ଧାରରେ ୱାଶିଂଟନରୁ ଯାତ୍ରା ଆରମ୍ଭ କରିଥିଲେ । କେବଳ କିଛି ଜଣ ସାମ୍ୱାଦିକଙ୍କୁ ଗୁପ୍ତ ରଖିବା ସର୍ତ୍ତରେ ବାଇଡେନଙ୍କ ଏହି ଗସ୍ତ ବିଷୟରେ ସୂଚନା ଦିଆଯାଇଥିଲା । ଯେଉଁ ସାମ୍ୱାଦିକମାନେ ବାଇଡେନଙ୍କ ସହ ପୋଲାଣ୍ଡ ଗସ୍ତରେ ଥିଲେ ସେମାନଙ୍କ ଫୋନ ଛଡାଇ ନିଆଯାଇଥିଲା ।

ବାଇଡେନଙ୍କ ଗସ୍ତ ପରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଜର୍ଜ ବୁସ ଏବଂ ଜୋନାଲ୍ଡ ଟ୍ରମ୍ପ କଥା ସମସ୍ତେ ମନେ ପକାଉଛନ୍ତି । ଏହିମାନେ ମଧ୍ୟ ପୂର୍ବରୁ ବିନା କୌଣସି ସୂଚନା ଦେଇ ଇରାନ ଏବଂ ଆଫଗାନିସ୍ତନ ଗସ୍ତ କରିଥିଲେ । କିନ୍ତୁ ବାଇଡେନଙ୍କ ୟୁକ୍ରେନ ଗସ୍ତ ପୂରା ଅଲଗା ଥିଲା । ବାଇଡେନଙ୍କ ଏହି ଗସ୍ତ ବଡ଼ ବିପଦ ଭିତରେ ଶେଷ ହୋଇଛି । ୟୁକ୍ରେନ ଏୟାରସ୍ପେସ ଉପରେ ଆମେରିକା ମିଲିଟାରୀ ନିୟନ୍ତ୍ରଣ ଥିଲେ ମଧ୍ୟ ୟୁକ୍ରେନ ପାଖରେ ଏହାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନାହିଁ ।

   Related Posts