ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଆମେରିକା ରାଷ୍ଟ୍ରପତି ନେଲେ କରୋନା ଟିକାର ବୁଷ୍ଟର ଡୋଜ୍, ସାଧାରଣ ଲୋକଙ୍କୁ କଲେ ଅପିଲ୍

28/09/2021 at 11:41 AM

ଓ୍ୱାସିଂଟନ ୨୮/୦୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କରୋନା ଟିକାର ତୃତୀୟ ଡୋଜ୍ ତଥା ବୁଷ୍ଟର ଡୋଜ ନେଇଛନ୍ତି ।  ହ୍ୱାଇଟ ହାଉସରେ ସ୍ଥାନୀୟ ସମୟ ଅନୁସାରେ ଦ୍ୱିପ୍ରହରେ କୋଭିଡ-୧୯ ଟିକାର ବୁଷ୍ଟର ଡୋଜ ନେଇଛନ୍ତି ।

ସୂଚନା ଥାଉକି ଆମେରିକାର ଫେଡେରାଲ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ କରୋନା ଟିକାର ବୁଷ୍ଟର ଡୋଜର ବ୍ୟବହାର ପାଇଁ ଅନୁମତି ଦେବା ସହ ମାନ୍ୟତା ପ୍ରଦାନ କରିଛନ୍ତି। ଟିକାନେବା ପୂର୍ବରୁ ବାଇଡେନ କହିଛନ୍ତି ଏହି କରୋନା ବିପର୍ଯୟକୁ ହରାଇବା, ଅମୁଲ୍ୟ ଜୀବନ ବଞ୍ଚାଇବା, ପିଲାମାନଙ୍କୁ ସୁରକ୍ଷିତ ରଖିବା, ବିଦ୍ୟାଳୟ ଖୋଲିବା ସହ ଅର୍ଥ ବ୍ୟବସ୍ଥାକୁ ସୁଦୃଢ ରଖିବା ପାଇଁ ଆମେମାନେ ଟିକା ନେବା ଅବଶ୍ୟ ଜରୁରୀ ଅଟେ।

ବାଇଡେନ ଆମେରିକା ବାସୀଙ୍କୁ କହିଛନ୍ତି ଦୟାକରି ”ସଠିକ କାମ କରନ୍ତୁ ବୁଷ୍ଟର ଡୋଜ୍ ନିଅନ୍ତୁ”। ଶେଷରେ ବାଇଡେନ କହିଛନ୍ତି ଏହି ଟିକା ଆପଣଙ୍କ ଜୀବନ ବଞ୍ଚାଇବା ସହ ଆପଣଙ୍କ ଆଖପାଖରେ ଥିବା ଲୋକମାନଙ୍କର ଜୀବନ ବଞ୍ଚାଇବାରେ ସାହାଯ୍ୟ କରିବ।

   Related Posts