ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||
  • ଯାଜପୁର : ଦୀର୍ଘ ୧୬ ଘଣ୍ଟା ପରେ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ
  • ||
  • ଘଟଗାଁ : ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି
  • ||

କିଭରେ ହଠାତ୍ ପହଞ୍ଚିଲେ ବାଇଡେନ, କହିଲେ- ୟୁକ୍ରେନ ସହ ରହିଛି ଆମେରିକା ଏବଂ ସାରା ବିଶ୍ୱ, ଦେବୁ ଆହୁରି ଅସ୍ତ୍ର

20/02/2023 at 5:26 PM

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ବର୍ଷେ ପୂରିବାକୁ ଯାଉଛି । ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ହଠାତ୍ କିଭରେ ପହଞ୍ଚିଛନ୍ତି । ବାଇଡେନଙ୍କ ହଠାତ୍ କିଭ୍ ଗସ୍ତକୁ ନେଇ ସମସ୍ତେ ଚକିତ ହୋଇଛନ୍ତି । ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ଏହା ଆମେରିକା ରାଷ୍ଟ୍ରପତିଙ୍କ ପ୍ରଥମ କିଭ୍ ଯାତ୍ରା । ଉଲ୍ଲେଖଯୋଗ୍ୟ ଯେ ବାଇଡେନ ପୋଲାଣ୍ଡର ରାଷ୍ଟ୍ରପତି ଏନ୍ଦ୍ରେଜ ଦୁଦାଙ୍କୁ ଭେଟିବାର କାର୍ଯ୍ୟକ୍ରମରେ ଯାଇଥିଲେ । କିନ୍ତୁ ଏହାପରେ ସେ ହଠାତ୍ ୟୁକ୍ରେନରେ ପହଞ୍ଚିଥିଲେ । ବାଇଡେନଙ୍କ ଏହି ଗସ୍ତ ବାବଦରେ କାହାରି ପାଖରେ କୌଣସି ପୂର୍ବ ସୂଚନା ନଥିଲା ।

କିଭରେ ପହଞ୍ଚିବା ପରେ ବାଇଡେନ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସିଙ୍କୁ ଭେଟିଛନ୍ତି । ସିଏନଏନର ରିପୋର୍ଟ ଅନୁସାରେ ଜୋ ବାଇଡେନ୍ ଏହି ସମୟରେ ୟୁକ୍ରେନକୁ ୫୦ କୋଟି ଡଲାର (୫୦୦ ମିଲିୟନ ଡଲାର)ର ଅତିରିକ୍ତ ସହାୟତା ଘୋଷଣା କରିଛନ୍ତି ।

ସିଏନଏନର ରିପୋର୍ଟ ଅନୁସାରେ ବାଇଡେନ କହିଛନ୍ତି, ‘ୟୁକ୍ରେନ ଉପରେ ଆକ୍ରମଣର ବର୍ଷେ ପରେ ପୁଟିନଙ୍କ ଯୁଦ୍ଧ ନୀତି ବିଫଳ ହୋଇଛି । ପୁଟିନ ଭାବିଥିଲେ ୟୁକ୍ରେନ ଦୁର୍ବଳ ଏବଂ ପାଶ୍ଚିମ ରାଷ୍ଟ୍ର ଗୁଡିକ ମଧ୍ୟରେ ଏକତା ନାହିଁ । କିନ୍ତୁ ବର୍ତ୍ତମାନ ସେ ଏହା ଚିନ୍ତା କରିପାରୁ ନଥିବେ । ସେ (ପୁଟିନ) ସମ୍ପୂର୍ଣ୍ଣ ଭୁଲ । ଗୋଟିଏ ବର୍ଷ ପରେ ଏହି ରୁମରେ ଆମ ମାନଙ୍କ ଉପସ୍ଥିତି ହିଁ ପ୍ରମାଣିତ କରୁଛି ଯେ ଆମେ ଏକ ହୋଇ ଛିଡ଼ା ହୋଇଛୁ’ ।

ଏହାସହ ବାଇଡେନ କହିଛନ୍ତି, ‘ଗୋଟିଏ ବର୍ଷ ପରେ, କିଭ୍ ଛିଡା ହୋଇଛି । ୟୁକ୍ରେନ ଛିଡା ହୋଇ ରହିଛି, ଗଣତନ୍ତ୍ର ବଞ୍ଚି ରହିଛି’। ସେ ଘୋଷଣା କରିଛନ୍ତି ଯେ ୟୁକ୍ରେନ ସହ ଆମେରିକା ଏବଂ ସାରା ବିଶ୍ୱ ଛିଡା ହୋଇ ରହିଛି ।

ବାଇଡେନଙ୍କ ୟୁକ୍ରେନ ଗସ୍ତକୁ ସମ୍ପୂର୍ଣ୍ଣ ରୂପେ ଗୁପ୍ତ ରଖାଯାଇଥିଲା । ଯାତ୍ରାର ୨୪ ଘଣ୍ଟାରେ କେହି ମଧ୍ୟ ଏହା ବିଷୟରେ ଟେର୍ ପାଇ ପାରି ନଥିଲେ । ଜୋ ବାଇଡେନ ୟୁକ୍ରେନ ଗସ୍ତ ସାରି ମୁନିଚ୍ ପହଞ୍ଚି ସେଠାରେ ଆୟୋଜିକ ସୁରକ୍ଷା ସମ୍ମିଳନୀରେ ଭାଗ ନେବେ ।

   Related Posts