ଲୋକହସାର ଶିକାର ହେଲେ ବାଇଡେନ, ଦ୍ୱନ୍ଦ୍ୱରେ ରହି ମଞ୍ଚରୁ ଓହ୍ଲାଇବା ଭୁଲିଗଲେ, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | September 22, 2022 IST

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଣି ଥରେ ସାର୍ବଜନୀନ ମଞ୍ଚରେ ଲଜ୍ଜିତ ହୋଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମ ସମୟରେ ମଞ୍ଚ ଉପରେ ନିଜର ଭାଷଣ ଶେଷ ହେବା ପରେ ମଞ୍ଚରୁ ଓହ୍ଲାଇବା ରାସ୍ତା ଭୁଲିଗଲେ ଏବଂ ମଞ୍ଚ ଉପରେ ଏପଟେ ସପେଟ ଦେଖିବାକୁ ଆରମ୍ଭ କଲେ । ଏହାର ଭିଡିଓ ଏକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହା ପ୍ରଥମ ଥର ନୁହେଁ, ପାଞ୍ଚ ମାସ ପୂର୍ବେ ଏହିପରି ଏକ ଭାଷଣ ସମୟରେ ସେ ଶୃନ୍ୟରେ ହ୍ୟାଣ୍ଡସେକ୍ କରୁଥିବା ଦେଖିବାକୁ ମିଳିଥିଲା।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗତ ପାଞ୍ଚ ମାସରେ ଦ୍ୱିତୀୟ ଥର ପାଇଁ ନିଜର ଏହିପରି ବ୍ୟବହାରକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଗ୍ଲୋବାଲ ଫଣ୍ଡର ସପ୍ତମ ସମ୍ମିଳନୀକୁ ସମ୍ୱୋଧିତ କରିବା ପରେ ମଞ୍ଚରୁ ଓହ୍ଲାଇବା ସମୟରେ ସେ ହାଠତ୍ ଅଟକି ଗଲେ ଏବଂ କିଛି ସମୟ ଏପଟେ ସେପଟେ ଦେଖିଥିଲେ। ସେ ଦ୍ୱନ୍ଦ୍ୱରେ ପଡିଯାଇଥିବା ଅନୁମାନ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ବାଇଡେନଙ୍କୁ ୭୯ ବର୍ଷ ହୋଇଛି।

wp:html /wp:html

ଏଡସ, ଯକ୍ଷ୍ମା ଏବଂ ମାଲେରିଆ ବିରୁଦ୍ଧ ଲଢେଇ ପାଇଁ ଧନ ରାଶି ଏକାଠି କରିବା ପାଇଁ ଗ୍ଲୋବାଲ ଫଣ୍ଡର ସପ୍ତମ ସମ୍ମଳନୀ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଜରିଆରେ ୧୪.୨୫ ବିଲିୟନ ଡଲାର ଏକାଠି କରାଯାଇଛି, ଯାହା କୌଣସି ବହୁପକ୍ଷିୟ ସଂସ୍ଥା ସଂଗଠନର ଆଜି ଯାଏଁର ସବୁଠୁ ବଡ଼ ରାଶି ଅଟେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.