ଟ୍ରମ୍ପଙ୍କ ଉପରେ ୫୬% ଭାରତୀୟଙ୍କ ଭରସା, କିନ୍ତୁ ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ନେଇ ଅନେକ ନାଖୁସ୍

Published By : Prameya-News7 Bureau | February 21, 2020 IST

ଓ୍ବାସିଂଟନ ୨୧।୦୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଲୋକପ୍ରିୟତା ଭାରତରେ ବଢିଛି । କିନ୍ତୁ କିଛି ନୀତି ଓ କାରବାର ନେଇ ତାଙ୍କର ହାବଭାବକୁ ନେଇ ପସନ୍ଦ କରୁନାହାନ୍ତି । କଂଗ୍ରେସ ମୁକାବିଲାରେ ବିଜେପି ସମର୍ଥକମାନେ ଟ୍ରମ୍ପଙ୍କ କାମ ଉପରେ ଅଧିକ ଭରସା କରୁଛନ୍ତି । ପିୟୁ ରିସର୍ଚର ପକ୍ଷରୁ କରାଯାଇଥିବା  ଏକ ସର୍ଭେରେ ଏହା ସାମ୍ମାକୁ ଆସିଛି । ଆସନ୍ତା ୨୪-୨୫ତାରିଖରେ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ପ୍ରଥମେ ଅହମ୍ମଦାବାଦ, ପରେ ଆଗ୍ରା ଓ ଦିଲ୍ଲୀ ଗସ୍ତ କରିବେ ।

ଭାରତରେ ଗତ ବର୍ଷ ୨୪ଜୁନ୍‌ରୁ ଅକ୍ଟୋବର ୨ ମଧ୍ୟରେ କରାଯାଇଥିବା ଗ୍ଲୋବାଲ ଆଟିଟୁଏୟଡ୍‌ ସର୍ଭେରେ ୨,୪୭୬ଲୋକ ଭାଗ ନେଇଥିଲା । ଏହି ଆଧାରରେ ପିୟୁ ପକ୍ଷରୁ କୁହାଯାଇଛି ଯେ, ଭାରତୀୟଙ୍କ ଅନୁସାରେ ବିଶ୍ବସ୍ତରୀୟ ମାମଲାରେ କଥା ଆସିଲେ ଟ୍ରମ୍ପ ଉପଯୁକ୍ତ ପଦକ୍ଷେପ ନିଅନ୍ତି । କିନ୍ତୁ ତାଙ୍କର କିଛି ନିତି ଓ ବ୍ୟାପାରକୁ ନେଇ ଥିବା ଦୃଷ୍ଟିକରଣରେ ଅସନ୍ତୁଷ୍ଟ ଅଛନ୍ତି ଭାରତୀୟ ।

ସର୍ଭେ ଅନୁସାରେ ୨୦୧୬ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଶାୟୀ ହେବା ପରଠାରୁ ଭାରତରେ ଟ୍ରମ୍ପଙ୍କ ଲୋକପ୍ରିୟତା ବଢିଚାଲିଛି ।ଗତ ୩ବର୍ଷ ମଧ୍ୟରେ ୧୪ପ୍ରତିଶତରୁ ବଢି ୫୬ ପ୍ରତିଶତ ହୋଇଯାଇଛି । ଟ୍ରମ୍ପଙ୍କ ପୂର୍ବରୁ ଆମେରିକା ରାଷ୍ଟ୍ରପତି ବାରାକ ଓବାମାଙ୍କ ଲୋକପ୍ରିୟତା ୫୯ପ୍ରତିଶତ ଥିଲା । ପିୟୁ ଏଜେନ୍ସି ପକ୍ଷରୁ କହୁଯାଇଛି ଯେ, କଂଗ୍ରେସ ତୁଳନା ବିଜେପି ସମର୍ଥକ ଟ୍ରମ୍ପଙ୍କ କାମ ଉପରେ ଅଧିକ ଭରସା କରୁଛନ୍ତି । ତେବେ ବିଭିନ୍ନ ବସ୍ତୁର ଟାରିଫ ବଢାଇବା ମାମଲାରେ ୪୮ପ୍ରତିଶତ ଲୋକ ଅସ୍ବୀକାର କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.