ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ହସ୍ପିଟାଲରେ ଭର୍ତ୍ତି, ହୋଇଛନ୍ତି କରୋନା ସଂକ୍ରମିତ

Published By : Prameya-News7 Bureau | October 03, 2020 IST

ନ୍ୟୁୟର୍କ ୩।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ କରୋନା ସଂକ୍ରମିତ ହୋଇଥିଲେ । ସୂଚନା ଅନୁସାରେ ତାଙ୍କୁ ଓ୍ବାଲଟର ରିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ଟ୍ରମ୍ପଙ୍କ ଚିକିତ୍ସା କରୁଥିବା ଡାକ୍ତର ସିନ କନୋଲିଙ୍କ ସୂଚନା ଅନୁସାରେ ଗୁରୁବାର ଦିନ ଡୋନାଲ୍ଡ ଟ୍ରମ୍ପ୍ କରୋନାରେ ସଂକ୍ରମିତ ହୋଇଥିବା ନେଇ ସ୍ପଷ୍ଟ ହୋଇଥିଲା ।

ଏକ ଭିଡିଓ ଟ୍ବିଟ୍ କରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଥିଲେ ଯେ, “ମୁଁ ଏଭଳି ସମର୍ଥନ ପାଇଁ ଲୋକଙ୍କୁ ଧନ୍ୟବାଦ ଦେଉଛି । ମୁଁ ଓ୍ବାଲଟର ରିଡ୍ ହସ୍ପିଟାଲ ଯାଉଛି । ମୋତେ ଲାଗୁଛି ମୁଁ ଠିକ୍ ଅଛି । ମାତ୍ର ଆମେ ଚାହୁଁଛୁ ଯେ ସବୁ ଜିନିଷ ଠିକ୍ ହେଉ । ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ମୁଁ ଏହାକୁ କେବେ ଭୁଲିବି ନାହିଁ ।”

wp:html /wp:html

ଏହା ପୂର୍ବରୁ ଶୁକ୍ରବାର ଦିନ ଡୋନାଲ୍ଡ ଟ୍ରମ୍ପ୍ କରୋନା ପଜିଟିଭ ଥିବା ନିଜେ ଟ୍ବିଟ୍ କରି ସୂଚନା ଦେଇଥିଲେ । ସେ କହିଥିଲେ ଯେ, ସେ ଏବଂ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ୍ କରୋନା ସଂକ୍ରମିତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ହ୍ବାଇଟ୍ ହାଉସ୍ ରେ ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ପରାମର୍ଶଦାତା ହୋପ ହିକ୍ସ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ । ଏହାପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଟ୍ବିଟ୍ କରି କହିଥିଲେ ଯେ, ତାଙ୍କ ବ୍ୟକ୍ତିଗତ ପରାମର୍ଶଦାତା କରୋନା ସଂକ୍ରମିତ ହେବା ପରେ ସେ ଏବଂ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ୍ ମଧ୍ୟ କରୋନା ପରୀକ୍ଷଣ କରାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.