ପରିବାର ସହ ଭାରତ ଯାତ୍ରାରେ ବାହାରିଲେ ଡୋନାଲ୍ଡ ଟ୍ରମ୍ଫ, ଜାଣନ୍ତୁ ଗସ୍ତର ପୁରା ସିଡ୍ୟୁଲ
23/02/2020 at 10:22 PM

ୱାସିଂଟନ ୨୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ୱାସିଂଟନ୍ର ଜଏଣ୍ଟ ଆଣ୍ଡ୍ରୁଜ୍ ବାୟୁସେନା ଘାଟିରୁ ଭାରତ ଅଭିମୁଖେ ଯାତ୍ରା କରିଛନ୍ତି। ଟ୍ରମ୍ଫଙ୍କ ଏହି ଯାତ୍ରାରେ ତାଙ୍କ ପତ୍ନୀ ମେଲେନିଆ ଟ୍ରମ୍ଫ, ଝିଅ ଇଭାଙ୍କା, ଜ୍ୱାଇଁ ଜେରେଡ କୁଶନେର ଓ ପ୍ରଶାସନର ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି। ଏୟାରଫୋର୍ସ-ୱାନ୍ ଯୋଗେ ଭାରତ ଗସ୍ତରେ ଆସୁଛନ୍ତି ଟ୍ରମ୍ଫ।
President @realDonaldTrump and @FLOTUS are wheels up for India! ????
— The White House (@WhiteHouse) February 23, 2020
ଗସ୍ତର ଠିକ୍ ପୂର୍ବରୁ ଟ୍ରମ୍ଫ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର ‘ବନ୍ଧୁ’ ବୋଲି ସମ୍ବୋଧନ କରିଥିବା ବେଳେ ସେ ଭାରତ ଯାତ୍ରା ଲାଗି ବିଶେଷ ଆଗ୍ରହୀ ଥିବା କହିଥିଲେ। ସେ ଭାରତ ଆସିବାକୁ ପ୍ରତିବଦ୍ଧ ଥିଲେ ଓ ଭାରତୀୟ ଲୋକଙ୍କୁ ଦେଖିବା ଲାଗି ତତ୍ପର ବୋଲି କହିଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କର ଏହା ଦୁଇ ଦିନିଆ ଭାରତ ଗସ୍ତ। ଏଥିଲାଗି ତାଙ୍କ ଯାତ୍ରା ଆରମ୍ଭ ହେବା ମାତ୍ରେ ଷ୍ଟେଟ୍ ଡିପାର୍ଟମେଣ୍ଟ ପକ୍ଷରୁ ଟ୍ୱିଟ୍ ହ୍ୟାଣ୍ଡେଲରେ ବାର୍ତ୍ତା ଜାରି କରାଯାଇଛି।
President Trump and First Lady Melania departing the @WhiteHouse shortly for India!???? pic.twitter.com/fGpCq4QoKF
— Dan Scavino Jr.?? (@Scavino45) February 23, 2020
ଏୟାରଫୋର୍ସ ୱାନ୍ ଅହମ୍ମଦାବାଦରେ ଫେବୃଆରୀ ୨୪ ତାରିଖ ସୋମବାର ଅବତରଣ କରିବ। ଏହି ଠାରୁ ହିଁ ତାଙ୍କର ଭାରତ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିଲାଗି ଅହମ୍ମଦାବାଦ ମୋଟେରା କ୍ରିକେଟ୍ ଷ୍ଟାଡିୟମରେ ଭବ୍ୟ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଅନୁନ୍ୟ ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକେ ଏଥିରେ ଯୋଗଦେବାର ଆକଳନ କରାଯାଇଛି। କାର୍ଯ୍ୟସୂଚୀ ଅନୁସାରେ ଟ୍ରମ୍ଫ ପୂର୍ବାହ୍ନ ୧୧ଟା ୪୦ରେ ଅହମ୍ମଦାବାଦ ବିମାନ ବନ୍ଦରରେ ପହଞ୍ଚିବେ। ୧୨ଟା ୧୫ ମିନିଟ୍ରେ ଟ୍ରମ୍ପ ସାବରମତି ଆଶ୍ରମ ପରିଦର୍ଶନରେ ଯିବେ। ସେଠାରୁ ମଧ୍ୟାହ୍ନ ଗୋଟାଏ ୫ ମିନିଟ୍ରେ ମୋଟେରା ଷ୍ଟାଡିୟମରେ ପହଞ୍ଚି ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେବେ।
AF1✈️3hrs down with about 12hrs to go. #NamasteTrump ???? https://t.co/vat0TvZtrU pic.twitter.com/EwPxXKFUE0
— Dan Scavino Jr.?? (@Scavino45) February 23, 2020
ଟ୍ରମ୍ପ ସପରିବାରେ ଅହମ୍ମଦାବାଦରୁ ଆଗରା ଉଦ୍ଦେଶ୍ୟରେ ପ୍ରସ୍ଥାନ କରିବେ। ଅପରାହ୍ଣ ୪ଟା ୪୫ ମିନିଟ୍ରେ ଆଗରାରେ ପହଞ୍ଚିବେ। ଅପରାହ୍ଣ ୫ଟା ୧୫ମିନିଟ୍ରେ ତାଜମହଲ ପରିଦର୍ଶନରେ ଯିବେ। ସେଠାରୁ ସନ୍ଧ୍ୟା ୬ଟା ୪୫ ମିନିଟ୍ରେ ରାଜଧାନୀ ଦିଲ୍ଲୀ ପ୍ରସ୍ଥାନ କରିବେ। ସନ୍ଧ୍ୟା ସାଢେ ୭ଟାରେ ଦିଲ୍ଲୀ ପହଞ୍ଚିବେ।
#NamasteTrump ???? pic.twitter.com/znpQ552UYp
— Dan Scavino Jr.?? (@Scavino45) February 23, 2020
୨୫ ତାରିଖ ମଙ୍ଗଳବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଓ ମେଲେନିଆ ଟ୍ରମ୍ଫଙ୍କୁ ରାଷ୍ଟ୍ରପତିଭବନରେ ସ୍ୱାଗତ କରାଯିବ। ପୂର୍ବାହ୍ନ ୧୦ଟା ବେଳେ ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସାଢେ ୧୦ଟା ବେଳେ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧିଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ସେଠାରୁ ଫେରି ୧୧ଟା ବେଳେ ହାଇଦ୍ରାବାଦ ହାଉସ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ଯୋଗଦେବେ। ୧୨ଟା ୪୦ ମିନିଟ୍ରେ ଭାରତ ଓ ଆମେରିକା ଦ୍ୱିପାକ୍ଷୀକ ବୁଝାମଣାରେ ସ୍ୱାକ୍ଷର ହେବ। ଏହା ସହ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ବୟାନ ଦେବେ। ସନ୍ଧ୍ୟା ସାଢେ ୭ଟା ବେଳେ ରାଷ୍ଟ୍ରପତି ଭବନରେ ରାମନାଥ କୋବିନ୍ଦଙ୍କୁ ଆମେରିକା ରାଷ୍ଟ୍ରପତି ଭେଟିବାର କାର୍ଯ୍ୟକ୍ରମ ରହିଥିବା ବେଳେ ରାତି ୧୦ଟା ବେଳେ ଆମେରିକା ଉଦ୍ଦେଶ୍ୟରେ ପ୍ରସ୍ଥାନ କରିବେ।