suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଟ୍ରମ୍ପଙ୍କ ମହିଳା ସହଯୋଗୀ ହିକ୍ସଙ୍କୁ କରୋନା, ଟ୍ରମ୍ପ କରାଇଲେ ନିଜର କରୋନା ଟେଷ୍ଟ

2/10/2020 at 10:42 AM

ଓ୍ବାଶିଂଟନ ୦୨/୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମହାମାରୀ ଶେଷ ସୁଦ୍ଧା କରୋନା ଟିକା ଉପଲବ୍ଧ ହେବ ବୋଲି ଦାବି କରିଥିଲେ। ଏବେ କିନ୍ତୁ ଖୋଦ୍ ରାଷ୍ଟ୍ରପତି ଟ୍ରମ୍ପ କରୋନା ଭାଇରସକୁ ନେଇ ଚିନ୍ତାରେ ଅଛନ୍ତି। ଟ୍ରମ୍ପଙ୍କ ଅତି ଅନ୍ତରଙ୍ଗ ମହିଳା ସହଯୋଗୀ ହୋକ ହିକ୍ସ କରୋନା ଭାଇରସରେ ସଂକ୍ରମିତ।

ଟ୍ରମ୍ପଙ୍କ କାଉନସଲର ହିକ୍ସ କିଛି ଦିନ ତଳେ ଓହିୟୋରେ ଆୟୋଜିତ ହୋଇଥିବା ପ୍ରଥମ ରାଷ୍ଟ୍ରପତି ବିତର୍କରେ ଭାଗ ନେଇ ଥିଲେ। ହିକ୍ସଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ଏବେ ସମସ୍ତଙ୍କ ଦୃଷ୍ଟି ଟ୍ରମ୍ପଙ୍କ ଉପରେ। ତେବେ ସେ ଲୋକମାନଙ୍କୁ ଆଶ୍ବସ୍ତ କରିଛନ୍ତି। ଟ୍ରମ୍ପ କହିଛନ୍ତି ହିକ୍ସଙ୍କ କରୋନା ଟେଷ୍ଟ ପଜିଟିଭ ଆସିବା ପରେ ସେ ନିଜର ପରୀକ୍ଷା କରାଇଛନ୍ତି। ଏହା ସହ ସେ କ୍ବାରାଣ୍ଟାଇନରେ ରହିଛନ୍ତି।

ଟ୍ରମ୍ପଙ୍କ ଜ୍ବାଇଁ ଜେରେଡ କୁଶନର, ଡେନ ସ୍କୋବିନୋ ଓ ନିକୋଲେସଙ୍କ ସହ ମରିନ ଓ୍ବାନରେ ନଜର ଆସିଥିଲେ ହିକ୍ସ । ସୁବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ସେମାନେ କେହି ସେତେବେଳେ ମାସ୍କ ପିନ୍ଧି ନ ଥିଲେ। ହିକ୍ସଙ୍କ କରୋନା ଭାଇସ ପଜିଟିଭ ଜାଣିବା ପରେ ହ୍ବାଇଟ ହାଉସରେ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ହ୍ବାଇଟ ହାଉସ ପ୍ରବକ୍ତା ଜୁଡ ଡିରୋ କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ ଆମେରିକାବାସୀଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ପ୍ରତି ସବୁବେଳେ ଗମ୍ଭୀର ଅଛନ୍ତି।

   Related Posts