ଓ୍ଵାଶିଂଟନ ୦୮।୦୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର କହିଛନ୍ତି ରୁଷ ଯାଞ୍ଚର ପ୍ରସାରଣ କରି ପୁଲଟିଜର ପୁରସ୍କାର ପାଇଥିବା ସମାଚାର ପତ୍ରର ସାମ୍ବାଦିକତାଙ୍କୁ ସର୍ବୋଚ୍ଚ ସମ୍ମାନ ଫେରାଇ ଦେବା ଉଚିତ୍। ଟ୍ରମ୍ପ ହ୍ଵାଇଟ୍ ହାଉସ୍ର ଓଭାଲ ଅଫିସରେ ସାମ୍ବାଦିକଙ୍କୁ କହିଛନ୍ତି, ସେମାନେ ସାମ୍ବାଦିକତା ନୁହନ୍ତି। ସେମାନେ ଚୋର ଅଟନ୍ତି। ଯେଉଁମାନଙ୍କୁ ପୁଲଟିଜର ପୁରସ୍କାର ମିଳିଛି ସେମାନଙ୍କୁ ପୁରସ୍କାର ଫେରାଇ ଦେବାକୁ ବିବଶ କରିବା ଉଚିତ୍ କାରଣ ସେମାନେ ସବୁ ଭୁଲ ଖବର ଦେଉଥିଲେ।
ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି , ଆଜି ଏହି ସାମ୍ବାଦିକମାନେ କାଗଜପତ୍ର ସହ ସାମ୍ନାକୁ ଆସି କହୁଛନ୍ତି ଯେ, ରୁଷ ସହିତ ସେମାନଙ୍କର କୌଣସି ସଂପର୍କ ନାହିଁ। ସେମାନଙ୍କୁ ପୁଲଟିଜର ପୁରସ୍କାର ଫେରାଇ ଦେବା ଉଚିତ୍ କାରଣ ଆପଣ ସମସ୍ତଙ୍କୁ ଜଣା ଯେ, ଏହି ପୁରସ୍କାର ଭୁଲ କାମ ପାଇଁ ଦିଆଯାଇଛି। ପୁରସ୍କାର ପାଇଥିବା ସାମ୍ବାଦିକ ଭୁଲ ଖବର ଦେଇଥିଲେ। ପୁଲଟିଜର ପୁରସ୍କାରକୁ ତୁରନ୍ତ ସେମାନଙ୍କଠୁ ଫେରାଇ ନେବା ଉଚିତ୍। ପୁଲଟିଜର ସମିତି କିମ୍ବା ଯିଏ ବି ଏହି ପୁରସ୍କାର ଦେଉଛି ସେମାନଙ୍କ ଲାଗି ଏହା ଲଜ୍ଜାକର କଥା।
ଟ୍ରମ୍ପ କହିଛନ୍ତି ପୁଲଟିଜର ପୁରସ୍କାର ସେହି ଲୋକଙ୍କୁ ମିଳିବା ଉଚିତ୍, ଯେଉଁମାନେ ସତ୍ୟ ଖବର ଦେଇଥିଲେ। ମୁଁ ଆପଣଙ୍କୁ ସେହି ସାମ୍ବାଦିକଙ୍କ ଲମ୍ବା ତାଲିକା ଦେଇ ପାରିବି। ଆପଣ ଜାଣି ପାରୁଥିବେ ଯେ, ମୁଁ କାହା କଥା କହୁଛି। ସାମ୍ବାଦିକ ଫ୍ଲିନ୍ ଜଣେ ନିର୍ଦ୍ଦୋଷ ବ୍ୟକ୍ତି ଥିଲେ। ଟ୍ରମ୍ପ କହିଛନ୍ତି ଫ୍ଲିନ୍ ଜଣେ ଭଦ୍ର ପୁରୁଷ ଥିଲେ। ତାଙ୍କୁ ଓବାମା ସରକାର ଟାର୍ଗେଟ୍ କରିଥିଲେ। ତାଙ୍କୁ ଏଥିପାଇଁ ଟାର୍ଗେଟ୍ କରାଗଲା ଯଦ୍ଵାରା ବର୍ତ୍ତମାନ ରାଷ୍ଟ୍ରପତିଙ୍କୁ ନିଚା ଦେଖା ଯାଇ ପାରିବ। ଏହା ନିନ୍ଦନୀୟ କଥା ଏବଂ ମୋତେ ଲାଗୁଛି ଏହାର ବଡ ପରିଣାମ ଭୋଗିବାକୁ ପଡିବ। ଆମ ଦେଶର ଇତିହାସରେ ଏମିତି କେବେ ହୋଇନି। ଟ୍ରମ୍ପ ଅଭିଯୋଗ କରିଛନ୍ତି, ସାମ୍ବାଦିକ ନିର୍ବାଚିତ ରାଷ୍ଟ୍ରପତିଙ୍କ ପଛରେ ପଡୁଛନ୍ତି।