ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ୟୁଏସ ଓପନ : ବିଜୟ ସହ ଅଭିଯାନ ଆରମ୍ଭ କଲେ ସେରେନା ଓ ମେଡଭେଡେଭ୍

31/08/2022 at 12:01 PM

ନ୍ୟୁୟର୍କ,୩୧/୦୮: ଚଳିତ ବର୍ଷର ଅନ୍ତିମ ଗ୍ରାଣ୍ଡସ୍ଲାମ୍‌ ୟୁଏସ୍‌ ଓପନରେ ପ୍ରସିଦ୍ଧ ଖେଳାଳି ସେରେନା ୱିଲିୟମ୍ସ ସହଜ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି । ଷ୍ଟିଫାନସ ସିସିପାସ, ଟେଲର ଫ୍ରିଜ, ଷ୍ଟାନିସ୍ଲାସ ୱାରିଙ୍କା ଓ ସିମୋନା ହାଲେପଙ୍କ ପରି ଖେଳାଳି ପ୍ରଥମ ରାଉଣ୍ଡ୍‌ରେ ପରାଜିତ ହୋଇ ବିଦାୟ ନେଇଛନ୍ତି ।

ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ୍‌ରେ ସେରେନା ସିଧା ସଳଖ ୬-୩, ୬-୩ ସେଟ୍‌ରେ ଡାଙ୍କା କୋଭିନିକଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ୍‌ ଜିତିବା ପାଇଁ ସେରେନାଙ୍କୁ ୧ଘଣ୍ଟା ୪୦ ମିନିଟ୍‌ ଲାଗିଥିଲା । ସେହିପରି ଦ୍ୱାଦଶ ସିଡ୍‌ କୋକୋ ଗୌଫ ୮୦ ମିନିଟ୍‌ ମଧ୍ୟରେ ଫ୍ରାନ୍ସର ଲିଓଲିଆ ଜିନଜିନଙ୍କୁ ୬-୨, ୬-୩ ସେଟ୍‌ରେ ହରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାଡିସନ୍‌ କିଜ୍‌ ୭-୬(୭-୩), ୬-୩ ସେଟ୍‌ରେ ଡାରିଆ ୟାସ୍ତ୍ରେମସ୍କାଙ୍କୁ ପରାସ୍ତ କରିଥିବାବେଳେ ତୃତୀୟ ସିଡ୍‌ ମାରିଆ ସାକାରି ୬-୪, ୩-୬, ୬୭-୦ ସେଟ୍‌ରେ ତାଜାନା ମାରିଆଙ୍କୁ ହରାଇଥିଲେ ।

ବିୟାଙ୍କା ଆନ୍ଦ୍ରିସ୍କୁ ୬-୦, ୩-୬, ୬-୧ ସେଟ୍‌ରେ ହାମୋନି ଟାନଙ୍କୁ, ପଞ୍ଚମ ସିଡ ଓନ୍ସ ଜାବେଓର ୭-୫, ୬-୨ ସେଟ୍‌ରେ ମାଡିସନ ବ୍ରେଙ୍ଗଲ୍‌ଙ୍କୁ, ଦ୍ୱିତୀୟ ସିଡ୍‌ ଆନେଟ୍‌ କୋଣ୍ଟାଭେଟ୍‌ ୬-୩, ୬-୦ ସେଟ୍‌ରେ ରୋମାନିଆର ଜାକଲିନ୍‌ ଆଡିନା କ୍ରିଷ୍ଟିଆନଙ୍କୁ, କାନାଡାର ଲୈଲା ଫର୍ଣ୍ଣାଣ୍ଡେଜ ୬-୩, ୬-୪ ସେଟ୍‌ରେ ଓସେନ ଡଡିନଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଥିଲେ । ସପ୍ତମ ସିଡ୍‌ ହାଲେପଙ୍କୁ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୟୁକ୍ରେନ୍‌ର ଡାରିଆ ସ୍ନିଗର ୬-୨, ୦-୬, ୬-୪ ସେଟ୍‌ରେ ହରାଇ ବିପର୍ଯ୍ୟୟ ସୃଷ୍ଟି କରିବା ସହ ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଥିଲେ ।

ପୁରୁଷ ବର୍ଗରେ ଅନେକ ବିପର୍ଯ୍ୟୟ ଘଟିଥିଲା । ଚତୁର୍ଥ ସିଡ୍‌ ସିସିପାସ୍‌ ୦-୬, ୧-୬, ୬-୩, ୫-୭ ସେଟ୍‌ରେ ଡାନିଏଲ୍‌ ଗାଲାନଙ୍କ ଠାରୁ ପରାଜିତ ହୋଇଥିଲେ । ଦଶମ ସିଡ୍‌ ଟେଲର ଫ୍ରିଜ ୬-୭(୩-୭), ୭-୬(୭-୧), ୬-୩, ୬-୪ ସେଟ୍‌ରେ ବ୍ରାଣ୍ଡନ ହଲ୍ଟଙ୍କ ଠାରୁ ପରାଜିତ ହୋଇ ବିଦାୟ ନେଇଥିଲେ । ୱାରିଙ୍କା ୪-୬, ୬-୭(୭-୯) ସେଟ୍‌ରେ କରେଣ୍ଟିନ ମୌଟେଟଙ୍କ ବିପକ୍ଷରେ ପଛୁଆ ରହିଥିବାବେଳେ ଆହତ ହୋଇ ଓହରି ଯାଇଥିଲେ । ୧୬ତମ ସିଡ୍‌ ରୋବେର୍ଟୋ ବୌତିସ୍ତା ଅଗୁଟ୍‌ ୪-୬, ୪-୬, ୪-୬ ସେଟ୍‌ରେ ଜେଜେ ଓଲ୍ଫଙ୍କ ଠାରୁ ପରାଜିତ ହୋଇ ବିଦାୟ ନେଇଥିଲେ ।

ମେଡଭେଡେଭ ୬-୨, ୬-୪, ୬-୦ ସେଟ୍‌ରେ ଷ୍ଟିଫାନ କୋଜଲୋଭଙ୍କୁ ପରାସ୍ତ କରିଥିଲେ । ନିକ କିର୍ଗିୟସ ୬-୩, ୬-୪, ୭-୬(୭-୪) ସେଟ୍‌ରେ ତାନାସି କୋକିନାକିସଙ୍କୁ ହରାଇଥିବାବେଳେ ଆଣ୍ଡି ମରେ ୭-୫, ୬-୩, ୬-୩ ସେଟ୍‌ରେ ଫ୍ରାନ୍‌ସିସ୍କୋ ସେରୁନଡୋଲୋଙ୍କୁ ପରାସ୍ତ କରିଥିଲେ । ଷଷ୍ଠ ସିଡ୍‌ ଫେଲିକ୍ସ ଅଗର ଆଲିଆସେମ ୬-୩, ୬-୪, ୩-୬, ୬-୩ ସେଟ୍‌ରେ ଆଲେକଜାଣ୍ଡର ରିଚାର୍ଡଙ୍କୁ ପରାସ୍ତ କରିଥିବାବେଳେ ପଞ୍ଚମ ସିଡ୍‌ କାସ୍ପର ରୁଡ୍‌ ୬-୩, ୭-୫, ୬-୨ ସେଟ୍‌ରେ କେଲି ଏଡମଣ୍ଡଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡ୍‌ରେ ସ୍ଥାନ ପକ୍କା କରିଥିଲେ ।

   Related Posts