AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ଗୁଳିମାଡରେ ପୁଣି ଥରିଲା ଆମେରିକା, ଘରେ ପଶି ୫ ଜଣଙ୍କୁ ହତ୍ୟା କଲା ଦୁର୍ବୃତ୍ତ  

10/09/2022 at 9:20 AM

ନୂଆଦିଲ୍ଲୀ, ୧୦|୦୯:   ଆମେରିକାରେ ଥମୁନି ଗୁଳିକାଣ୍ଡ ଘଟଣା । ମ୍ୟାରିଲାଣ୍ଡର ଏକ ଘରେ ଶୁକ୍ରବାର ୫ ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଛି । ମୃତକଙ୍କ ମଧ୍ୟରେ ୩ ଶିଶୁ ରହିଛନ୍ତି । କେବଳ ଏତିକି ନୁହେଁ, ଦୁର୍ବୃତ୍ତ ଗୁଳିକାଣ୍ଡ ପରେ ନିଜେ ପୋଲିସକୁ ଫୋନ୍ କରି ସୂଚନା ଦେଇଥିଲା । ଏନେଇ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି ।

ସ୍ଥାନୀୟ ଅଧିକାରୀ ସ୍କଟ୍ ଆଡମ୍ସ କହିଛନ୍ତି ଯେ, ଇଲକ୍ ମିଲ୍ସ ସ୍ଥିତ ଏକ ଦୁଇ ମହଳା ଘରେ ଗୁଳିକାଣ୍ଡ ଘଟିଛି । ଏଥିରେ ଜଣେ ମହିଳା, ଜଣେ ପୁରୁଷ ଓ ତିନି ଶିଶୁ ପ୍ରାଣ ହରାଇଛନ୍ତି । ମୃତକଙ୍କ ପରିଚୟ ମିଳିପାରି ନାହିଁ । ତେବେ ଗୁଳିକାଣ୍ଡ ଘଟଣାକୁ ନେଇ ଅନ୍ୟ ସାଧାରଣ ଜନତା ଡରିବାର ଆବଶ୍ୟକତା ନାହିଁ ।

ଏହି ଘଟଣା ଆମେରିକାର ଭାଲଟିମୋରରୁ ୯୭ କିମି ଦୂରରେ ଥିବା ଏକ ଜଙ୍ଗଲ ଅଞ୍ଚଳରେ ଥିବା ଆପାର୍ଟମେଣ୍ଟରେ ଘଟିଛି । ଏହା ଏକ ଭୟଙ୍କର ଘଟଣା ବୋଲି ଆଡମ୍ସ କହିଛନ୍ତି । ତେବେ ଏଥିରେ ଡରିବାର କିଛି ନାହିଁ । କିନ୍ତୁ ଏହା ସାଧାରଣ ନୁହେଁ । ଖୁବ୍ ଦୁଃଖଦ ବୋଲି ସେ କହିଛନ୍ତି ।

ଆଉ ଜଣେ ଅଧିକାରୀ କହିଛନ୍ତି ଯେ, ସକାଳ ୯ଟାରେ ଜଣେ ବ୍ୟକ୍ତି ଫୋନ୍ କରି ଘରକୁ ଡାକିଥିଲେ । ସେଠାରେ ପହଁଚିବା ପରେ ୫ଟି ମୃତଦହେ ପଡିଥିବା ଦେଖିବାକୁ ମିଳିଥିଲା । ଏକ ସେମି ଅଟୋମେଟିକ୍ ରାଇଫଲ୍ ମଧ୍ୟ ସେଠାରେ ପଡିଥିଲା । କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇପାରି ନାହିଁ । ମୃତଦେହଗୁଡିକ ଘରର ଭିନ୍ନ ଭିନ୍ନ କୋଠରୀରେ ପଡିଥିଲା ବୋଲି ସେ କହିଛନ୍ତି ।

   Related Posts