ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଅଶାନ୍ତ ଆମେରିକା : ପୁଣି ଫୁଟିଲା ଗୁଳି, ୩ ମୃତ

10/06/2022 at 8:12 AM

ନୂଆଦିଲ୍ଲୀ ୧୦/୦୬: ଆମେରିକାରେ ଲଗାତର ଭାବେ ଗୁଳିକାଣ୍ଡ ଘଟଣା ବଢିବାରେ ଲାଗିଛି । ଗୁରୁବାର ରାତିରେ ଉତ୍ତର ମେରୀଲ୍ୟାଣ୍ଡରେ ଜଣେ ବନ୍ଧୁକଧାରୀ ଏକ କାରଖାନାରେ ଆଖିବୁଜା ଗୁଳିମାଡ କରିଥିଲା । ଯେଉଁଥିରେ ୩ ଜଣ ପ୍ରାଣ ହରାଇଛନ୍ତି । ଏହାସହ ଜଣେ ଗୁରୁତର ହୋଇଛନ୍ତି ।

ଓ୍ୱାଶିଂଟନ କାଉଣ୍ଟିଂ ଶେରିଫର ମୁଖପାତ୍ର କହିଛନ୍ତି ଯେ, ଆକ୍ରମଣକାରୀର ପରିଚୟ ମିଳିନାହିଁ । ତାଙ୍କୁ ଗିରଫ କରାଯାଇଛି । ଆହତଙ୍କ ମଧ୍ୟରେ ଜଣେ ପୋଲିସକର୍ମୀ ମଧ୍ୟ ରହିଛନ୍ତି । ବନ୍ଧୁକଧାରୀ ସହ ଗୁଳି ବିନିମୟରେ ସେ ଆହତ ହୋଇଥିଲେ ।  ବନ୍ଧୁକଧାରୀକୁ ମଧ୍ୟ ଗୁଳିଲାଗିଛି ।

ଆହୁରି ମଧ୍ୟ ଜଣାପଡିଛି ଯେ, କୌଣସି ସମୁଦାୟକୁ ନିର୍ଦ୍ଦିଷ୍ଟ ଭାବେ ଟାର୍ଗେଟ୍ କରାଯାଇ ନାହିଁ । ତେବେ ଆତତାୟୀ କେଉଁ କାରଣ ପାଇଁ ଗୁଳିମାଡ କରିଛି ତାହା ମଧ୍ୟ ଅସ୍ପଷ୍ଟ ରହିଛି । ଗୁଳିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ ହୋଇଛି ।

ଗତ କିଛିଦିନ ଧରି ଆମେରିକାରେ ଗୁଳିକାଣ୍ଡ ମାମଲା ବଢିବାରେ ଲାଗିଛି । ଗତ ସପ୍ତାହରେ ଏକ ସ୍କୁଲରେ ଗୁଳିକାଣ୍ଡ ହେବା ଫଳରେ ୨୧ ଜଣ ପ୍ରାଣ ହରାଇଥିଲେ  । ସେହିପରି ଏକ ହସ୍ପିଟାଲରେ ଗୁଳିକାଣ୍ଡ ହୋଇଥିଲା । ଯେଉଁଥିରେ ଏକାଧିକ ମୃତାହତ ହୋଇଥିଲେ । ଆହୁରି ମଧ୍ୟ ଏକ ସପିଂ ମଲ୍ ଓ ଶ୍ମଶାନରେ ଗୁଳିକାଣ୍ଡର ଖବର ଆସିଥିଲା ।

   Related Posts