ଆମେରିକାରେ ଭାରତୀୟ ପରିବାରଙ୍କ ହାରାହାରି ଆୟ ୧ଲକ୍ଷ ୨୩ ହଜାର ୭୦୦ ଡଲାରରୁ ବି ଅଧିକ, ଶିକ୍ଷା ଓ ସମ୍ପତ୍ତିରେ ବି ଆଗୁଆ

Published By : Prameya-News7 Bureau | August 25, 2021 IST

ନୂଆଦିଲ୍ଲୀ ୨୫।୮: ଆମେରିକାରେ ବସବାସ କରୁଥିବା ଅନ୍ୟ ଦେଶର ପ୍ରବାସୀଙ୍କ ଅନୁସାରେ ଭାରତୀୟ ପରିବାର ଆୟ, ସମ୍ପତ୍ତି ଓ ଶିକ୍ଷାରେ  ସବୁଠୁ ଆଗରେ। ନିକଟରେ ଶେଷ ହୋଇଥିବା ଜନଗଣନା ରିପୋର୍ଟ ଆଧାରରେ ଏକ ଗଣମାଧ୍ୟମ ରିପୋର୍ଟରୁ ଏହା ଜଣାପଡିଛି। ନ୍ୟୁୟର୍କ ଟାଇମ୍ସ ଜନଗଣନା ବିଶ୍ଲେଷକଙ୍କ ରିପୋର୍ଟ ଅନୁସାରେ ଆମେରିକାରେ ଏସିୟ ଭାବେ ଜଣାଯାଉଥିବା ଲୋକଙ୍କ ସଂଖ୍ୟା ଗତ ୩ ଦଶକରେ ପ୍ରାୟ ୩ ଗୁଣା ପର୍ଯ୍ୟନ୍ତ ବଢିଛି।

{"id":501237,"sizeSlug":"full","linkDestination":"none"}

ଆମେରିକାରେ ବସବାସ କରୁଥିବା ୪ ଜାତୀୟ ସମୂହଙ୍କ ମଧ୍ୟରେ ଏସିୟଙ୍କ ସଂଖ୍ୟା ଦ୍ରୁତ ବଢୁଛି। ଏହି ହିସାବରେ ଆମେରିକାରେ ଏବେ ଅନୁନ୍ୟ ୪୦ ଲକ୍ଷ ଭାରତୀୟ ବସବାସ କରୁଛନ୍ତି। ଏମାନଙ୍କ ମଧ୍ୟରୁ ୧୬ ଲକ୍ଷ ଲୋକଙ୍କ ନିକଟରେ ଭିସା ରହିଛି, ୧୪ ଲକ୍ଷ ସ୍ୱଭାବିକ ବାସିନ୍ଦା ଓ ବାକି ୧୦ ଲକ୍ଷ ଆମେରିକାରେ ଜନ୍ମିତ ବାସିନ୍ଦା। ଏଥିରେ ଭାରତୀୟ ପରିବାରଙ୍କ ହାରାହାରି ଆୟ ଅନୁନ୍ୟ ୧ଲକ୍ଷ ୨୩ ହଜାର ୭୦୦ ଡଲାର ପାଖାପାଖି ଯାହା ଦେଶର ହାରାହାରି ଆୟ ୬୩ ହଜାର ୯୨୨ ଡଲାରର ଦୁଇଗୁଣାରୁ ବି ଅଧିକ।

{"id":501239,"width":839,"height":516,"sizeSlug":"full","linkDestination":"none"}

ସେହିପରି ଆମେରିକାରେ ରହୁଥିବା ମୋଟ ଭାରତୀୟଙ୍କ ମଧ୍ୟରୁ ୭୯ ପ୍ରତିଶତ ସ୍ନାତକ ଉତୀର୍ଣ୍ଣ ହୋଇଥିବା ବେଳେ ଦେଶର ମୋଟ ସ୍ନାତକଙ୍କ ସଂଖ୍ୟାର ୩୪ ପ୍ରତିଶତ। ଆମେରିକାରେ ବସବାସ କରୁଥିବା ଅନ୍ୟ ଏସିୟଙ୍କ ମଧ୍ୟରେ ଭାରତୀୟ ପାରିବାରିକ ଆୟ ଢେର ଅଧିକ। ଏଥିରେ ତାଇୱାନ ନାଗରିକ ହାରାହାରି ୯୭ ହଜାର ୧୨୯ ଡଲାର ସହ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ହାରାହାରି ୯୫ ହଜାର ଡଲାରର ପାରିବାରିକ ଆୟ ସହ ଫିଲପାଇନ୍ସ ନାଗରିକ ତୃତୀୟ ସ୍ଥାନରେ ରହିଛନ୍ତି।

{"id":501240,"sizeSlug":"full","linkDestination":"none"}

ରିପୋର୍ଟ ଅନୁସାରେ ମୂଳ ଭାରତୀୟ ଲୋକେ କମ୍ପ୍ୟୁଟର ବିଜ୍ଞାନ, ଆର୍ଥିକ ପରିଚାଳନା ଓ ଚିକିତ୍ସା ସମେତ ଉଚ୍ଚ ବେତନର ପଦପଦବୀରେ କାର୍ଯ୍ୟରତ ଅଛନ୍ତି। ଚାକିରୀରେ ଏମାନଙ୍କ ସଂଖ୍ୟା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଆମେରିକାର ୯ ପ୍ରତିଶତ ଡାକ୍ତର ମୂଳ ଭାରତୀୟ ଓ ଏମାନଙ୍କ ମଧ୍ୟରୁ ଅଧାରୁ ଅଧିକ ପ୍ରବାସୀ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.