ଗାଜାକୁ ଜରୁରି ହାତ ବଢ଼ାଇବ ଆମେରିକା; ଆକାଶମାର୍ଗରୁ ଖସାଯିବ ଖାଦ୍ୟ ସାମଗ୍ରୀ, ବାଇଡେନଙ୍କ ଏୟାରଡ୍ରପ୍ ଘୋଷଣା

Published By : Prameya-News7 Bureau | March 02, 2024 IST

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଘମାଘୋଟ୍ ଲଢ଼େଇ ଜାରି ରହିଛି । ଗାଜା ଉପରେ ଘନଘନ ଆକ୍ରମଣ କରୁଛି ଇସ୍ରାଏଲ ସେନା । କେତେବେଳେ ହମାସ ଆତଙ୍କୀ ସ୍ଥଳ ତ ପୁଣି କେତେବେଳେ ଶରଣାର୍ଥୀ କେନ୍ଦ୍ର ଉପରେ ହମଲା କରୁଛି ଆଇଡିଏଫ । ଏହାରି ଭିତରେ ଆମେରିକା ସେନା ଗାଜାରେ ଅତ୍ୟାବଶ୍ୟକ ସାମଗ୍ରୀ ଏୟାରଡ୍ରପ୍ କରିବା ଲାଗି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ଆକାଶମାର୍ଗକୁ ଯୁଦ୍ଧ ବିପନ୍ନଙ୍କୁ ଖାଦ୍ୟ ଓ ଜରୁରି ସାମଗ୍ରୀ ଯୋଗାଇ ଦିଆଯିବ । ଆମେରିକା ମାନବୀୟ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛି । ଏହା ପୂର୍ବରୁ ଜର୍ଡନ, ଫ୍ରାନ୍ସ ଓ ଅନ୍ୟ ଦେଶ ଗାଜାରେ ଆକାଶମାର୍ଗରୁ ସହାୟତା ଯୋଗାଇ ଦେଇଛନ୍ତି ।

ଆମେରିକା ରାଷ୍ଟ୍ରପତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗାଜାରେ ପହଞ୍ଚୁଥିବା ସହାୟତା ପର୍ଯ୍ୟାପ୍ତ ନୁହେଁ । ଯୁଦ୍ଧବିପନ୍ନଙ୍କୁ ଜରୁରି ସହାୟତା ଯୋଗାଇଦେବାର ଆବଶ୍ୟକତା ରହିଛି । ଆମେରିକା ଏଥିରେ ସଂକୋଚ କରିବ ନାହିଁ,  ଅଧିକରୁ ଅଧିକ ସହାୟତା ଯୋଗାଇବା ପାଇଁ ଚେଷ୍ଟା କରିବ । ସେପଟେ ହ୍ବାଇଟ୍ ହାଉସ୍ ମୁଖପାତ୍ର ଜନ୍ କିର୍ବୀ କହିଛନ୍ତି, ଗାଜାରେ ଲୋକଙ୍କୁ ନିରନ୍ତର ଭାବେ ସହାୟତା ପହଞ୍ଚାଇବା ଲାଗି ଚେଷ୍ଟା କରାଯିବ ବୋଲି କହିଛନ୍ତି । ପ୍ରଥମ ଏୟାରଡ୍ରପରେ ଖାଦ୍ୟ ସାମଗ୍ରୀ ପହଞ୍ଚାଯିବ ।

wp:embed {"url":"https://www.prameyanews7.com/bjp-may-announce-100-lok-sabha-candidates-name-today/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bjp-may-announce-100-lok-sabha-candidates-name-today/
/wp:embed

ୟୁଏସ୍ କାର୍ଯ୍ୟାଳୟ ଅନୁଯାୟୀ, ଗାଜାପଟ୍ଟୀରେ ପ୍ରାୟ ୫, ୭୬୦୦୦ ବିପନ୍ନଙ୍କ ପାଇଁ ଖାଦ୍ୟ ସମଗ୍ରୀ ଶେଷ ହୋଇଛି । ଫଳରେ ଖାଦ୍ୟ ବିନା ଆଉଟୁପାଉଟ ହେଉଛନ୍ତି ଲୋକେ । ଗାଜା ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି, ଗୁରୁବାର ଇସ୍ରାଏଲ ସେନା ଗାଜା ସହରରେ ଜୋରଦାର୍ ଆକ୍ରମଣ କରିଛି । ଏହି ଗୁଳିମାଡ଼ରେ ପ୍ରାୟ ଶତାଧିକ ଲୋକ ପ୍ରାଣ ହରାଇଛନ୍ତି । ଗତ ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଗାଜାପଟ୍ଟୀ । ଅଧିକ ସଂଖ୍ୟାରେ ପାଲେଷ୍ଟାୟୀନ୍ ପ୍ରାଣ ହରାଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.