AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ସୋମାଲିଆରେ ଆମେରିକାର ମିଲ୍‌ଟାରୀ ଷ୍ଟ୍ରାଇକ୍, ଟଳି ପଡ଼ିଲେ ୩୦ ଅଲ-ଶବାବ ଚରମପନ୍ଥି

22/01/2023 at 8:13 AM

ନୂଆଦିଲ୍ଲୀ: ସୋମାଲିଆରେ ଅଲ-ଶବାବ ସଂଗଠନ ଚରମପନ୍ଥିଙ୍କ ଉପରେ ମିଲଟାରୀ ଷ୍ଟ୍ରାଇକ୍ । ଆମେରିକା ସେନା ଷ୍ଟ୍ରାଇକ୍ କରି ୩୦ରୁ ଅଧିକ ଇସଲାମିକ୍-ଅଲ୍- ଶବାବ୍ ସଦସ୍ୟଙ୍କୁ ନିହତ କରିଛି । ଏହି ସେନା ଆକ୍ସନ ମଧ୍ୟ ସୋମାଲିଆରେ ହୋଇଛି । ଅଲ-ଶବାବ ଚରମପନ୍ଥି ସୋମାଲିଆ ସେନା ସହିତ ଘମାଘୋଟ୍ ଲଢେଇ କରିଥିଲେ । ଏହି ଏନକାଉଣ୍ଟର ସୋମାଲିଆ ରାଜଧାନୀ ମୋଗାଦିଶୁ ଠାରୁ ୨୬୦ କିଲୋମିଟକ ଦୂରରେ ହୋଇଛି ।

ୟୁଏସ୍ ଆଫ୍ରିକ୍ କମାଣ୍ଡଙ୍କ ରିପୋର୍ଟ ମୁତାବକ, ଏହି ମିଲଟାରୀ ଷ୍ଟ୍ରାଇକ ଶୁକ୍ରବାର ହୋଇଥିଲା । ଏଥିରେ କୌଣସି ସାଧାରଣ ନାଗରିକ ଆହତ ହୋଇନାହାନ୍ତି । ଆମେରିକା ସୁରକ୍ଷାବଳ ସୋମାଲିଆର ରାଷ୍ଟ୍ରୀୟ ସେନାକୁ ସମର୍ଥନ କରି ‘ସାମୁହିକ ଆତ୍ମରକ୍ଷା ହମଲା’ କରିଥିଲା । ସୋମାଲିଆ ସେନା ଏକ ଆକ୍ରମଣ ପରେ ୧୦୦ରୁ ଅଧିକ ଚରମପନ୍ଥଙ୍କ ସହିତ ଲଗାତାର ଲଢେଇ କରିଆସୁଥିଲା । ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଅଲ-ଶବାବ ଆତଙ୍କବାଦୀ ସଂଗଠନ ଅଲ-କାଏଦା ସଂଗଠନ ସହିତ ସମ୍ପୃକ୍ତି ରହିଛି ।

ଆତଙ୍କବାଦୀଙ୍କୁ ବିରୋଧ କରି ଆମେରିକା ଲଗାତାର ସୋମାଲିଆ ସରକାରଙ୍କୁ ସମର୍ଥନ କରିଆସୁଛି । ଅଲ-ଶବାବ ସମୂହକୁ ନିପାତ କରିବାକୁ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍ ୨୦୨୨ରେ ସୋମାଲିଆରେ ସେନା ନିୟୋଜିତ ପାଇଁ ମଞ୍ଜୁରୀ ଦେଇଥିଲେ ।   

ପ୍ରାୟ ହଜାରରେ ଅଧିକ ଚରମପନ୍ଥି କିଛି ଦିନ ହେଲା ଦକ୍ଷିଣ ସୋମାଲିଆର କିଛି ଅଞ୍ଚଳକୁ କବଜା କରି ରଖିଥିଲେ ଏବଂ ରାଜଧାନୀ ମୋଗାଦିସୁରେ ବଡ଼ ବଡ଼ ହମଲା କରିଆସୁଛନ୍ତି । ଏନେଇ ଆମେରିକା ସେନା ଚରମପନ୍ଥି ସମୂହକୁ ମୁହଁତୋଡ୍ ଜବାବ ଦେଉଛି । ଆମେରିକା ସେନା ଅଧିକାଂଶ ସମୟରେ ମିଲଟାରୀ ଷ୍ଟ୍ରାଇକ୍ କରୁଛି । ଗତ ଅକ୍ଟୋବରରେ ଆମେରିକା ସୁରକ୍ଷାବଳ ୨ ଅଲ୍-ଶବାବ ଚରମପନ୍ଥିଙ୍କୁ ଏନକାଉଣ୍ଟର କରିଥିଲା । ସେହିପରି ନଭେମ୍ବର ମାସରେ ମୋଗାଦିଶୁ ଠାରୁ ୨୮୫ କିଲୋମିଟର ଦୂରରେ ଆମେରକା ସେନା ଦ୍ବାରା ୧୭ଜଣ ଚରମପନ୍ଥିଙ୍କୁ ନିହତ ହୋଇଛନ୍ତି ।

   Related Posts