ଗାଜାରେ ଆମେରିକାର ଆହାର ବର୍ଷା; ଯୁଦ୍ଧ ବିପନ୍ନଙ୍କୁ ୩୮ ହଜାର 'ରେଡି-ଟୁ-ଇଟ୍‌ ମିଲ୍‌' ଏୟାର-ଡ୍ରପ୍

Published By : Prameya-News7 Bureau | March 04, 2024 IST

ନୂଆଦିଲ୍ଲୀ: ଭୋକିଲା ଯୁଦ୍ଧବିପନ୍ନଙ୍କ ଆର୍ତ୍ତ ଚିତ୍କାର । ଦାନ ମୁଠାଏ ପାଇଁ ହାହାକାର । ଦୁର୍ଦିନରେ ୨୨ ଲକ୍ଷ ପାଲେଷ୍ଟିନୀୟ । ଆକଶମାର୍ଗରୁ ଆମେରିକାର ଆହାର ବର୍ଷା । ଖାଦ୍ୟ ପାଇଁ ସମୁଦ୍ରକୁ ଆତ୍ମହୁତି । ଏମାନେ ସତରେ ଅସହାୟ ନା ଦଇବ ଏମାନଙ୍କ ଉପରେ ଦାଉ ସାଝିଛି । ଦୋଷ ନଥାଇ ବି ଦଣ୍ଡ ଭୋଗୁଛନ୍ତି ଗାଜାବାସୀ । ଦୁଇ ଶକ୍ତିଶାଳୀ ପକ୍ଷ ପାଇଁ ବଳି ପଡ଼ିଛନ୍ତି ନୀରିହ ଜନତା। ଯୁଦ୍ଧ ଏମାନଙ୍କୁ ଦ୍ରାରିଦ୍ୟର ସୀମାରେଖା ତଳକୁ ଠେଲି ଦେଇଛି । ଭୋକ ଏମାନଙ୍କୁ ପେଟରେ ଲାତ ମାରୁଛି । ଗାଜାରେ ଇସ୍ରାଏଲ୍ ସେନାର ଗର୍ଜନ ସାଙ୍ଗରୁ ଖାଦ୍ୟଭାବ ସ୍ଥିତିକୁ ଆହୁରି ସଙ୍ଗୀନ କରିଛି । ରିଲିଫ୍ କେନ୍ଦ୍ରରେ ଖାଦ୍ୟ ପାଇଁ ଲମ୍ବା ଲାଇନ୍ ଲାଗିଛି । ଆଉ ଆକଶମାର୍ଗରୁ ଆହାର ପୁଡ଼ିଆକୁ ଦେଖି ଆର୍ତ୍ତ ଚିତ୍କାର ଛାଡ଼ୁଛନ୍ତି ବୀପନ୍ନ । ହାଁ ଆଜ୍ଞା ଧ୍ବଂସସ୍ତୁପ ପାଲଟିଥିବା ଗାଜାର ଏମିତି କିଛି ହୃହୟ ବିଦାରକ ଦୃଶ୍ୟ ଯୁଦ୍ଧବିପନ୍ନ ପାଲେଷ୍ଟିନୀୟଙ୍କ ଦୁଃଖ ବଖାଣୁଛି ।

wp:embed {"url":"https://www.youtube.com/watch?v=IsnGgsOXUS8","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=IsnGgsOXUS8
/wp:embed

ଇସ୍ରାଏଲ-ହମାସ୍ ଯୁଦ୍ଧ ପାଇଁ ବାଜିରେ ଲାଗିଛି ୨୨ ଲକ୍ଷ ନୀରିହ ଲୋକଙ୍କ ଭବିଷ୍ୟତ । ଇସ୍ରାଏଲ ଡିଫେନ୍ସ ଫୋର୍ସର ଘନଘନ ଆକ୍ରମଣରେ ଶ୍ମଶାନ ପାଲଟିଛି ଗାଜା ସହର । ସ୍ବପ୍ନର ଘର ଭାଙ୍ଗିଯିବା ଫଳରେ ନା ମୁଣ୍ଡ ଗୁଞ୍ଜିବାକୁ ଛପର ଅଛି ନା ଖାଇବାକୁ ଖାଦ୍ୟ । ଶରଣାର୍ଥୀ କେନ୍ଦ୍ର ପାଲଟିଛି ସାହାର । ଏହାରି ଭିତରୁ ଭାସି ଆସୁଛି ଭୋକିଲା ପେଟର ଆତୁର ଚିତ୍କାର । ଗୁମୁରି କାନ୍ଦଛୁ ମନ । ଖାଦ୍ୟାଭାବ ଯୋଗୁ ସଙ୍ଗୀନ ପରିସ୍ଥିତି ସୃଷ୍ଟି ହୋଇଛି । ଆଉ ଏଭଳି ସମୟରେ ଆମେରିକା ଦେଖାଇଛି ଆସାର ଆଲୋକ । ମୃତ୍ୟୁମୟୀ ମିସାଇଲର ଗର୍ଜନ ଭିତରେ ଆକାଶମାର୍ଗରୁ ପଡ଼ିଛି ଆହାର ପୁଡ଼ିଆ । ଜୋର୍ଡାନ ଓ ଆମେରିକା ସେନା ମିଳିତ ଭାବେ ପାରାସୁଟ୍‌ ଜରିଆରେ ପାଲେଷ୍ଟିନୀୟଙ୍କୁ ଖାଦ୍ୟ ଯୋଗାଇ ଦେଇଛନ୍ତି ।

ଯୁଦ୍ଧ ବୀପନ୍ନଙ୍କୁ ଖାଦ୍ୟ ସହିତ ଜରୁରୀ ସମାଗ୍ରୀ ଯୋଗାଇ ଦେବାକୁ ଘୋଷଣା କରିଥିଲା ଆମେରିକା । ତେବେ ଶନିବାର ଓ ରବିବାର ଏହାକୁ ପୂରଣ କରିଛି । ଆକାଶମାର୍ଗରୁ ବିଭିନ୍ନ ପଏଣ୍ଟରେ ଖାଦ୍ୟ ପୁଡ଼ିଆ ଏୟାରଡ୍ରପ୍ କରିଛି । ଏପଟେ ଖାଦ୍ୟ ସଂଗ୍ରହ ପାଇଁ ସମୁଦ୍ର ଉପକୂଳବର୍ତ୍ତୀ ଅଲ୍‌ ବଲାହ ଅଞ୍ଚଳରେ ଭିଡ଼ ଜମିଛି ।  କିଛି  ଲୋକେ ସମୁଦ୍ରକୁ ଡିଆଁ ମାରିଛନ୍ତି । ଭୋକିଲା ପେଟରେ ଦାନା ପଡ଼ିବା ପରେ ଶୁଖିଲା ମୁହଁରେ ହସ ଫୁଟିଛି ।

ସି-୧୩୦ ବିମାନରୁ ୬୬ଟି ବାକ୍ସରେ ୩୮ ହଜାର ରେଡି-ଟୁ-ଇଟ୍‌ ମିଲ୍‌ ପକାଯାଇଛି । ଆମେରିକା କହିଛି, ଏହା ଆରମ୍ଭ ମାତ୍ର, ଆଗକୁ ଏହି ସହାୟତା ଆହୁରି ବ୍ୟାପକ ହେବ । ପାଲେଷ୍ଟିୟନୀଙ୍କୁ ସହାୟତା ଜାରି ରହିବ । ମାର୍ଚ୍ଚ ୧ରେ ଖାଦ୍ୟ ନେବା ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା ବୀପନ୍ନଙ୍କ ଉପରେ ଆଇଡିଏଫ୍ ଅତର୍କୀତ ଗୁଳିମାଡ଼ କରିଥିଲା । ଘଟଣାରେ  ୧୧୨ ଲୋକ ପ୍ରାଣ ହରାଇଥିଲେ । ଏହା ପରେ ସହାୟତାର ହାତ ବଢ଼ିଇଛି ଆମେରିକା ।

ଭୟଙ୍କର ହେଉଛି ଇସ୍ରାଏଲ୍-ହମାସ୍ ଯୁଦ୍ଧ । ଏଯାଏଁ ୩୦ ହଜାରରୁ ଅଧିକ ପାଲେଷ୍ଟିନୀୟ ପ୍ରାଣ ହରାଇ ସାରିଲେଣି । ସରକାରୀ ଓ ଘରୋଇ ହସ୍ପିଟାଲ ମାଟି ସମାଧି ନେବା ପରେ ଗାଜାରେ ସ୍ୱାସ୍ଥ୍ୟସେବା ଭୁଶୁଡ଼ି ପଡ଼ିଛି । ଫଳରେ  ରାସ୍ତାକଡ଼ରେ ତମ୍ବୁ ଟାଣି ରୋଗୀ ସେବା ଚାଲିଛି ।  ଶରଣାର୍ଥୀ ଶିବିରଗୁଡ଼ିକରେ ଭୂତାଣୁଜନିତ ଜ୍ୱର ଓ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଔଷଧ ଓ ଇଞ୍ଜେକ୍ସନ ଅଭାବରୁ ଜୀବନ ବଞ୍ଚାଇବା ଡାକ୍ତରଙ୍କ ପକ୍ଷେ ମୁସ୍କିଲ୍ ହୋଇପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.