oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ମୋଦୀଙ୍କ ପ୍ରଶଂସାରେ ଶତମୁଖ ଆମେରିକା ମିଡିଆ; SCO ବୈଠକରେ ପୁଟିନଙ୍କୁ ଦେଇଥିବା ଜବାବର ତାରିଫ

17/09/2022 at 2:17 PM

ୱାଶିଂଟନଡିସି: ଆମେରିକା ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା। ଏସସିଓ ବୈଠକରେ ୟୁକ୍ରେନ୍‌ ୱାର୍‌କୁ ନେଇ ପୁଟିନଙ୍କୁ ମୋଦୀଙ୍କ ଜବାବର ପ୍ରଶଂସା କରିଛି ଆମେରିକା ମିଡିଆ। ଶୁକ୍ରବାର ଉଜବେକିସ୍ତାନର ସମରକନ୍ଦରେ ସାଙ୍ଘାଇ ସହଯୋଗ ସଂଗଠନ(ଏସସିଓ)ର ବାର୍ଷିକ ସମ୍ମିଳନୀରେ ଯୋଗ ଦେଇ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବର୍ତ୍ତମାନର ସମୟ ୟୁକ୍ରେନ୍‌ରେ ଯୁଦ୍ଧ କରିବାର ନୁହେଁ ବୋଲି ପୁଟିନଙ୍କୁ କହିଥିଲେ ମୋଦୀ। ଏହି କଥାକୁ ଭୁରି ଭୁରି ପ୍ରଶଂସା କରିଛି ଆମେରିକା ମିଡିଆ।

ମୋଦୀ-ପୁଟିନଙ୍କ ଆଲୋଚନାକୁ ବଡ଼ ଆକାରରେ କଭର କରିଛି ଆମେରିକା ଗଣମାଧ୍ୟମ। ଦି ୱାଶିଂଟନ ପୋଷ୍ଟ ହେଡ୍‌ଲାଇନ୍‌ରେ ଲେଖିଛି “ୟୁକ୍ରେନ୍ ଯୁଦ୍ଧକୁ ନେଇ ଋଷକୁ ଭର୍ତ୍ସନା କଲେ ମୋଦୀ।” ସେହିପରି ‘ଦି ଡେଲି’ ତା ରିପୋର୍ଟରେ ଲଖିଛି- “ ସର୍ବସାଧାରଣରେ ମୋଦୀ ପୁଟିନ୍‌ଙ୍କୁ କଡ଼ା ସମାଲୋଚନା କରି କହିଲେ, ବର୍ତ୍ତମାନର ଯୁଗ ଯୁଦ୍ଧର ଯୁଗ ନୁହେଁ। ଏବଂ ମୁଁ ଏ ବିଷୟରେ ଆଣପଙ୍କ ସହ କଥା ହୋଇସାରିଛି।”

ଏଭଳି କ୍ୱଚିତ ତିରସ୍କାର ୬୯ ବର୍ଷୀୟ ଋଷୀୟ ଷ୍ଟ୍ରଙ୍ଗମ୍ୟାନ୍‌(ପୁଟିନ)ଙ୍କୁ ସବୁଆଡ଼ୁ ଆସୁଥିବା ଚାପରେ ରହିଥିବା ଦେଖିବାକୁ ମିଳିଥିଲା ବୋଲି ୱାଶିଂଟନ ପୋଷ୍ଟ ଲେଖିଛି।  

ମୋଦୀଙ୍କୁ ଉତ୍ତର ରଖି ପୁଟିନ କହିଥିଲେ “ ୟୁକ୍ରେନ୍‌କୁ ନେଇ ବିବାଦରେ ଆପଣଙ୍କର ସ୍ଥିତି କେଉଁଠି ମୁଁ ଜାଣିଛି। ଆପଣ ସବୁବେଳେ ଆପଣଙ୍କ ଚିନ୍ତା ବ୍ୟକ୍ତ କରିଛନ୍ତି। ଏହି ଯୁଦ୍ଧକୁ ଯେତେଶୀଘ୍ର ହେବ ଆମ ବନ୍ଦ କରିବାକୁ ଚେଷ୍ଟା କରିବୁ। ତେବେ ଦୁର୍ଭାଗ୍ୟର କଥା ହେଲା ବିପକ୍ଷ(ୟୁକ୍ରେନ୍‌) ଆଲୋଚନା ମାର୍ଗକୁ ମନା କରିଦେଇଛନ୍ତି। ଏବଂ ଘୋଷଣା କରିଛନ୍ତି ଯେ ଆମେ ସେନା  ମାଧ୍ୟମରେ ଆମ ଲକ୍ଷ ହାସଲ କରିବୁ। ମାନେ ଯୁଦ୍ଧ ପଡ଼ିଆରେ ଲକ୍ଷ ହାସଲ କଥା ସେମାନେ କହୁଛନ୍ତି। ତଥାପି ସେଠାରେ କଣ ସବୁ ଚାଲିଛି ଆମେ ଆପଣଙ୍କୁ ନିୟମିତ ଜଣାଇବୁ। ” ୱାଶିଂଟନ ପୋଷ୍ଟ ଓ ନ୍ୟୁୟର୍କ ଟାଇମ୍ସରେ ମୋଦୀ ପୁଟିନଙ୍କର ଆଲୋଚନା ମୁଖ୍ୟ ଖବର ଭାବରେ କଭର କରାଯାଇଛି।

ନ୍ୟୁୟର୍କ ଟାଇମ୍ ତା ହେଡ୍‌ଲାଇନରେ ଲେଖିଛି “ ଭାରତ ନେତା ପୁଟିନଙ୍କୁ କହିଲେ ଏବେ ଯୁଦ୍ଧର ସମୟ ନୁହେଁ।” ତେବେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ବୈଠକ ମୈତ୍ରୀପୂର୍ଣ୍ଣ ଥିଲା। ଉଭୟ ନେତା ତାଙ୍କର ଦୀର୍ଘଦିନର ବନ୍ଧୁତ୍ୱପୂର୍ଣ୍ଣ ଇତିହାସ ବିଷୟରେ ଆଲୋଚନା କରିଥିଲେ। ଶ୍ରୀ ମୋଦୀ କିଛି ମନ୍ତବ୍ୟ ଦେବା ପୂର୍ବରୁ ପୁଟିନ କହିଥିଲେ ଯେ ୟୁକ୍ରେନ୍‌ ଯୁଦ୍ଧକୁ ନେଇ ଭାରତର ଚିନ୍ତା ବଝିପାରୁଛନ୍ତି। ଦି ଡେଲି ରିପୋର୍ଟ ଖବର ପ୍ରକାଶ କରିଛି।

   Related Posts