ନୂଆଦିଲ୍ଲୀ ୦୩।୦୩: ବର୍ଗର । ଅନେକ ଏହାକୁ ଖାଇଥିବେ । ଏହାର ସ୍ୱାଦ ଲୋକଙ୍କୁ ଆକର୍ଷିତ କରିଥାଏ । କିନ୍ତୁ ଆମେ ଆମ ଜୀବନରେ କେତେ ବର୍ଗର ଖାଇଥିବା ସେ କଥାର କେବେ ହିସାବ କରିନଥିବା । କିନ୍ତୁ ଆମେରିକାର ଜଣେ ବ୍ୟକ୍ତି ବର୍ଗର ଖାଇ ଓ୍ବାର୍ଲ୍ଡ ରେକର୍ଡ କରିଛନ୍ତି । ବ୍ୟକ୍ତି ଜଣକ ୱିସ୍କୋସିନ୍ ରାଜ୍ୟର ବାସିନ୍ଦା । ଫାଷ୍ଟଫୁଡ୍ ଲଭର ହେଉଛନ୍ତି ଡନ୍ ଗୋର୍ସକେ । ତାଙ୍କୁ ବର୍ତ୍ତମାନ ପ୍ରାୟ ୭୦ ବର୍ଷ ବୟସ ।
{"id":916586,"sizeSlug":"full","linkDestination":"none"}
ସେ ୫ ଦଶନ୍ଧିରୁ ଅଧିକ ସମୟ ଧରି ପ୍ରତିଦିନ ବିଗ୍ ମ୍ୟାକ୍ ହେମ୍ବର୍ଗର ଖାଉଛନ୍ତି। ପୂର୍ବରୁ ସେ ପ୍ରତିଦିନ ଏପରି ୯ଟି ବର୍ଗର ଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ ଦୈନିକ ୨ଟି ଲେଖାଏଁ ଖାଉଛନ୍ତି । ଏହି କାରଣରୁ ସେ ଅନେକ ପୂର୍ବରୁ ନିଜ ନାଁ ଗିନିଜ ୱାର୍ଲ୍ଡ ରେକର୍ଡରେ ସାମିଲ କରିସାରିଛନ୍ତି । ସେ ତାଙ୍କ ଜୀବନରେ ପ୍ରାୟ ୩୪ ହଜାରୁ ଅଧିକ ବର୍ଗର ଖାଇଛନ୍ତି ।
{"id":916587,"sizeSlug":"full","linkDestination":"none"}
ମ୍ୟାକଡୋନାଲ୍ଡର ବିଗ୍ ମ୍ୟାକ୍ ବର୍ଗର ଖାଇବାରେ ଡନ୍ ଗୋର୍ସକେଙ୍କ ପରିଚୟ ପାଲଟିଛି । ଯଦିଓ ଏହି ଫାଷ୍ଟଫୁଡରେ ଅଧିକ କ୍ୟାଲୋରୀ, ସୋଡିୟମ୍, ସୁଗର ଏବଂ ଫ୍ୟାଟ୍ ରହିଥାଏ । କିନ୍ତୁ ସେ ବର୍ଗର ଖାଇବା ଛାଡି ନାହାନ୍ତି । ଡନ୍ ଗୋର୍ସକେଙ୍କ ବିଗ୍ ମ୍ୟାକ୍ ବର୍ଗର ଖାଇବାର ଯାତ୍ରା ୧୯୭୨ ମସିହାରେ ଆରମ୍ଭ ହୋଇଥିଲା । ସେ ବର୍ଗର ଖାଇବା ପରେ ଏହାର ରସିଦ ଏବଂ ବର୍ଗର କଣ୍ଟେନରକୁ ସଂଗ୍ରହ କରି ରଖୁଥିଲେ ।
{"id":916588,"width":838,"height":629,"sizeSlug":"full","linkDestination":"none"}
ତାଙ୍କର ଏହି ଅଭ୍ୟାସକୁ ଛଡାଇବାକୁ ଚାହୁଁଥିଲେ ତାଙ୍କ ମା’ । କିନ୍ତୁ ଡନ୍ ଗୋର୍ସକେଙ୍କୁ ଏହା କରିବାରୁ ରୋକି ପାରିନଥିଲେ । ଏମିତିକି ୧୯୮୧ ମସିହାରେ ହାର ମାନିଥିଲେ ତାଙ୍କ ମା’ । ଡନ୍ ଗୋର୍ସକେ ଜେଲର ଗାର୍ଡ ଭାବେ କାମ କରି ସାରିଛନ୍ତି । ଚାକିରୀ ସମୟରେ ଗୋର୍ସକେଙ୍କ ଏହି ଅଭ୍ୟାସକୁ ନେଇ କିଛି ସହକର୍ମୀ ତାଙ୍କୁ ଥଟ୍ଟା ପରିହାସ କରୁଥିଲେ ଏବଂ ଆଉ କିଛି ତାଙ୍କୁ ସମର୍ଥନ କରୁଥିଲେ। ତେବେ ଡନ୍ ଗୋର୍ସକେଙ୍କ ପତ୍ନୀ ମେରି ଗୋର୍ସକେ ମଧ୍ୟ ତାଙ୍କର ଏହି ଅଦ୍ଭୁତ ଅଭ୍ୟାସକୁ ସ୍ବିକାର କରିନେଇଥିଲେ ।
{"id":916589,"sizeSlug":"full","linkDestination":"none"}
ସାଧାରଣତଃ ଅଧିକ ବର୍ଗର ଖାଉଥିବା ଲୋକଙ୍କୁ ଅନେକ ରୋଗ ହେଇଥାଏ । କିନ୍ତୁ ଡନ୍ ଗୋର୍ସକେ ନିଜର ଫିଟନେସ୍ ବଜାୟ ରଖିଛନ୍ତି । ଏଥିପାଇଁ ସେ ପ୍ରତିଦିନ ଜଳଖିଆ ସ୍କିପ୍ କରିଛନ୍ତି । ଦୈନିକ ଡନ୍ ଗୋର୍ସକେ ୬ ମାଇଲ୍ ଚାଲିଥାନ୍ତି । ଖବର ଅନୁଯାୟୀ ୧୯୯୯ରେ ସର୍ବାଧିକ ବର୍ଗର ଖାଇବାର ରେକର୍ଡ ସୃଷ୍ଟି କରିଥିଲେ । ଯାହାକି ବୃଦ୍ଧି ପାଇ ଚାଲିଛି । ୨୦୨୩ରେ ସେ ମୋଟ ୭୨୮ ବିଗ୍ ମ୍ୟାକ୍ ବର୍ଗର ଖାଇଛନ୍ତି ।
You Can Read:
wp:embed {"url":"https://www.prameyanews7.com/gallbladder-surgery-walks-out-with-doctor-blunder-accidental-vasectomy/","type":"wp-embed","providerNameSlug":"prameya-news-7"}