ନାନ୍ସି ପେଲୋସିଙ୍କ ପରେ ତାଇୱାନ ପହଞ୍ଚିଲେ ଆମେରିକା ସାଂସଦଙ୍କ ପ୍ରତିନିଧିମଣ୍ଡଳ, ବେଜିଂ ଉପରେ ବିଶ୍ୱର ନଜର

Published By : Prameya-News7 Bureau | August 14, 2022 IST

ନୂଆଦିଲ୍ଲୀ: ଆମେରକା ବାଚସ୍ପତି ନାନ୍ସି ପେଲୋସିଙ୍କ ଗସ୍ତର ୧୨ ଦିନ ପରେ ଆମେରିକା ସାଂସଦଙ୍କ ପ୍ରତିନିଧିମଣ୍ଡଳ ତାଇୱାନ ପହଞ୍ଚିଛନ୍ତି । ତାଇୱାନ ବିଦେଶ ମନ୍ତ୍ରଣାଳୟ ଅନୁସାରେ, ଆମେରିକା ସାଂସଦଙ୍କ ଏହି ଯାତ୍ରା ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇପେ ଯାତ୍ରାର ମାତ୍ର ଦୁଇ ସପ୍ତାହ ମଧ୍ୟରେ ହେଉଛି ।

ଆମେରିକା ସାଂସଦଙ୍କ ପ୍ରତିନିଧିମଣ୍ଡଳ ତାଇୱାନ ପହଞ୍ଚିବା ପରେ ସେଠାରେ ତାଇୱାନ ସେନା ୟୁଇ ତାଙ୍କ ସ୍ୱାଗତ କରିଥିଲେ। ଏହାସହ ସେ କହିଥିଲେ, 'ଆମେ ଆମ ପୁରୁଣା ବନ୍ଧୁ ଏବଂ ଅତୁଟ ସମର୍ଥନ ପାଇଁ ସମାନ ବିଚାରଧାରା ରଖୁଥିବା ସାଂସଦଙ୍କୁ ଧନ୍ୟବାଦ ଜଣାଉଛି'। ଆମେରିକା ବାଚସ୍ପତି ନାନ୍ସି ପାଲେସିଙ୍କ ତାଇୱାନ ଗସ୍ତ ପରେ ଚୀନ ଏବଂ ଆମେରିକା ମଧ୍ୟରେ ଚିକ୍ତତା ଚରମରେ ପହଞ୍ଚିଛି। ନାନ୍ସି ପେଲୋସିଙ୍କ ଯାତ୍ରାକୁ ଚୀନର ସାର୍ବଭୌମତ୍ୱର ଉଲ୍ଲଂଧନ ବୋଲି ବେଜିଂ କହିଥିଲା।

wp:html /wp:html

ଉଲ୍ଲେଖଯୋଗ୍ୟ ଯେ, ଚୀନର ବାରମ୍ୱାର ଧମକ ପରେ ବି ଆମେରିକା ହାଉସ ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଯାତ୍ରା କରିଥିଲେ। ଏହା ପରେ ଚୀନର ପିଏଲଏ ତାଇୱାନ ସୀମାରେ ଯୁଦ୍ଧାଭ୍ୟାସ କରିଥିଲା। ଅନ୍ୟପଟେ ଆମେରିକା ଏହା ଉପରେ ପ୍ରତିକ୍ରିୟା ରଖି ଏହା ତାଇୱାନକୁ ଡରାଇବା ପାଇଁ ଏବଂ ସ୍ଥିରତା ଲକ୍ଷ୍ୟ ବିପରୀତ ବୋଲି କହିଥିଲା।

ଅନ୍ୟପଟେ ଭାରତ ତାଇୱାନ ପ୍ରସଙ୍ଗରେ ବିବାଦ କମ କରିବା ଏବଂ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ଅପିଲ କରିଥିଲା। ଭାରତର ଏହି  ବୟାନ ଉପରେ ତାଇୱାନ ଧନ୍ୟବାଦ ଜଣାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.