କମ୍ଲା ହାରିସ୍ଙ୍କ ସ୍ୱାମୀଙ୍କୁ ବାଇଡେନଙ୍କ ପତ୍ନୀଙ୍କ ଚୁମ୍ବନ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
8/02/2023 at 2:55 PM

ଓ୍ବାଶିଂଟନ ୦୮।୦୨ : ଭରା ସଭାରେ ଚୁମ୍ବନ । ଆମେରିକା ରାଷ୍ଟ୍ରପତିଙ୍କ ପତ୍ନୀ, ଉପ-ରାଷ୍ଟ୍ରପତି କମଲା ହାରିସଙ୍କ ସ୍ବାମୀଙ୍କୁ କିସ୍ କରିଛନ୍ତି । ସଭା ଆରମ୍ଭ ହେବାର କିଛି ସମୟରେ ଡଗ୍ ଏମ୍ହାଫ୍ଙ୍କ ଓଠକୁ ଚୁମ୍ବନ କରିିଥିଲେ ଜିଲ୍ ବାଇଡେନ୍ । ଟେଷ୍ଟ ଅଫ୍ ଦି ୟୁନିୟନ ସଭାକୁ ସମ୍ବୋଧନ ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।
Did Jill Biden just kiss Kamala's husband on the LIPS?! pic.twitter.com/KvrUxSI8Lu
— Benny Johnson (@bennyjohnson) February 8, 2023
ରାଜଧାନୀ ଓ୍ବାଶିଂଟନରେ ମଙ୍ଗଳବାର ରାତିରେ ରାଷ୍ଟ୍ରପତି ଜୋ ବାଇଡେନ ଦ୍ବିତୀୟ ଥର ପାଇଁ ଟେଷ୍ଟ ଅଫ୍ ଦି ୟୁନିୟନକୁ ସମ୍ବୋଧନ କରିଛନ୍ତି । ଆମେରିକା ହାଉସ ଅଫ୍ ରିପ୍ରେଜେଣ୍ଟାଟିଭ୍ରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଏହା ବାଇଡେନଙ୍କ ଥିବା ପ୍ରଥମ ଅଭିଭାଷଣ ଥିଲା । ସଭାକୁ ପ୍ରାୟ ଏକ ଘଣ୍ଟା ଧରି ସମ୍ବୋଧନ କରିଥିଲେ ରାଷ୍ଟ୍ରପତି ଜୋ ବାଇଡେନ । ଆଉ ଏହି ସମୟରେ ଏକ ଚକିତ କଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବାଇଡେନଙ୍କ ପତ୍ନୀ ଜିଲ୍ ବାଇଡେନ ଉପ ରାଷ୍ଟ୍ରପତି କମଲା ହାରିସଙ୍କ ସ୍ବାମୀ ଡଗ୍ ଏମ୍ହାଫ୍ଙ୍କୁ ସାକ୍ଷାତ କରିବାର ଚୁମ୍ବନ ଦେଇଥିଲେ । ଓଠକୁ ଚୁମ୍ବନ କରିବାର ଦୃଶ୍ୟ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।
ଏହି ଭିଡିଓ ଦେଖିବା ପରେ ୟୁଜର୍ସ ମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ଜିଲ୍ ବାଇଡେନ, ଡଗ୍ ଏମ୍ହାଫ୍ଙ୍କୁ କିସ୍ କରିବା କେହି ଭାବିନଥିଲେ । ଆଉ ଜଣେ ଲେଖିଛନ୍ତି କି, ଏହା କ’ଣ ଥିଲା । ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ଡ. ଜିଲ୍ ବାଇଡେନ ଏବଂ କମଲା ହାରିସଙ୍କ ସ୍ବାମୀଙ୍କ ସହିତ ଆଜି ରାତିରୁ ସେକ୍ସି ଟେଷ୍ଟ ଅଫ୍ ଦି ୟୁନିୟନର ଆରମ୍ଭ ।