scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ଭାରତ ସହ ସୀମା ବିବାଦରେ ଆମେରିକାର ହସ୍ତକ୍ଷେପ ଗ୍ରହଣୀୟ ନୁହେଁ: ଚୀନ୍‌

6/06/2023 at 4:54 PM

US intervention in border dispute with India unacceptable: China

ନୂଆଦିଲ୍ଲୀ, ୦୬/୦୬: ଭାରତ-ଚୀନ ସୀମା ବିବାଦକୁ ନେଇ ଆମେରିକା ତରଫରୁ ଜାରି ରହିଛି ବୟାନବାଜି। ଏହାରି ମଧ୍ୟରେ ଭାରତକୁ ନାଟୋରେ ସାମିଲ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଆଉ ଏବେ ଭାରତ-ଚୀନ ବିବାଦରେ ଆମେରିକାର ହସ୍ତକ୍ଷେପକୁ ନେଇ କଡ଼ା ଆଭିମୁଖ୍ୟ ପ୍ରକାଶ କରିଛନ୍ତି ଚୀନ ପ୍ରବକ୍ତା । ଭାରତ ଗସ୍ତରେ ଥିବା ଚୀନ୍‌ ଦୂତାବାସର ଜଣେ ପ୍ରବକ୍ତା ଭାରତ-ଚୀନ୍‌ ମାମଲାରେ ତୃତୀୟ ପକ୍ଷଙ୍କ ହସ୍ତକ୍ଷେପ ବରଦାସ୍ତ କରାଯିବନି ବୋଲି କହିଛନ୍ତି। ପ୍ରବକ୍ତା ଆମେରିକାକୁ କଡ଼ା ସମାଲୋଚନା କରିବା ସହ ‘ଆମେରିକା ସବୁ ସ୍ଥାନରେ ନିଜର ସ୍ଥିତି କାଏମ ରହିବାକୁ ଚେଷ୍ଟା କରୁଛି’ ବୋଲି କହିଛନ୍ତି।

ଆମେରିକାକୁ ଟାର୍ଗେଟ କରି ଭାରତରେ ଚୀନ୍‌ ଦୂତାବାସର ପ୍ରବକ୍ତା ଓ୍ବାଙ୍ଗ ଶିୟାଜିୟାନ କହିଛନ୍ତି ‘ଚୀନ୍‌ ବିଶ୍ବ ଶାନ୍ତି ଏବଂ ସମୃଦ୍ଧିରେ ଯୋଗଦାନ କରୁଛି। କେବଳ ଆମେରିକା ବଳପୂର୍ବକ ଭାବରେ ନିଜର ସ୍ଥିତି କାଏମ କରିବାକୁ ଚେଷ୍ଟା କରୁଛି। ଆମେରିକା ନିଜ ସହଯୋଗୀଙ୍କ ଉପରେ ଚାପ ପକାଇଥାଏ, ଡରାଇ-ଧମକାଇଥାଏ ଯାହାର ବିକାଶଶୀଳ ଦେଶକୁ ଭୋଗୁଛନ୍ତି।’

ଆହୁରି ପଢ଼ନ୍ତୁ: LAC ନିକଟରେ ଚୀନ ନିର୍ମାଣ କରୁଛି ଏୟାରଫିଲ୍ଡ, ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଲା ଡ୍ରାଗନର ଚାଲାକି

ସୂଚନାଥାଉକି, ଚୀନ ସହ ବଢ଼ୁଥିବା ବିବାଦ ମଧ୍ୟରେ ଆମେରିକା ଭାରତ ସହ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଚେଷ୍ଟା କରୁଛି। ଏଥିପାଇଁ ଇଣ୍ଡୋ-ପାସିଫିକ୍‌ ଏଜେଣ୍ଟ ଭାବରେ ଚୀନ ସହ ଭାରତର ସୀମା ବିବାଦରେ ମଧ୍ୟ ଦଖଲ ଦେବାକୁ ଚେଷ୍ଟା କରୁଛି। ନିକଟରେ ଭାରତ-ଆମେରିକା ମଧ୍ୟରେ ସୁରକ୍ଷା ବୁଝାମଣାକୁ ନେଇ ଚର୍ଚ୍ଚା ହୋଇଛି। ଗତ କିଛି ବର୍ଷରେ ଉଭୟ ଦେଶ ମଧ୍ୟରେ ସୈନ୍ୟ ସହଯୋଗକୁ ବଢ଼ାଇବାକୁ ଜୋର୍ ମଧ୍ୟ ଦିଆଯାଇଛି। ଯେଉଁଥିରେ ଟାଇଗର ଟ୍ରାୟମ୍ଫ, ଯୁଦ୍ଧାଭ୍ୟାସ ଏବଂ ମାଲାବା ଏକ୍ସରସାଇଜ ଭଳି କିଛି ପହଲ ସାମିଲ୍‌ ରହିଛି।

ଅବଶ୍ୟ ଭାରତ ମଧ୍ୟ ଚୀନ୍‌ ସହ ସୀମା ବିବାଦରେ ଆମେରିକାର ହସ୍ତକ୍ଷେପ ଚାହୁନାହିଁ। ତଥାପି ଆମେରିକାକୁ ଭାରତ ଏକ ସହଯୋଗ ଭାବେ ରଖିବାକୁ ଚାହୁଛି। ପୂର୍ବରୁ ମଧ୍ୟ ଆମେରିକା ଚୀନ ସହ ସୀମା ବିବାଦ ମଧ୍ୟରେ ଭାରତର ସହଯୋଗ କରିଆସିଛି। ସୀମା ନିକଟରେ ଚୀନର ଗତିବିଧିକୁ ନେଇ ଚେତାବନୀ ଦେଇଛି। ସୂଚନା ଏବଂ ଗୁଇନ୍ଦା ଭଳି ସହଯୋଗ ମଧ୍ୟ ଦେଇଆସିଛି। ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆମେରିକା ନିଜ ସହଯୋଗ ଦେଇ ଆସିବ।

ଆହୁରି ପଢ଼ନ୍ତୁ: କାଖୋଭକା ନଦୀ ବନ୍ଧ ଉଡାଇ ଦେଲା ରୁଷ, ୮୦ କ୍ଷେତ୍ରରେ ଜଳ ପ୍ରଳୟ ଭୟ; ୟୁକ୍ରେନର ଦାବି

ସେପଟେ ଆସନ୍ତା ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ହ୍ବାଇଟ୍ ହାଉସ ଯାଉଛନ୍ତି। ଏହି ଗସ୍ତ ସମୟରେ ବାଇଡେନ-ମୋଦୀଙ୍କ ମଧ୍ୟରେ ଆଲୋଚନା ହୋଇପାରେ। ନାଟୋରେ ଭାରତ ସାମିଲ୍‌ ହେବା ଉପରେ ମଧ୍ୟ ଆଲୋଚନା ହୋଇପାରେ।

   Related Posts