Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଆମେରିକାରେ ସୁରକ୍ଷିତ ଅବତରଣ କଲା ଅପହୃତ ବିମାନ, ପାଇଲଟ ଗିରଫ

4/09/2022 at 6:02 PM

ମିସିସିପି ୪।୯: ଆମେରିକା ମିସିସିପି ରାଜ୍ୟରେ ପ୍ଲେନକୁ ଦୁର୍ଘଟଣା କରାଇବା ଲାଗି ପାଇଲଟଙ୍କ ଧମକ ପରେ ଉପୁଜିଥିବା ପରିସ୍ଥିତି ଏବେ ଶାନ୍ତ ପଡିଛି। ବିମାନଟି ସୁରକ୍ଷିତ ଅବତରଣ କରିଯାଇଥିବା ଗବର୍ଣ୍ଣର ଟିଟ୍ ରିଭସ୍‌ ସୂଚିତ କରିଛନ୍ତି। ଗଭର୍ଣ୍ଣର ତାଙ୍କ ସୂଚନାରେ ବିମାଟି ଏସଲ୍ୟାଣ୍ଡ ଦକ୍ଷିଣ-ପଶ୍ଚିମ ଦିଗରେ ଥିବା ଏକ ପଡିଆରେ ଅବତରଣ କରିଯାଇଥିବା କହିଛନ୍ତି। ପୋଲିସ ପାଇଲଟଙ୍କୁ ଗିରଫ କରିଥିବା ବେଳେ ପଚରା ଉଚରା ଜାରି ରହିଛି।

ଉଲ୍ଲେଖଯୋଗ୍ୟ ଯେ ପାଇଲଟ ଟୁପେଲୋ ବିମାନ ବନ୍ଦରରୁ ଏକ ୯ ସିଟର ବିମାନକୁ ହାଇଜାକ୍ କରିନେଇଥିଲେ। ଏହାକୁ ସହର ଉପରେ କିଛି ଘଣ୍ଟା ଉଡାଇବା ସହ ମିସିସିପି ଟୁପେଲୋର ଏକ ୱାଲମାର୍ଟ ଷ୍ଟୋରରେ ଧକ୍କା କରିଦେବେ ବୋଲି ପାଇଲଟ ଧମକ ଦେଇଥିଲେ। ଏଥିରେ ପ୍ରଶାସନ  ଲୋକଙ୍କୁ ଆଲର୍ଟ କରିଦେବା ସହ ପୋଲିସ ୱାଲମାର୍ଟକୁ ଖାଲି କରାଇଦେଇଥିଲା।

ତେବେ ପରେ ପାଇଲଟକୁ ଅନେକ ବୁଝାସୁଝା କରି ବିମାନକୁ ଅବତରଣ କରାଇବା ଲାଗି ରାଜି କରାଯାଇଥିଲା। ସେହି ଅନୁସାରେ ପାଇଲଟ ବିମାନକୁ ଏସ୍ ଲ୍ୟାଣ୍ଡ ଦକ୍ଷିଣ-ପଶ୍ଚିମରେ ଥିବା ଏକ ପଡିଆରେ ବିମାନକୁ ଅବତରଣ କରାଇଛି। ତେବେ ବିମାନକୁ ଅବତରଣ କରାଇବା ପୂର୍ବରୁ ପାଇଲଟ ଏହାକୁ ଦୁର୍ଘଟଣାଗ୍ରସ୍ତ କରିଦେବାକୁ ପୋଲିସକୁ ଧମକ ଦେବା କିଛି ସମୟ ଲାଗି ଅସ୍ୱଭାବିକ ପରିସ୍ଥିତି ସୃଷ୍ଟି କରିଥିଲା।

   Related Posts