ଆମେରିକାରେ ୧୦କୋଟିରୁ ଅଧିକ କରୋନା ମାମଲା, ସପ୍ତାହକରେ ସଂକ୍ରମିତ ହେଲେଣି ୪୮ ହଜାର ପିଲା, ଜାଣନ୍ତୁ ମୃତ୍ୟୁ ସଂଖ୍ୟା କେତେ?

Published By : Prameya-News7 Bureau | December 29, 2022 IST

ୱାସିଂଟନ ୨୯।୧୨: ଆମେରିକାରେ ୧୦ କୋଟିରୁ ଅଧିକ କୋଭିଡ-୧୯ ମାମଲା ରେକର୍ଡ ହୋଇଛି । ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ (ସିଡିସି)ଙ୍କ ବୁଧବାର ଅପଡେଟ୍ ଅନୁସାରେ ଦେଶରେ ଡିସେମ୍ବର ୨୧ ତାରିଖ ସୁଦ୍ଧା ୧୦୦,୨୧୬,୯୮୩ କୋଭିଡ-୧୯ ମାମଲା ପୁଷ୍ଟି ହୋଇଛି। ରିପୋର୍ଟ ଅନୁସାରେ ଆମେରିକା ୧୦୦ ନିୟୁତ କୋଭିଡ-୧୯ ମାମଲା ରେକର୍ଡ କରିବାରେ  ସାରା ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଛି। ତେବେ ବାସ୍ତବିକ ସଂଖ୍ୟା ଏହାଠୁ ଢେର ଅଧିକ।

ସିଡିସିଙ୍କ ତଥ୍ୟରୁ ଦେଶରେ କୋଭିଡ ଆରମ୍ଭ ଦିନଠାରୁ ଏପର୍ଯ୍ୟନ୍ତ ୧.୦୮ନିୟୁତରୁ ଅଧିକ ଲୋକଙ୍କ କୋଭିଡରେ ମୃତ୍ୟୁ ହେଲାଣି। ଏଥିରେ ଆମେରିକାନ ଏକାଡେମୀ ଅଫ ପିଡିଆଟ୍ରିକ୍ସ( ଏଏପି) ନୂଆ ରିପୋର୍ଟ ଅନୁସାରେ ୨୨ ଡିସେମ୍ବରରେ ସମାପ୍ତ ସପ୍ତାହରେ ଆମେରିକାରେ ପାଖାପାଖି ୪୮ ହଜାର ପିଲାଙ୍କଠାରେ କୋଭିଡ-୧୯ ମାମଲା ରେକର୍ଡ ହୋଇଛି। ଯାହା ପିଲାଙ୍କ ମାମଲାରେ ଲଗାତାର ତୃତୀୟ ସପ୍ତାହିକ ବୃଦ୍ଧି ବୋଲି କୁହାଯାଇଛି।

ରିପୋର୍ଟରେ ନୂଆ ରୂପେ ସମ୍ବଦ୍ଧିତ ବେମାରୀର ଜଟିଳତା ଦୀର୍ଘ ସମୟ ପର୍ଯ୍ୟନ୍ତ ସମ୍ଭାବିତ ପ୍ରଭାବ ଆକଳନ କରିବା ଲାଗି ଅଧିକ ଆୟୁ ବିଶିଷ୍ଟ ଡାଟା ଏକତ୍ର କରିବା ଏବେ ଆବଶ୍ୟକ ବୋଲି କୁହାଯାଇଛି। ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ମହାମାରୀର ତତ୍କାଳ ପ୍ରଭାବ ପଡୁଛି। ତେବେ ପିଲା ଓ ଯୁବକଙ୍କ ଏହି ପିଢି ଉପରେ ଶାରୀରିକ, ମାନସିକ ଓ ସାମାଜିକ କଲ୍ୟାଣ ଉପରେ ମହାମାରୀର ପ୍ରଭାବ କିପରି ରହୁଛି ତାହା ଚିହ୍ନଟ କରି ସମାଧାନ କରିବାର ଆବଶ୍ୟକତା ଥିବା କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.