ଇସ୍ରୋକୁ ‘ନିସାର୍’ ଉପଗ୍ରହ ହସ୍ତାନ୍ତର କଲା ନାସା; ଆସନ୍ତା ବର୍ଷ କରାଯିବ ଲଞ୍ଚ, ଏହି ସବୁ କ୍ଷେତ୍ରରେ ହେବ ବ୍ୟବହୃତ
9/03/2023 at 8:00 PM

ନୂଆଦିଲ୍ଲୀ,୦୯/୦୩: ଇସ୍ରୋକୁ ‘ନିସାର୍’ ଉପଗ୍ରହ ହସ୍ତାନ୍ତର କଲା ନାସା। ବୁଧବାର ଆମେରିକା ବାୟୁସେନା, ନାସା ଏବଂ ଇସ୍ରୋ ଦ୍ୱାରା ମିଳିତ ଭାବେ ବିକଶିତ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ସିନ୍ଥେଟିକ୍ ଆପର୍ଚର ରାଡାର (ନିସାର୍) କୁ ଭାରତୀୟ ମହାକାଶ ସଂସ୍ଥାକୁ ହସ୍ତାନ୍ତର କରିଛି। ଆମେରିକା ବାୟୁସେନାର ସି-୧୭ ବିମାନ ନିସାର ଉପଗ୍ରହକୁ ଆଣି ଆସିଥିଲା। ଏହି ବିମାନ ବେଙ୍ଗାଲୁରୁରେ ଅବତରଣ କରିଛି। ଏନେଇ ଚେନ୍ନାଇରେ ଥିବା ଆମେରିକାର ବାଣିଜିକ ଦୂତାବାସ ତରଫରୁ ସୂଚନା ଦିଆଯାଇଛି।
ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଉଭୟଙ୍କର ସହଭାଗିତାରେ ଏହି ଉପଗ୍ରହ ନିର୍ମାଣ କରାଯାଇଛି। ISRO ଦ୍ବାରା ନିସାର୍ କୃଷି କ୍ଷେତ୍ରରେ ବ୍ୟବହାର ଯେପରିକି ମ୍ୟାପିଂ ଏବଂ ଭୂସ୍ଖଳନ ପ୍ରବଣ ଅଞ୍ଚଳ ସହିତ ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହୃତ କରାଯିବ। ତେବେ ୨୦୨୪ରେ ଆନ୍ଧ୍ରପ୍ରଦେଶର ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଏହାକୁ ପୃଥିବୀର ନିକଟ-କକ୍ଷପଥକୁ ଉତକ୍ଷେପଣ କରାଯିବା ନେଇ ଆଶା କରାଯାଉଛି। ପୂର୍ବର ଇସ୍ରୋ ଅଧ୍ୟକ୍ଷ, ଏହି ମିଶନ ୮ ବର୍ଷ ପୂର୍ବରୁ କରାଯାଇଥିବା ନେଇ କହିଥିଲେ।
ସୂଚନାଯୋଗ୍ୟ, ନିସାର୍ର ଓଜନ ପ୍ରାୟ ୨୮୦୦ କିଲୋଗ୍ରାମ ରହିଛି। ଏଥିରେ ଏଲ-ବ୍ୟାଣ୍ଡ୍ ଏବଂ ଏସ- ବ୍ୟାଣ୍ଡ୍ ସିନ୍ଥେଟିକ୍ ଅପର୍ଚର ରାଡାର (ଏସଏଆର) ରହିଛି। ଏହାଯୋଗୁଁ ଏହାଗୁ ଡବଲ ଫ୍ରିକ୍ବେନ୍ସୀ ଇମେଜିଙ୍ଗା ସାଟେଲାଇଟ୍ ବୋଲି ମଧ୍ୟ କୁହାଯାଏ। ନିସାର ପ୍ରତିକୂଳ ପାଣିପାଗରେ ମଧ୍ୟ ତଥ୍ୟ ସଂଗ୍ରହ କରିପାରିବ। ଫଳରେ ପୃଥିବୀ ବିଷୟରେ ପୂର୍ବ ତୁଳନାରେ ଆହୁରି ଅଧିକ ବିସ୍ତାର ଭାବରେ ଅଧ୍ୟୟନ କରାଯାଇପାରିବ।
ଏହାର ୩୯ ଫୁଟ୍ର ରିଫ୍ଲେକ୍ଟର ଆଣ୍ଟିନା ଏବଂ ରାଡାର ତଥ୍ୟ ସଂଗ୍ରହ କରିବାରେ ଏହାର ସହାୟକ ହେବ। ଏହା ପୃଥିବୀର ସ୍ଥଳଭାଗ ଏବଂ ବରଫ ପୃଷ୍ଠଗୁଡ଼ିକରେ ଏକ ଇଞ୍ଚ ପର୍ଯ୍ୟନ୍ତ ହେଉଥିବା ପରିବର୍ତ୍ତନକୁ ନିରୀକ୍ଷଣ କରାଯାଇପାରିବ। ଯାହାଦ୍ବାରା ପୃଥିବୀର ବଦଳୁଥିବା ଜଳବାୟୁର ବୈଜ୍ଞାନିକ କାରଣକୁ ଭଲ ଭାବରେ ବୁଝାଯାଇପାରିବ।