Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଆତଙ୍କ ବିରୋଧରେ ହଲ୍ଲା ବୋଲ୍: ତାଲିବାନକୁ ଓପନ ଚାଲେଞ୍ଜ ଦେଲେ ଆମେରିକା ରାଷ୍ଟ୍ରପତି, କହିଲେ ସୁଧୁରିଯାଅ ନଚେତ୍ ଭୟାବହ ହେବ ପରିଣାମ

21/08/2021 at 10:03 AM

ଆମେରିକା ୨୧/୦୮: ଆଫଗାନିସ୍ତାନର ବର୍ତ୍ତମାନ ସ୍ଥିତିକୁ ନେଇ ଆକ୍ରୋଶର ଶିକାର ହୋଇଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଣି ଥରେ ସ୍ପଷ୍ଟୀକରଣ ଦେଇଛନ୍ତି । ହ୍ୱାଇଟ୍ ହାଉସ୍ ରେ ବାଇଡେନ କହିଛନ୍ତି ଯେ ଆମେ କାବୁଲ ବିମାନବନ୍ଦରକୁ ସୁରକ୍ଷିତ କରିପାରିଛୁ । ବିମାନବନ୍ଦରରୁ ସେନାର ବିମାନ ସମେତ ଅନ୍ୟ ଦେଶର ନାଗରିକ ଚାର୍ଟର ବିମାନ ମାଧ୍ୟମରେ ବାହାରକୁ ଯାଇପାରିବେ ।

ଆଫଗାନିସ୍ତାନରେ ଫସିଥିବା ଆମେରିକୀୟ ନାଗରିକ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଆମେ ଆପଣମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବୁ । ଅଗଷ୍ଟ ୩୧ ସୁଦ୍ଧା ସମସ୍ତ ଆମେରିକୀୟଙ୍କୁ ଖାଲି ପ୍ରକ୍ରିୟା ଶେଷ ହେବ । ବାଇଡେନ କହିଛନ୍ତି ଯେ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ପାଇଁ ସେ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ସ୍ବାଭାବିକ ଥିଲା । ସେଠାରେ ଆମର କାମ ସଂପୂର୍ଣ୍ଣ ହୋଇସାରିଥିଲା। ଏହି ନିଷ୍ପତ୍ତି ପଛରେ ନାଟୋ ରାଷ୍ଟ୍ରଙ୍କ ସମର୍ଥନ ମଧ୍ୟ ରହିଥିଲା ବୋଲି ସେ କହିଛନ୍ତି।

ବାଇଡେନ କହିଛନ୍ତି ଅମେରିକା ସରକାର କାବୁଲ ବିମାନବନ୍ଦର ମାଧ୍ୟମରେ ଆମେରିକା, ଅନ୍ୟ ବିଦେଶୀ ନାଗରିକା ଏବଂ ଆଫଗାନୀମାନଙ୍କୁ ଏୟାରଲିଫ୍ଟ କରିଛି । ଆମେ ଜୁଲାଇ ଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ୧୮ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛୁ । ଅଗଷ୍ଟ ୧୪ରେ ଆମର ସେନା ଏୟାରଲିଫ୍ଟ ଆରମ୍ଭ ହେବା ପରେ ପାଖାପାଖି ୧୩ ହଜାର ଲୋକ ଉଦ୍ଧାର ହୋଇଛନ୍ତି ।

ଏବେ ତାଲିବାନ ନିୟନ୍ତ୍ରଣରେ ଥିବା ଆଫଗାନିସ୍ତାନ ବହୁତ ବଡ଼ ସଙ୍କଟକୁ ସାମ୍ନା କରୁଛି ଏବଂ ଏହାର ପରିଣତି ନେଇ କିଛି ପ୍ରତିଶ୍ରୁତି ଦେଇପାରିବି ନାହିଁ ବୋଲି ବାଇଡେନ କହିଛନ୍ତି। କାବୁଲ ବିମାନ ବନ୍ଦର ନିକଟରେ ଆତଙ୍କବାଦୀଙ୍କ ଆଡ଼ୁ ଆକ୍ରମଣ ସମ୍ଭବନା ରହିଛି ଏବଂ ଏ ନେଇ ଆମେରିକା ସେନା ସତର୍କ ନଜର ରଖିଛି। ଆଫଗାନ ଜେଲ୍ ରୁ ତାଲିବାନ ମୁକ୍ତ କରିଥିବା ଆତଙ୍କବାଦୀମାନେ ଆକ୍ରମଣ କଲେ ଏହାର କଡ଼ା ଜବାବ ମିଳିବ ବୋଲି ବାଇଡେନ କହିଛନ୍ତି। ଆଫଗାନିସ୍ତାନରେ ଏବେ ୬ ହଜାର ଆମେରିକା ସୈନ ଅଛନ୍ତି ଏବଂ ଲୋକଙ୍କୁ ସୁରକ୍ଷିତ ଆଣିବା କାମ ଜାରି ରହିଛି ।

   Related Posts