Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଫଗାନିସ୍ତାନରେ ତାଲିବାନଙ୍କୁ ଆମେରିକା ଦେଇଛି ଲୋକଙ୍କ ନାମ ତାଲିକା, ଟ୍ରମ୍ପଙ୍କ ପୁଅ କହିଲେ ‘ବିଶ୍ୱାସଘାତ’

27/08/2021 at 6:27 PM

ୱାସିଂଟନ : ତାଲିବାନ କାବୁଲ ଦଖଲ କରିବା ପରଠାରୁ ଆଫଗାନିସ୍ତାନରୁ ଲୋକଙ୍କୁ ବାହାର କରିବାର ପ୍ରକ୍ରିୟା ଜାରି ରହିଛି। ଏବେ ଆସୁଥିବା ଖବର ଅନୁସାରେ କାବୁଲରେ ଅବସ୍ଥାପିତ ଆମେରିକୀୟ ଅଧିକାରୀମାନେ ଏବେ ଏଥିରେ ତାଲିବାନଙ୍କ ସହାୟତା ନେଇଥିବାର ଜଣାପଡିଛି। ଏଥିରେ ସେମାନେ ତାଲିବାନଙ୍କୁ ଆମେରିକୀୟ ନାଗରିକ, ଗ୍ରୀନକାର୍ଡଧାରୀ ଓ ସେମାନଙ୍କ ଆଫଗାନ ସହଯୋଗୀଙ୍କ ସୂଚୀ ଦେଇଥିବାର ଏକ ରିପୋର୍ଟରେ କୁହାଯାଇଛି।

କୁହାଯାଉଛି ଏହି ସୂଚୀ ବିମାନ ବନ୍ଦର ବାହାରେ ଲୋକଙ୍କ ପ୍ରବେଶ ମଞ୍ଜୁରି ଲାଗି ଏହି ସୂଚୀ ଲଗାଯାଇଛି। ତେବେ ଆଫଗାନିସ୍ତାନରେ ଅବସ୍ଥାପିତ ଆମେରିକୀୟ ଅଧିକାରୀଙ୍କ ଏପରି ପଦକ୍ଷେପକୁ ଏବେ ଆମେରିକାରେ ଦୃଢ ବିରୋଧ ଆରମ୍ଭ ହୋଇଯାଇଛି। ବିଦାୟୀ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ଅଧିକାରୀଙ୍କ ଏପରି କାର୍ଯ୍ୟକୁ ବିଶ୍ୱାସଘାତ ଓ ଦେଶଦ୍ରୋହ ବୋଲି କହିଛନ୍ତି। ତେବେ ଲୋକଙ୍କ ସୀମିତ ସୂଚନା ଯୋଗୁ କିଛି ଲୋକଙ୍କ ଜୀବନ ବଞ୍ଚି ଯାଇଛି। ତେବେ ଅନେକ ଲୋକଙ୍କୁ ବିପଦ ମୁହଁକୁ ଠେଲି ଦିଆଯାଇଛି।

ଆଫଗାନିସ୍ତାନରେ ଅବସ୍ଥାପିତ ଅଧିକାରୀଙ୍କ ଏହି ସୂଚୀ ସମ୍ପର୍କରେ ନିକଟରେ କ୍ୟାପିଟଲ ହିଲରେ ହୋଇଥିବା ପ୍ରେସ ବ୍ରିଫିଙ୍ଗ କାଳରେ ଜଣାପଡିଥିଲା। ପଲିଟିକୋ ଅନୁସାରେ ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏପରି କିଛି ସୂଚୀ ଜାରି କରାଯାଇଥିବା ନେଇ ବିଶ୍ୱାସ କରିପାରୁନଥିବା କହିଥିଲେ। ତେବେ ଘଟଣାକୁ ସେ ଅସ୍ୱୀକାର ମଧ୍ୟ କରିନାହାନ୍ତି। ଏନଏସସିଙ୍କ ମୁଖପାତ୍ର ଏମିଲି ହର୍ଣ୍ଣ କହିଛନ୍ତି ଯେ ପଲିଟିକୋ ଯଦି ପ୍ରସଙ୍ଗରେ ଆମକୁ ପଚାରିଥାନ୍ତେ ଆମେ ବି ସେହି ଉତ୍ତର ଦେଇଥାନ୍ତୁ ଯାହା ରାଷ୍ଟ୍ରପତି କହିଛନ୍ତି।

ଆମେ ସୀମିତ ମାମଲାରେ ତଥ୍ୟ ଆଦାନପ୍ରଦାନ କରିଛୁ। ତେବେ ଏଥିଯୋଗୁ କାବୁଲରୁ ଆମ ଲୋକଙ୍କୁ ବାହାର କରିବାର ପ୍ରକ୍ରିୟା ଆରମ୍ଭ  ହୋଇପାରିଛି ବୋଲି ସେ କହିଛନ୍ତି।  ତେବେ ତାଲିବାନୀଙ୍କୁ ଆଫଗାନିସ୍ତାନରେ ଫଶିଥିବା ଲୋକଙ୍କ ନାମ ତାଲିକା ଦେବା ଘଟଣା ଅନେକ ସାଂସଦ ଓ ସୈନ୍ୟ ଅଧିକାରୀଙ୍କୁ ଅସନ୍ତୁଷ୍ଟ କରିଛି। ଏହା ଦ୍ୱାରା ୨୦ ବର୍ଷ ହେଲା ଆଫଗାନିସ୍ତାନରେ ଆମେରିକାକୁ ସହଯୋଗ କରିଆସିଥିବା ଦ୍ୱିଭାଷୀ ଲୋକେ ଓ ସେଠାରେ ଏବେ ଅଟକି ରହିଥିବା ଅଗଣିତ ଦୋହରା ନାଗରିକ ଓ ବିଶେଷ କରି ଆମେରିକୀୟଙ୍କ ଲାଗି ଅସୁରକ୍ଷାର ପରିବେଶ ସୃଷ୍ଟି ହୋଇଥିବା ସେମାନେ କହିଛନ୍ତି।

   Related Posts