ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଆମେରିକାର ଦୂତାବାସର ଆଲର୍ଟ: ତୁରନ୍ତ ଛାଡ କାବୁଲ ବିମାନବନ୍ଦର, ନଚେତ୍ ହୋଇପାରେ ପୁନଃ ଆକ୍ରମଣ

28/08/2021 at 9:15 AM

କାବୁଲ ୨୮/୦୮: କାବୁଲ ବିମାନବନ୍ଦରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ବଢିବାରେ ଲାଗିଛି ଆଶଙ୍କା । କାବୁଲରେ ଫସି ରହିଥିବା ନାଗରିକଙ୍କ ପାଇଁ ଆମେରିକା ଏକ ନୂଆ ପରାମର୍ଶ ଜାରି କରିଛି । ଆମେରିକାର ଦୂତାବାସ ସେମାନଙ୍କର ନାଗରିକମାନଙ୍କ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ବିମାନବନ୍ଦର ଛାଡିବାକୁ ନିର୍ଦ୍ଦେଶ ଦେଇଛି । କାରଣ ପୁଣିଥରେ ବିମାନବନ୍ଦରରେ ଆକ୍ରମଣ ଆଶଙ୍କା ଦେଖାଦେଇଛି ।

ଏବେ ଆମେରିକାର ଦୂତାବାସ ସେମାନଙ୍କର ନାଗରିକମାନଙ୍କୁ କାବୁଲ ବିମାନବନ୍ଦରକୁ ନଯିବାକୁ ବାରଣ କରିଛି । ଏହା ମଧ୍ୟ କୁହାଯାଇଛି ଯେ ଯେଉଁମାନେ ପୂର୍ବ, ଉତ୍ତର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ଦ୍ୱାରରେ ଅଛନ୍ତି ସେମାନେ ତୁରନ୍ତ ପଲାଇଆସିବା ଉଚିତ୍ । ସେମାନଙ୍କୁ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ କୁହାଯାଇଛି । ଏହାପୂର୍ବରୁ ଗୁରୁବାର ମଧ୍ୟ ଆମେରିକା, ଅଷ୍ଟ୍ରେଲିଆ ଏବଂ ବ୍ରିଟେନ ସେମାନଙ୍କ ନାଗରିକଙ୍କ ପାଇଁ ଏକ ସତର୍କ ସୂଚନା ଜାରି କରିଥିଲେ । ସେ ତାଙ୍କ ନାଗରିକମାନଙ୍କୁ କାବୁଲ ବିମାନବନ୍ଦରଠାରୁ ଦୂରରେ ରହିବାକୁ କହିଥିଲେ ।

କାବୁଲ ବିମାନବନ୍ଦରରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ସନ୍ଦେହ ପ୍ରକଟ କରାଯାଇଛି । ସୂଚନାଥାଉକି, ଗୁରୁବାର କାବୁଲରେ ଚାରିଟି ବିସ୍ଫୋରଣ ହୋଇଥିଲା । ସେଥିମଧ୍ୟରୁ ଏବେଯାଏଁ ୧୦୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିସହ ୧୪୩ ଜଣ ଆହତ ହୋଇଛନ୍ତି । ନିହତଙ୍କ ମଧ୍ୟରେ ୧୩ ଜଣ ଆମେରିକୀୟ ସୈନିକ ଥିଲେ । ଏହି ଆକ୍ରମଣ ପାଇଁ ଆଇଏସ୍-ଖୋରାସାନ୍ ଦାୟୀ ବୋଲି ଦାବି ହୋଇଥିଲା

   Related Posts