ନୂଆଦିଲ୍ଲୀ ୦୪/୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନ କାଉଣ୍ଟଡାଉ । ଅପେକ୍ଷା ୪୮ ଘଣ୍ଟାର । ଏହା ପରେ ସ୍ପଷ୍ଟ ହୋଇଯିବ ଚିତ୍ର । ହ୍ୱାଇଟ ହାଉସର ବସ୍ କିଏ ହେବ ପଡିଯିବ ଜଣା । କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ? ପୁଣି କ୍ଷମତାକୁ ଫେରିବେ କି ଡୋନାଲ୍ଡ ଟ୍ରମ୍ପ ? ନା ବାଜି ମାରିନେବେ ଭାରତୀୟ ବଂଶଦ୍ଭବ କମଲା ହାରିସ। ତାଙ୍କୁ ନେଇ ଜାରି ରହିଛି ନାନା ଚର୍ଚ୍ଚା, ବଢୁଛି ଉତ୍କଣ୍ଠା।
ସୂଚନା ଥାଉକି, ମଙ୍ଗଳବାର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ। ଏଥିପାଇଁ ରବିବାର ଜୋରଦାର ହୋଇଥିଲା କ୍ୟାମ୍ପେନ । ଦୁଇ ଶକ୍ତିଶାଳୀ ନେତା ଦେଖାିଇଥିଲେ ଦମ୍ । ଶେଷ ଥର ପାଇଁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁପ୍ରକାର କୌଶଳ ଲଗାଇଥିଲେ ଉଭୟ ନେତା । ଶେଷ ଦିନରେ ଜୋରଦାର ପ୍ରଚାର କରିଛନ୍ତି ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ।
ଏଥର ନିର୍ବାଚନରେ ଦୁଇ ନେତା ଭଲ ବ୍ୟବଧାନରେ ନିର୍ବାଚନ ଜିତିବେ ବୋଲି ଆଶା ରଖିଛନ୍ତି ଉଭୟ । ତେବେ ମ୍ୟାଜିକ୍ ନମ୍ବର ୨୭୦ କିଏ ପାର୍ କରି ହ୍ୱାଇଟ ହାଉସରେ ଏଣ୍ଟ୍ରି ମାରିବେ ତାହା ବାଛିବେ ଜନତା । କହିବାକୁ ଗଲେ ଡେମୋକ୍ରାଟିକ୍ ପାର୍ଟିରୁ ପ୍ରାର୍ଥୀ ହୋଇଛନ୍ତି ଭାରତୀୟ ବଂଶୈଦ୍ଭବ କମଲା ହାରିସ।
ସେପଟେ ରିପବ୍ଲିକାନ ପାର୍ଟିରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଉଭୟଙ୍କ ମଧ୍ୟରେ ହୋଇପାରେ କଡ଼ା ଟକ୍କର। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ବିଜୟୀ ପାଇଁ ୫୩୮ ଇଲେକ୍ଟୋରାଲ କଲେଜ ଭୋଟରୁ ୨୭୦ ଭୋଟ୍ ସହ ପ୍ରାର୍ଥୀଙ୍କୁ ଅତି କମରେ ତିନିଟି ପ୍ରମୁଖ ରାଜ୍ୟରେ ଜିତିବାକୁ ପଡ଼ିବ।