ଆମେରିକା: କରୋନାରୁ ସୁସ୍ଥ ହେବା ପରେ ବି ଲୋକ ବାରି ପାରୁନାହାନ୍ତି ବାସ୍ନା, ବୈଜ୍ଞାନିକ କହିଲେ ଚିନ୍ତାଜନକ

Published By : Prameya-News7 Bureau | November 20, 2021 IST

ନ୍ୟୁୟର୍କ ୨୦।୧୧: ଆମେରିକାରେ କରୋନା ଭାଇରସ ମହାମାରୀରେ ଆକ୍ରାନ୍ତ ଲକ୍ଷଲକ୍ଷ ଲୋକେ ସୁସ୍ଥ ହେବାର ଦୀର୍ଘ ମାସ ପରେ ବି ଆଘ୍ରାଣ ଶକ୍ତି ହରାଇଛନ୍ତି। ଜାମା ଅଟୋଲରିଙ୍ଗୋଲୋଜି ହେଡ ଏଣ୍ଡ ନେକ ସର୍ଜରୀ ନାମକ ଏକ ଜର୍ଣ୍ଣାଲରେ ଏ ସମ୍ପର୍କିତ ଏକ ଅଧ୍ୟାୟନ ପ୍ରକାଶିତ ହୋଇଛି। ଅଧ୍ୟୟନ ଅନୁସାରେ ଆମେରିକାରେ କରୋନା ସଂକ୍ରମିତ ହୋଇଥିବା ୧୬ଲକ୍ଷ ଲୋକଙ୍କ ମଧ୍ୟରୁ ୭ ଲକ୍ଷ ଲୋକେ ଏବେ ଆଘ୍ରାଣ ଶକ୍ତି ହରାଇଛନ୍ତି। ସୁସ୍ଥ ହେବାର ୬ ମାସ ପରେ ବି ଲୋକେ ଆଘ୍ରାଣ ଶକ୍ତି ଫେରି ପାଉନଥିବାରୁ ବୈଜ୍ଞାନିକ ଏହାକୁ ଚିନ୍ତାଜନକ କହିଛନ୍ତି।

{"id":547283,"width":839,"height":340,"sizeSlug":"full","linkDestination":"none"}

ୱାସିଂଟନ ୟୁନିଭର୍ସିଟି ସ୍କୁଲ ଅଫ ମେଡିସିନ ଗବେଷକଙ୍କ ଏହି ଅଧ୍ୟାୟନରେ ଅଧିକାଂଶ ଲୋକେ ସୁସ୍ଥ ହେବା ପରେ ଧିରେ ଧିରେ ଆଘ୍ରାଣ ଓ ସ୍ୱାଦ ବାରିପାରୁଥିବା ବେଳେ କେତେକଙ୍କ କ୍ଷେତ୍ରରେ ତାହା ସମ୍ଭବ ହେଉ ନାହିଁ। ଏପରି ଲୋକଙ୍କ ସଂଖ୍ୟା ଧିରେ ଧିରେ ବଢ଼ିବା ଦେଶର ସାର୍ବଜନିକ ସ୍ୱାସ୍ଥ୍ୟ ଲାଗି ନୂଆ ସମସ୍ୟା ଭାବେ ଉଭା ହୋଇଛି। କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ମଧ୍ୟରୁ ଅନୁନ୍ୟ ୭୨ ପ୍ରତିଶତ ମାସକ ମଧ୍ୟରେ ଆଘ୍ରାଣ ଶକ୍ତି ଫେରିପାଉଛନ୍ତି। ତେବେ ଅନେକଙ୍କ କ୍ଷେତ୍ରରେ ଏହି ପ୍ରକ୍ରିୟା ଧିମା ହେଉଛି।

{"id":547284,"width":843,"height":561,"sizeSlug":"full","linkDestination":"none"}

ଦେଶରେ କରୋନା ମୁକାବିଲା ଲାଗି ଜୋ ବାଇଡେନ ପ୍ରଶାସନ ଦେଶରେ କରୋନା ଟିକା ଉତ୍ପାଦନ ଲାଗି ପଦକ୍ଷେପ ନେଇଛନ୍ତି। ଏଥିପାଇଁ ବିଶାଳ ନିବେଶର ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ଆମେରିକାରେ ଟିକା ପ୍ରସ୍ତୁତିକୁ ପ୍ରୋତ୍ସାହିତ କରିବା ଲାଗି ରାଷ୍ଟ୍ରପତି କମ୍ପାନୀମାନଙ୍କୁ ଯେତେ ଅଧିକ ସମ୍ଭବ ଉତ୍ପାଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ଟିକା ବଳକା ହେଲେ ବିଶ୍ୱର ଅନ୍ୟ ଆବଶ୍ୟକ କରୁଥିବା ଦେଶଙ୍କୁ ଦିଆଯାଇପାରିବ ବୋଲି ବାଇଡେନ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.